ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ

ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ ନଦୀ ଆଡି ରହିଛି। ବଲାଙ୍ଗୀର ଜଳସେଚନ ବିଭାଗ ପକ୍ଷରୁ ୩୦.୨୯କି.ମି. ନଦୀ ବନ୍ଧକୁ ପୂର୍ବରୁ ସୁଦୃଢ କରାଯାଇଥିଲା। ତେଲ ଜଳସେଚନ ବିଭାଗ ସୁବର୍ଣ୍ଣପୁରରେ ନୂତନ ଭାବେ ପ୍ରତିଷ୍ଠା ହେବା ପରେ ପ୍ରାୟ ୩.୯୦୦କିଲୋମିଟର ମାଟି କାମ ହୋଇଛି। ବାକି ୧୯୯କି.ମି. ନଦୀବନ୍ଧ ଏବେବି ମୁକୁଳା ପଡିଛି। ଉପରମୁଣ୍ଡରେ ବର୍ଷା ହେଲେ ଚିନ୍ତା ବଢୁଛି ତଳମୁଣ୍ଡରେ ଥିବା ଗ୍ରାମବାସୀଙ୍କର। ବର୍ଷା ଦିନେ ହୀରାକୁଦରୁ ଉଦବୃତ୍ତ ପାଣି ଛାଡିଲେ ନଦୀକୂଳିଆ ଗାଁର ଅଧିବାସୀ ଆତଙ୍କରେ ରୁହନ୍ତି। ଜିଲାର ବିନିକା, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ୩୫ ଖଣ୍ଡ ଗାଁର ପ୍ରାୟ ୫୦ ହଜାର ଲୋକ ବର୍ଷା ଦିନ ଆରମ୍ଭରୁ ଦୀର୍ଘ ପ୍ରାୟ ୪ ମାସ ପର୍ଯ୍ୟନ୍ତ ମହାନଦୀର ପାଣିକୁ ଦେଖି ଡରନ୍ତି । ରାଜ୍ୟ ସରକାର ଉପକୂଳ ଜିଲା ମାନଙ୍କରେ ବନ୍ୟା ନିୟନ୍ତ୍ରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ସୁରକ୍ଷା ପାଚେରୀ, ସ୍ପର ନିର୍ମାଣ ସାଙ୍ଗକୁ ଆନିକଟ କରି ସ୍ଥାୟୀ ବନ୍ୟା ପ୍ରତିକାର ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହି ଜିଲାର ନଦୀ ଆଡି ମୁକୁଳା ପଡିଛି । ନିର୍ବାଚନ ବେଳେ ନେତାମାନେ ଗାଁକୁ ଆାସି ସବୁ କରି ଦେବାର ପ୍ରତିଶୃତି ଦେଇ ଚାଲି ଯାଆନ୍ତି । ପରବର୍ତ୍ତୀ ସମୟରେ ସବୁ ଭୁଲି ଯାଇଥାନ୍ତି । ନଦୀକୂଳିଆ ଲୋକେ ଭଗବାନଙ୍କ ଭରସାରେ ସମୟ ଅତିବାହିତ କରୁଛନ୍ତି ।
ଉଲୁଣ୍ଡା ବ୍ଲକର କେଉଟିପାଲି, ଜଗନ୍ନାଥପାଲି, ନିମ୍ନା, ଦଶରାଜପୁର, ମାନମାଲ, ତେଣ୍ଡା, ବଢିଲା, ଖଲିଆପାଲି, ନୂଆଗାଁ, ମୁଣ୍ଡୋଘାଟ, ହିକୁଡି, ବିଜେପୁର, ଝାରପଡା, ନାଚନିପଦର, ଆପଟନୁଆଗଡ, ବୀରମହାରାଜପୁର ବ୍ଲକର ଖମ୍ବେଶ୍ୱରୀପାଲି, ବୁରୋଘାଟ, ନୁଆପାଲି, ନୁଆଗଡ, କୁମୁରସିଂଘା, ଦେଉଳି, ଫୁଲଚରା, ଜଟେସିଂଘା, କେଉଟିପାଲି, ଗୋଧନେଶ୍ୱର, କେଲଗାଁ, ଅମ୍ବସରଭଟା, ଟେଭାପଦର ଓ କୁଞ୍ଜାମହୁଲ, ବିନିକା ଏନଏସିର ବେତ୍ରାପଡା, ମନହରିପଡା, ପାପକ୍ଷୟଘାଟ, ଝାରପଡା, ସେଲେଡି, ତୁଣ୍ଡୁପାଲି, ଗର଼୍ୟାପାଲି, ପଣ୍ଡକିଟାଲ, ସିନ୍ଦୁରପୁର, ଗଣେଷପୁର, ଡାଭଲା ଆଦି ଗ୍ରାମର ଜନସାଧାରଣ ମହାନଦୀ କୂଳରେ ଥିବାରୁ ବର୍ଷାଦିନରେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସୋନପୁର ଓ ତରଭା ବ୍ଲକର ତେଲନଦୀ, ସୁକତେଲ ଓ ନିବୃତି ଯୋର କୂଳରେ ରହୁଥିବା ଗ୍ରାମବାସୀଙ୍କ ସକାଶେ ମଧ୍ୟ ଆବଶ୍ୟକ ବନ୍ୟା ନିୟନ୍ତ୍ରଣ ପାଚେରି ନଥିବାରୁ ହରଡଖୋଲ ପଞ୍ଚାୟତର ବୈଦ୍ୟନାଥ, ଛେପାପାଲି, ଲକର୍ମା ଓ ତରଭା ବ୍ଲକ ଅଞ୍ଚଳର ଭୁଡାର, କର୍ଲାମୁହାଣ ଓ ମହୁଲଖୁଣ୍ଟ ଆଦି ଶତାଧିକ ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଅଙ୍ଗନଦୀ ଡୁଙ୍ଗୁରିପାଲି ବ୍ଲକର ଦିଗଶିରାଠାରେ କୂଳ ଖାଉଛି । ତରଭା ଓ ସୋନପୁର ବ୍ଲକର କିଛି ଅଞ୍ଚଳରେ ବନ୍ୟା ସୁରକ୍ଷା ପାଚେରି ନିର୍ମାଣ କରା ଯାଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ସଙ୍ଖେ । ମହାନଦୀରେ ପ୍ରତ୍ୟେକ ବର୍ଷ ବନ୍ୟା ଆସି ନଦୀକୂଳିଆ ଗ୍ରାମମାନଙ୍କରେ ପ୍ରଭୂତ କ୍ଷୟକ୍ଷତି ଘଟାଉଛି । ପଞ୍ଚମହଲା ପଞ୍ଚାୟତର ଜଗନ୍ନାଥପାଲିଠାରୁ ପିତାମହୁଲ ପଞ୍ଚାୟତର କୁଞ୍ଜାମହୁଲ ଗ୍ରାମ ପର୍ଯ୍ୟନ୍ତ ମହାନଦୀର କୌଣସି ଗୋଟିଏ ସ୍ଥାନରେ ବନ୍ୟା ସୁରକ୍ଷା ପ୍ରାଚରି ନିର୍ମାଣ ହୋଇପାରିନାହିଁ । ଫଳରେ ଗାଁ ମାନଙ୍କରେ କ୍ଷୟକ୍ଷତି ହେବା ସହ ଚାଷଜମିରେ ବନ୍ୟା ପାଣି ମାଡି ଫସଲ ନଷ୍ଟ ହେଉଛି । ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କାର୍ଯ୍ୟକାରୀ କରାଯାଉଛି । ହେଲେ ଏହି ଜିଲାଟି ବଲାଙ୍ଗୀର ଜଳସେଚନ ବିଭାଗ ଅଧିନରେ ଦୀର୍ଘବର୍ଷ ରହି ଥିବାରୁ ବିଭାଗୀୟ ଅଧିକାରୀ ମାନେ ଅଣଦେଖା କରି ଆସୁଛନ୍ତି । ତେଣୁ ଆଜି ବି ନଦୀ କୂଳରେ ଥିବା ଗାଁ ଗୁଡିକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନି । ଜଳସମ୍ପଦ ବିଭାଗ ଅନୁଦାନର ସିଂହଭାଗ ଉପକୂଳ ଜିଲାକୁ ଚାଲି ଯାଉଥିବା ଅଭିଯୋଗ ହେଉଛି । ନବୀନଙ୍କ ଚତୁର୍ଥ ପାଳିର ଶେଷ ଦେଢ ବର୍ଷ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଜଳସମ୍ପଦ ମନ୍ତ୍ରୀ ହୋଇଥିଲେ । ତାଙ୍କ ସମୟରେ ଆଡିବନ୍ଧ ନିର୍ମାଣ ପାଇଁ ଅନୁଦାନ ଆସିଥିଲା । ଏ ସମ୍ପର୍କରେ ତେଲ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଳିପ କୁମାର ପାତ୍ର କୁହନ୍ତି ନୂତନ ଡିଭିଜନ ପ୍ରତିଷ୍ଠା ହେବା ପରେ ୩ ବର୍ଷ ମଧ୍ୟରେ ଜିଲାରେ ପ୍ରାୟ ୪ କିଲୋମିଟର ମୁକୁଳା ନଦୀ ଆଡିକୁ ସୁଦୃଢ କରାଯାଇଛି । ଆଉ ୧୧୬.୯୦କିଲୋମିଟର ଦୁର୍ବଳ ଆଡିବନ୍ଧକୁ ସୁଦୃଢ କରିବା ପାଇଁ ୨୨୦ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ପଠାଯାଇଥିଲା । ଏହା ଟିଏସି(ଟେକ୍‌ନିକାଲ ଏଡଭାଇଜରୀ କମିଟି)ରେ ଅନୁମୋଦନ ପାଇଛି । ଅନୁଦାନ ଆସିଲେ ମୁକୁଳା ପଡିଥିବା ନଦୀବନ୍ଧକୁ ପର୍ଯ୍ୟାକ୍ରମେ ସୁଦୃଢ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri