ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ

ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ ନଦୀ ଆଡି ରହିଛି। ବଲାଙ୍ଗୀର ଜଳସେଚନ ବିଭାଗ ପକ୍ଷରୁ ୩୦.୨୯କି.ମି. ନଦୀ ବନ୍ଧକୁ ପୂର୍ବରୁ ସୁଦୃଢ କରାଯାଇଥିଲା। ତେଲ ଜଳସେଚନ ବିଭାଗ ସୁବର୍ଣ୍ଣପୁରରେ ନୂତନ ଭାବେ ପ୍ରତିଷ୍ଠା ହେବା ପରେ ପ୍ରାୟ ୩.୯୦୦କିଲୋମିଟର ମାଟି କାମ ହୋଇଛି। ବାକି ୧୯୯କି.ମି. ନଦୀବନ୍ଧ ଏବେବି ମୁକୁଳା ପଡିଛି। ଉପରମୁଣ୍ଡରେ ବର୍ଷା ହେଲେ ଚିନ୍ତା ବଢୁଛି ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କର। ବର୍ଷା ଦିନେ ହୀରାକୁଦରୁ ଉଦବୃତ୍ତ ପାଣି ଛାଡିଲେ ନଦୀକୂଳିଆ ଗାଁର ଅଧିବାସୀ ଆତଙ୍କରେ ରୁହନ୍ତି। ଜିଲାର ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ୩୫ ଖଣ୍ଡ ଗାଁର ପ୍ରାୟ ୫୦ ହଜାର ଲୋକ ବର୍ଷା ଦିନ ଆରମ୍ଭରୁ ଦୀର୍ଘ ପ୍ରାୟ ୪ ମାସ ପର୍ଯ୍ୟନ୍ତ ମହାନଦୀର ପାଣିକୁ ଦେଖି ଡରନ୍ତି । ରାଜ୍ୟ ସରକାର ଉପକୂଳ ଜିଲା ମାନଙ୍କରେ ବନ୍ୟା ନିୟନ୍ତ୍ରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସୁରକ୍ଷା ପାଚେରୀ, ସ୍ପର ନିର୍ମାଣ ସାଙ୍ଗକୁ ଆନିକଟ କରି ସ୍ଥାୟୀ ବନ୍ୟା ପ୍ରତିକାର ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହି ଜିଲାର ନଦୀ ଆଡି ମୁକୁଳା ପଡିଛି । ନିର୍ବାଚନ ବେଳେ ନେତାମାନେ ଗାଁକୁ ଆାସି ସବୁ କରି ଦେବାର ପ୍ରତିଶୃତି ଦେଇ ଚାଲି ଯାଆନ୍ତି । ପରବର୍ତ୍ତୀ ସମୟରେ ସବୁ ଭୁଲି ଯାଇଥାନ୍ତି । ନଦୀକୂଳିଆ ଲୋକେ ଭଗବାନଙ୍କ ଭରସାରେ ସମୟ ଅତିବାହିତ କରୁଛନ୍ତି ।
ଉଲୁଣ୍ଡା ବ୍ଲକର କେଉଟିପାଲି, ଜଗନ୍ନାଥପାଲି, ନିମ୍ନା, ଦଶରାଜପୁର, ମାନମାଲ, ତେଣ୍ଡା, ବଢିଲା, ଖଲିଆପାଲି, ନୂଆଗାଁ, ମୁଣ୍ଡୋଘାଟ, ହିକୁଡି, ବିଜେପୁର, ଝାରପଡା, ନାଚନିପଦର, ଆପଟନୁଆଗଡ, ବୀରମହାରାଜପୁର ବ୍ଲକର ଖମ୍ବେଶ୍ୱରୀପାଲି, ବୁରୋଘାଟ, ନୁଆପାଲି, ନୁଆଗଡ, କୁମୁରସିଂଘା, ଦେଉଳି, ଫୁଲଚରା, ଜଟେସିଂଘା, କେଉଟିପାଲି, ଗୋଧନେଶ୍ୱର, କେଲଗାଁ, ଅମ୍ବସରଭଟା, ଟେଭାପଦର ଓ କୁଞ୍ଜାମହୁଲ, ବିନିକା ଏନଏସିର ବେତ୍ରାପଡା, ମନହରିପଡା, ପାପକ୍ଷୟଘାଟ, ଝାରପଡା, ସେଲେଡି, ତୁଣ୍ଡୁପାଲି, ଗର଼୍ୟାପାଲି, ପଣ୍ଡକିଟାଲ, ସିନ୍ଦୁରପୁର, ଗଣେଷପୁର, ଡାଭଲା ଆଦି ଗ୍ରାମର ଜନସାଧାରଣ ମହାନଦୀ କୂଳରେ ଥିବାରୁ ବର୍ଷାଦିନରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସୋନପୁର ଓ ତରଭା ବ୍ଲକର ତେଲନଦୀ, ସୁକତେଲ ଓ ନିବୃତି ଯୋର କୂଳରେ ରହୁଥିବା ଗ୍ରାମବାସୀଙ୍କ ସକାଶେ ମଧ୍ୟ ଆବଶ୍ୟକ ବନ୍ୟା ନିୟନ୍ତ୍ରଣ ପାଚେରି ନଥିବାରୁ ହରଡଖୋଲ ପଞ୍ଚାୟତର ବୈଦ୍ୟନାଥ, ଛେପାପାଲି, ଲକର୍ମା ଓ ତରଭା ବ୍ଲକ ଅଞ୍ଚଳର ଭୁଡାର, କର୍ଲାମୁହାଣ ଓ ମହୁଲଖୁଣ୍ଟ ଆଦି ଶତାଧିକ ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଅଙ୍ଗନଦୀ ଡୁଙ୍ଗୁରିପାଲି ବ୍ଲକର ଦିଗଶିରାଠାରେ କୂଳ ଖାଉଛି । ତରଭା ଓ ସୋନପୁର ବ୍ଲକର କିଛି ଅଞ୍ଚଳରେ ବନ୍ୟା ସୁରକ୍ଷା ପାଚେରି ନିର୍ମାଣ କରା ଯାଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ସଙ୍ଖେ । ମହାନଦୀରେ ପ୍ରତ୍ୟେକ ବର୍ଷ ବନ୍ୟା ଆସି ନଦୀକୂଳିଆ ଗ୍ରାମମାନଙ୍କରେ ପ୍ରଭୂତ କ୍ଷୟକ୍ଷତି ଘଟାଉଛି । ପଞ୍ଚମହଲା ପଞ୍ଚାୟତର ଜଗନ୍ନାଥପାଲିଠାରୁ ପିତାମହୁଲ ପଞ୍ଚାୟତର କୁଞ୍ଜାମହୁଲ ଗ୍ରାମ ପର୍ଯ୍ୟନ୍ତ ମହାନଦୀର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସୁରକ୍ଷା ପ୍ରାଚରି ନିର୍ମାଣ ହୋଇପାରିନାହିଁ । ଫଳରେ ଗାଁ ମାନଙ୍କରେ କ୍ଷୟକ୍ଷତି ହେବା ସହ ଚାଷଜମିରେ ବନ୍ୟା ପାଣି ମାଡି ଫସଲ ନଷ୍ଟ ହେଉଛି । ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କାର୍ଯ୍ୟକାରୀ କରାଯାଉଛି । ହେଲେ ଏହି ଜିଲାଟି ବଲାଙ୍ଗୀର ଜଳସେଚନ ବିଭାଗ ଅଧିନରେ ଦୀର୍ଘବର୍ଷ ରହି ଥିବାରୁ ବିଭାଗୀୟ ଅଧିକାରୀ ମାନେ ଅଣଦେଖା କରି ଆସୁଛନ୍ତି । ତେଣୁ ଆଜି ବି ନଦୀ କୂଳରେ ଥିବା ଗାଁ ଗୁଡିକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନି । ଜଳସମ୍ପଦ ବିଭାଗ ଅନୁଦାନର ସିଂହଭାଗ ଉପକୂଳ ଜିଲାକୁ ଚାଲି ଯାଉଥିବା ଅଭିଯୋଗ ହେଉଛି । ନବୀନଙ୍କ ଚତୁର୍ଥ ପାଳିର ଶେଷ ଦେଢ ବର୍ଷ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଜଳସମ୍ପଦ ମନ୍ତ୍ରୀ ହୋଇଥିଲେ । ତାଙ୍କ ସମୟରେ ଆଡିବନ୍ଧ ନିର୍ମାଣ ପାଇଁ ଅନୁଦାନ ଆସିଥିଲା । ଏ ସମ୍ପର୍କରେ ତେଲ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଳିପ କୁମାର ପାତ୍ର କୁହନ୍ତି ନୂତନ ଡିଭିଜନ ପ୍ରତିଷ୍ଠା ହେବା ପରେ ୩ ବର୍ଷ ମଧ୍ୟରେ ଜିଲାରେ ପ୍ରାୟ ୪ କିଲୋମିଟର ମୁକୁଳା ନଦୀ ଆଡିକୁ ସୁଦୃଢ କରାଯାଇଛି । ଆଉ ୧୧୬.୯୦କିଲୋମିଟର ଦୁର୍ବଳ ଆଡିବନ୍ଧକୁ ସୁଦୃଢ କରିବା ପାଇଁ ୨୨୦ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ପଠାଯାଇଥିଲା । ଏହା ଟିଏସି(ଟେକ୍‌ନିକାଲ ଏଡଭାଇଜରୀ କମିଟି)ରେ ଅନୁମୋଦନ ପାଇଛି । ଅନୁଦାନ ଆସିଲେ ମୁକୁଳା ପଡିଥିବା ନଦୀବନ୍ଧକୁ ପର୍ଯ୍ୟାକ୍ରମେ ସୁଦୃଢ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri