Posted inରାଜ୍ୟ

‘ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ’: ଟାଇଟଲ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍‌-୮ ଡିଏଭିରେ ଦଶମ ଶ୍ରେଣୀରେ ପଢୁଥିବା ଲାବଣ୍ୟା ଏହି ଟାଇଟଲ ଜିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ରବିବାର ରାତିରେ ଅନୁଷ୍ଠିତ ଏହି ବ୍ୟୁଟି ପାଜେଣ୍ଟରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀଭାବେ ଲାବଣ୍ୟା ଅଂଶଗ୍ରହଣ କରିଥିଲେ। ଭାରତରୁ ୪୦ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଯାଇଥିବାବେଳେ ଲାବଣ୍ୟା ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ଜିତିଥିଲେ। ପୂର୍ବରୁ ମାଲେସିଆରେ ଅନୁଷ୍ଠିତ ମିସ୍‌ ଟୁରିଜିମ୍‌ ଆମ୍ବାସାଡର ୟୁନିଭର୍ସ ୨୦୧୮ ପ୍ରତିଯୋଗିତାରେ ସେ ମିସ୍‌ ଟୁରିଜିମ୍‌ ଆମ୍ବାସାଡର ୟୁନିଭର୍ସ ଟିନ୍‌ ଟାଇଟଲ୍‌ ହାସଲ କରିଥିଲେ। ଓଡ଼ିଶାର କଳା, ସଂସ୍କୃତିର ଝଲକ ଦେଇ ସେ ପିନ୍ଧିଥିବା ଗାଉନ୍‌ ଏହି ପ୍ରତିଯୋଗିତାର ‘ବେଷ୍ଟ୍‌ କଷ୍ଟ୍ୟୁମ୍‌’ ଟାଇଟଲ୍‌ ଜିତିବାରେ ସଫଳ ହୋଇଥିଲା। ଏହାସହ ଥାଇଲାଣ୍ଡରେ ଅନୁଷ୍ଠିତ ‘ପ୍ରିନ୍ସ ଆଣ୍ଡ ପ୍ରିନ୍ସେସ୍‌ ଇଣ୍ଟରନ୍ୟାଶନାଲ’ରେ ସେ ‘ବେଷ୍ଟ୍‌ ଫାଣ୍ଟାସୀ ନ୍ୟାଶନାଲ କଷ୍ଟ୍ୟୁମ୍‌’, ‘ବେଷ୍ଟ୍‌ ଆଉଟ୍‌ଷ୍ଟାଣ୍ଡିଂ ଆଚିଭର୍‌ ୨୦୧୮’ ଏବଂ ‘ବେଷ୍ଟ୍‌ ଫୋକ୍‌ ଡ୍ୟାନ୍ସର’ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri