ମା’-ବାପାଙ୍କ ମୃତ୍ୟୁ ପରେ ଭଉଣୀ ଭାଇ ବେସାହାରା

ଦଶମନ୍ତପୁର,୧୪।୩(ଡି.ଏନ୍‌.ଏ.)ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଙ୍ଗାରଗୁଡ଼ାରେ ଦୁଇ ଭଉଣୀ, ଭାଇ ମା’-ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇପଡ଼ିଛନ୍ତି। ସେମାନେ ହେଲେ ମୃତ ଲିମଦାଶ ଜାନୀ ଓ ସ୍ତ୍ରୀ ରୁକମଣି ଜାନୀଙ୍କ ବଡ଼ ଝିଅ ମୋତି ଓ ପୁଅ ଦୁକୁ (୧୧)। ମୋତିଙ୍କୁ ୬ ବର୍ଷ ହୋଇଥିବା ବେଳେ ପିତା ଲିମଦାଶ ଅଜଣା ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସାଧିକ କାଳ ଚିିକିତ୍ସିତ ହେବା ପରେ ଆଖି ବୁଜିଥିଲେ। ସେତେବେଳେ ପୁଅ ଦୁକୁ ଜନ୍ମ ହେବାର ମାତ୍ର ୮ ଦିନ ହୋଇଥାଏ। ବାପାଙ୍କୁ ଦେଖି ଚିହ୍ନିବା ଓ ତାଙ୍କ ସ୍ନେହ ପାଇବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ। ଏହାପରେ ସ୍ତ୍ରୀ ରୁକମଣିଙ୍କ ମୁଣ୍ଡରେ ୩ ପ୍ରାଣୀ କୁଟୁମ୍ବର ବୋଝ ପଡ଼ିଥିଲା। ୮ ଦିନର ଶିଶୁକୁ ନିଜ ପିଠି ପଛରେ ବାନ୍ଧି ଗାଁରେ କୁଲି କରି ବହୁ କଷ୍ଟରେ ଅର୍ଥ ରୋଜଗାର କରି ସମସ୍ତଙ୍କ ପେଟକୁ ଦାନା ଦେଉଥିଲେ ରୁକମଣି। ପୁଅ ଦୁକୁ ଗାଁ ନିକଟସ୍ଥ ଖଜୁରିଗୁଡ଼ା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳକୁ ଗତ ୧ ତାରିଖ ଅସୁସ୍ଥ ଥାଇ ଆଖି ବୁଜିଛନ୍ତି ରୁକମଣି। ଫଳରେ ଦୁଇ ଝିଅ, ପୁଅ ଏବେ ମା’-ବାପାଛେଉଣ୍ଡ ହେବା ସହ ବେସାହାରା ପାଲଟି ଯାଇଛନ୍ତି। ଗାଁ ଲୋକେ ଅର୍ଥ ଆଦାୟ କରି ଶବଦାହ କରିଛନ୍ତି। ଉଭୟ ଭଙ୍ଗା ଦଦରା ଘରେ କେମିତି ଚଳିବେ, ତାହା ଏବେ ବଡ଼ ପ୍ରଶ୍ନ। ପ୍ରଶାସନ ଏମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri