Posted inଫୁରସତ

ମା’ ଲାଗି ସନ୍ତାନ କେବେ ବି ବଡ଼ ହୁଏନା: ଶହେ ବର୍ଷରେ ବି କେୟାର ହୋମ୍‌ରେ ପୁଅଙ୍କ ଦେଖାଶୁଣା କରୁଛନ୍ତି ଏଡ଼ା କେଟିଂ

ମା’ ମମତାମୟୀ, ପ୍ରେରଣାଦାୟୀ। ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ଶୀର୍ଷରେ। କୁହାଯାଏ, ଭଗବାନ ସମସ୍ତଙ୍କ ପାଖରେ ସବୁବେଳେ ରହିପାରିବେ ନାହିଁ, ତେଣୁ ସେ ମା’ଙ୍କୁ ତିଆରି କରିଥିଲେ। କାରଣ ସେ ହିଁ ଭଗବାନଙ୍କ ଉପସ୍ଥିତିକୁ ପୂରଣ କରିପାରେ। ସନ୍ତାନଟିଏ ଯେତେ ବଡ଼ ହୋଇଥାଉନା କାହିଁକି, ମା’ ଆଖିରେ ସବୁବେଳେ ଛୋଟ। ସେ ଚାହିଁଲେ ସାରା ଜୀବନ ନିଜ ସନ୍ତାନର ଭାର ଉଠାଇପାରେ। ଏପରି ଜଣେ ମା’ ହେଉଛନ୍ତି ଲଣ୍ଡନର ଏଡ଼ା କେଟିଂ। ଏଡ଼ାଙ୍କୁ ଏବେ ଶହେ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅ ଟମ୍‌ଙ୍କ ବୟସ ୮୨। ଉଭୟ ବାର୍ଦ୍ଧକ୍ୟ ସମୟରେ ଉପନୀତ। ହେଲେ ଏ ବୟସରେ ମଧ୍ୟ ପୁଅଙ୍କ ଯତ୍ନ ନେବାକୁ ଭୁଲନ୍ତି ନାହିଁ ଏଡ଼ା।
୨୦୧୬ରେ ଟମ୍‌ ନିଜକୁ ଏକୁଟିଆ ଭାବିଥିଲେ। ଏଣୁ ସେ ଲିଓ୍ବୁରେପୋଲସ୍‌ ମାସ୍‌ ଭିଓ୍ବୁ କେୟାର ହୋମ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରକାରେ ଏହି କଥା ଏଡ଼ା ଜାଣିବାକୁ ପାଇଥିଲେ। କେୟାର ହୋମ୍‌ରେ ପୁଅ ଟମ୍‌ଙ୍କ କଥା କିଏ ବୁଝିବ ଭାବି ସେ ମଧ୍ୟ ସେଠାକୁ ଚାଲିଆସିଥିଲେ। ଉଭୟ ଏବେ ସେଠାରେ ରହିଆସୁଛନ୍ତି। ଏହି ବୟସରେ ବି ସେମାନେ ଏକା ସାଙ୍ଗରେ ଖେଳନ୍ତି। ସାଙ୍ଗହୋଇ ଖାଆନ୍ତି, ମା’ ପୁଅକୁ ଶୁଭରାତ୍ରି ନ କହି ଶୋଇବାକୁ ଯାଆନ୍ତି ନାହିଁ। ଏହି ଦୁହିଁଙ୍କ ଯୋଡି ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଆଜିର ସମୟରେ ଯେଉଁଠି ସନ୍ତାନମାନେ ମା’କୁ ବୋଝ ବୋଲି ଭାବୁଛନ୍ତି, ସେଠାରେ ଏଭଳି ଘଟଣା ବିରଳ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri