ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ସଙ୍ଗଠନକୁ ସରକାରଙ୍କ ଠାରୁ ଦାବି ହାସଲ କରିବା ସକାଶେ ଯେତିକି ଜନଶକ୍ତିର ଆବଶ୍ୟକତା ଅଛି ପାଣ୍ଠିର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଏଣୁ ଗୋଟିଏ ମାସରେ ସମସ୍ତ ଛାମୁଆ କର୍ମୀ, ବ୍ଲକ ସଂଯୋଜକ ଏବଂ ଜିଲା ସଂଯୋଜକ ପ୍ରତି ଗ୍ରାମରୁ ପାଣ୍ଠି ସଂଗ୍ରହ କରିବେ। ମେ ମାସରେ ଆନ୍ଦୋଳନ କରାଯିବ। ଏହା ପୂର୍ବରୁ ରାଜ୍ୟ କମିଟି ନିକଟରେ ୨ କୋଟି ଟଙ୍କା ଜମା କରିବାକୁ ପ୍ରସ୍ତାବ ରଖିଛନ୍ତି। ପ୍ରତ୍ୟେକ ଦିନ ୧୦୦ ବ୍ଲକରେ ୧୦୦ଜଣ କର୍ମକର୍ତ୍ତା ଏହି କାମ କରିବା ପାଇଁ ସେ ଆହ୍ବାନ ଜଣାଇଛନ୍ତି। ସେହିପରି ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ ପ୍ରସ୍ତାବ ରଖି କହିଛନ୍ତି, ଧାନ ସଂଗ୍ରହ କରିବାରେ କଟକଣା ନ କରି ସମସ୍ତ ବଳକା ଧାନ ସଂଗ୍ରହ କରିବାକୁ ଦାବି କରିଛନ୍ତି। ଅକ୍ଷୟ କୁମାର କହିଛନ୍ତି, ମେ ମାସ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଣ୍ଣାୟକ ଆନ୍ଦୋଳନ କରାଯିବ। ବିଭିନ୍ନ ସମୟରେ ଚାଷୀଙ୍କ ଲାଗି ମିଥ୍ୟା ଘୋଷଣା କରାଯାଉଛି। ଆସନ୍ତା ଦିନରେ ହେବାକୁ ଥିବା ଆନ୍ଦୋଳନରେ ଅତି କମ୍ରେ ୫ଲକ୍ଷ ଚାଷୀ ଅହିଂସାତ୍ମକ ଆନ୍ଦୋଳନରେ ଯୋଗଦେବେ ବୋଲି ସେ କହିଛନ୍ତି। ସରକାରଙ୍କ ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଅକ୍ଷୟ ଅନଶନ କରିବେ ବୋଲି କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

