ମୁନ୍ନି ପରେ ‘ମୁନ୍ନା ବଦ୍‌ନାମ୍‌ ହୁଆ’..ଗୀତ ରିଲିଜ୍‌

ଦବଙ୍ଗ-୩ର ଜବରଦସ୍ତ ଟ୍ରେଲର ରିଲିଜ୍‌ ହେବା ପରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଗୀତ୍‌ଗୁଡିକ ମଧ୍ୟ ରିଲିଜ୍‌ ହୋଇଛି। ଦବଙ୍ଗ ଫିଲ୍ମର ମୁନ୍ନି ବଦ୍‌ନାମ ହୁୟି..ଗୀତଟି ଦର୍ଶକଙ୍କଠାରେ ବେଶ୍‌ ଲୋକପ୍ରିୟ ହୋଇଥିବାବେଳେ ଦବଙ୍ଗ-୩ରେ ମୁନ୍ନି ନୁହେଁ, ‘ମୁନ୍ନା ବଦ୍‌ନାମ୍‌ ହୁଆ’ ଗୀତଟିର ଅଡିଓ ରିଲିଜ୍‌ କରିଛନ୍ତି ଚୁଲବୁଲ ପାଣ୍ଡେ। ଗୀତଟି ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ଲାଭ କରିବ ବୋଲି ଆଶା ରଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ। ଏହି ଗୀତଟିକୁ କମ୍ପୋଜ କରିଛନ୍ତି ହିଟ୍‌ ଯୋଡି. ସାଜିଦ୍‌-ନାଜିଦ୍‌। ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ ବା ସଲମାନ ଖାନ। ଟ୍ରେଲରରେ ଦମଦାର ଆକ୍ସନ ଡ୍ରାମା ସହିତ ଭାଇଜାନଙ୍କ କମେଡି ଦେଖିବାକୁ ପାଇବେ ଦର୍ଶକ। ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଙ୍ଗେସ୍‌କରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ। ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ। ଦବଙ୍ଗ-୩ ଟ୍ରେଲର ରିଲିଜ ପରେ ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଆସନ୍ତା ଡିସେମ୍ବର ୨୦ ଖ୍ରୀଷ୍ଟମାସ ଅବସରରେ ବଡ ପରଦାରେ ଫିଲ୍ମଟି ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri