Posted inଖେଳ

ମିକ୍ସଡ ଡବଲ୍ସରୁ ଭାରତକୁ ୩ୟ ସ୍ବର୍ଣ୍ଣ

କଟକ ଅଫିସ,୨୨।୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣରେ ଭାରତ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ମିକ୍ସଡ ଡବଲରେ ଜ.ି ସାଥିୟାଁ ଓ ଅର୍ଚ୍ଚନା କାମଥଙ୍କ ଯୋଡ଼ି ରବିବାର ଚାମ୍ପିୟନ ହୋଇଛନ୍ତି । ପୂର୍ବରୁ ଦଳଗତ ଇଭେଣ୍ଟରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲା ।
ସିଙ୍ଗାପୁରର ପେଙ୍ଗ ୟୁ ଏନ କୋଏନ ଓ ଗୋଇ ରୁଇ ଜୁଆନଙ୍କୁ ଫାଇନାଲ ମୁକାବିଲାରେ ସାଥିୟାଁ-ଅର୍ଚ୍ଚନା ୧୧-୧, ୧୧-୭ ଓ ୧୧-୪ ଗେମରେ ସିଧାସଳଖ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୂର୍ବରୁ ସେମିଫାଇନାଲରେ ସାଥିୟାଁ-ଅର୍ଚ୍ଚନା ଭାରତର ଅନ୍ୟଏକ ଯୋଡ଼ି ହରମିତ ଦେଶାଇ-ଆହିକା ମୁଖାର୍ଜୀଙ୍କୁ ୧୧-୨, ୧୧-୨, ୧୧-୯ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଶରଥ କମଲ-ଶ୍ରୀଜା ଆକୁଲାଙ୍କ ଯୋଡ଼ି ସେମିଫାଇନାଲରୁ ବାଦ ପଡ଼ିଥିଲା। ଫଳରେ ସେମିଫାଇନାଲରେ ପରାଜିତ ଦୁଇ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ଡବଲ୍ସରେ ଭାରତର ଦୁଇ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଦୁଇ ଯୋଡ଼ି ହେଲେ ଶରଥ କମଲ-ଜି ସାଥିୟାଁ ଓ ଆଣ୍ଟୋନୀ ଅମଲରାଜ-ମାନଭ ଠାକର । ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ଶରଥ-ସାଥିୟାଁ ସିଙ୍ଗାପୁରକୁ ଓ ଆଣ୍ଟୋନୀ-ମାନଭ ଇଂଲଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ଭେଟିବେ। ମହିଳା ଡବଲ୍ସରେ ପୂଜା ସହସ୍ରବୁଦ୍ଧି-କ୍ରୀତିକା ସିଂ ରୟ, ଶ୍ରୀଜା ଆକୁଲା-ମୌସୁମୀ ପଲ, ସୁତୀର୍ଥ ମୁଖାର୍ଜ-ଆହିକା ମୁଖାର୍ଜୀ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଟପସିଡେଡ ଖେଳାଳି ମାଧୁରିକା ପାଟେକର-ଅର୍ଚ୍ଚନା କାମଥ ସିଙ୍ଗାପୁର ପ୍ରତିଦ୍ୱନ୍ଦୀଙ୍କଠାରୁ ହାରି ସେମି ଦୌଡ଼ରୁ ବାଦ ପଡ଼ିଛନ୍ତି । ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗିଲ୍ସ କ୍ବାର୍ଟରଫାଇନାଲରେ ଜି ସାଥିୟାଁ ୧୧-୭, ୧୧-୮, ୧୧-୮, ୧୧-୬ରେ ନାଇଜେରିଆର ବୋଡେ ଆବିଦୁନଙ୍କୁ, ହରମିତ ଦେଶାଇ ୧୧-୪, ୧୧-୮, ୬-୧୧, ୧୧-୭, ୧୧-୮ ଗେମରେ ସୁସ୍ମିତ ଶ୍ରୀରାମଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଶରଥ କମଲ ସିଙ୍ଗାପୁରର ପାଙ୍ଗ ୟୁ ଏନ କୋଏନଙ୍କଠାରୁ ପରାସ୍ତ ହୋଇ ନିରାଶ କରିଛନ୍ତି। ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପତିଆରା ଦେଖିବାକୁ ମିଳିଛି । ଏହି ବିଭାଗର କ୍ବାର୍ଟର ଫାଇନାଲରେ ଆହିକା ମୁଖାର୍ଜୀ, ଶ୍ରୀଜା ଆକୁଲା, ମାଧୁରିକା ପାଟେକର ବିଜୟୀ ହୋଇ ସେମିରେ ପ୍ରବେଶ କରିଛନ୍ତି । ଅର୍ଚ୍ଚନା କାମଥ ଇଂଲଣ୍ଡର ପ୍ରତିଦ୍ୱନ୍ଦୀଙ୍କଠାରୁ ପରାସ୍ତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri