ମୁଖ୍ୟମନ୍ତ୍ରୀ ଦେଲେ ନିରଦେଶ: ଉପ୍‌କାର ପାଏଲେ ୪ ଅସାହା ଲୋକ୍‌

ଲାଠୋର, ୬ା୯ (ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲାପାଲକୁଁ ଟୁଇଟର ଜରିଆରେ ୪ ଝନ୍‌ ଅସାହା ଲୁକ୍‌କୁ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ନିରଦେଶ ଦେଇଥିବାର ଜନାଯାଇଛେ। ମୁଖ୍ୟମନ୍ତ୍ରୀକଁର ନିରଦେଶ ଅନ୍‌ସାରେ ବଲାଙ୍ଗୀର ଜିଲାପାଲ ଇ ୪ ଝନ୍‌ ଅସାହା ଲୁକ୍‌କୁ ସାହାଯ୍‌ ଯୁଗେଇ ଦେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଗଲା ୧୮ା୮ା୨୦୧୯ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କୁଲି ମଜୁରି କରି କୁଟୁମ୍‌ ପୁଷୁଛେ ପୁଓ’, ତା.୨୬ା୮ା୨୦୧୯ରେ ‘ପଲିଥିନ୍‌ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ୍‌’, ତା.୨୭ା୮ା୨୦୧୯ରେ ‘ବିପଦ୍‌ ମୁଢ଼େଇ ଦଦ୍‌ରା ଘରେ ରହୁଛନ୍‌ ଅସାହା ଦମ୍ପତି’, ତା.୩୦ା୮ା୨୦୧୯ରେ ‘ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ’ ଶୀରଷକ୍‌ରେ ଖବର ବାହାରିଥିଲା। ଇ ଖବରମାନ ବାହାରଲା ଉତାରୁ ବରଗଡ଼ ଜିଲା ପାଇକମାଲ ବ୍ଲକ ଅଧୀନ ଟେମରି ଗଁାର ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଲାଙ୍ଗୀର ଜିଲାପାଲକୁଁ ଟୁଇଟ୍‌ କରି ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧକେ ମୁଖ୍ୟମନ୍ତ୍ରୀ ଗୁରୁତ୍‌ ଦେଇଥିଲେ। ଭିନେ ଭିନେ ସମସିଆରେ ପୀଡ଼ିତଥିବାର ୪ ଝନ୍‌କୁ ଯେତେ ଜଲଦି ହେବା ସାହାଯ୍‌ ଯୁଗେଇ ଦେବାକେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଲକୁଁ ନିରଦେଶ ଦେଇଥିଲେ। ବଲାଙ୍ଗୀର ଜିଲାପାଲକଁର ନିରଦେଶ ଅନ୍‌ସାରେ ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ ହଲନଭଟା ପଁଚେତ୍‌ ଅଧୀନ ଖଲି ଗଁାର ଅସାହା ସୁବନ ତାଣ୍ଡିକୁଁ ବିଜୁ ପକ୍କାଘର ଯୁଗେଇ ଦେବାକେ ମଂଜୁର କରିଛନ୍‌। ସେନ୍‌ତା ଖପ୍ରାଖୋଲ ବିଡିଓ ତରଣୀ ସୁନା ଲାଠୋର ପଁଚେତ୍‌ ସଦର ଗଁାର ଗୁଦାମପଡ଼ାର ଭଗବାନ ଛତ୍ରିଆକୁଁ ବିଜୁ ପକ୍କାଘର ଯୁଗେଇ ଦେବାକେ ମଂଜୁର କରିଛନ୍‌। ରୋଗ୍‌ରେ ପୀଡ଼ିତ ମେହେରପଡ଼ାର ପୁଷ୍ପାଞ୍ଜଳି ମେହେର ଆର ପିପଲବାହାଲ ଗଁାର ଜୟ ମେହେରକୁଁ ପଁଚେତ୍‌ ପଁାଠିରୁ ୫ ହଜାର ଟଁକା ଲେଖେଁ ସାହାଯ୍‌ ଯୁଗେଇ ଦେଇଛନ୍‌। ସେନ୍‌ତା ସରକାରୀ ନିୟମ ହିସାବେ ଦୁଇ ରୁଗୀକୁଁ ଉଚ ଚିକିଛା ଲାଗି ବଡ଼ ଡାକ୍‌ତରଖାନା ପଠାଯିବା ବଲି ସେ କଥା ଦେଇଥିବାର ଜନାଯାଇଛେ। ଇ ମହତ୍‌ କାଯ୍‌ ଲାଗି ୪ ପୀଡ଼ିତ ପରିବାରର ଲୋକ୍‌, ଅଂଚଲବାସୀ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଲ, ସାମାଜିକ କରମୀ ଦୀପା ବାରିକ ଆର ଧରିତ୍ରୀ ଖବର କାଗଜକେ ଧଏନ୍‌ବାଦ ଜନେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri