ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ଖଡିଆଳ,୧୭।୯(ଡି.ଏନ.ଏ.)
ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ନକୁଲ ଶବରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପତି ଯୋଗଦାନ କରିଥିଲେ । ଶିକ୍ଷାବିତ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଭାଗ ବିଚାରକ ଭାବେ ଶିକ୍ଷାବିତ ସତୀଶ କୁମାର ପଟ୍ଟନାୟକ, ସବିତା ପଟ୍ଟନାୟକ, ପ୍ରଭାତୀ ମିଶ୍ର, ଆଦିତ୍ୟ ନାରାୟଣ ପଣ୍ଡା, ଯଶୋବନ୍ତ ନାରାୟଣ ପଣ୍ଡା, ପପୁ ସତନାମୀ, ଯୁଧିଷ୍ଠିର ମେହେର, ଗୋପାଳ କୃଷ୍ଣ ମେହେର ଦାୟୀତ୍ୱ ନିର୍ବାହ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରୀ ଭୁପେନ୍ଦ୍ର ସୁନାନୀ ପ୍ରଥମ, କୃଷ୍ଣ ପ୍ରଧାନୀ ଦ୍ୱିତୀୟ, ପ୍ରଶାନ୍ତ କୁମାର ମେହେର ତୃତୀୟ। ଦେଶାତ୍ମକବୋଧକ ସଙ୍ଗୀତରେ ଝରଣା ଦୀପ ପ୍ରଥମ, ହର୍ଷିତା ନାଏକ ଦ୍ୱିତୀୟ, ରଶ୍ମିତା କୁମାର ତୃତୀୟ । ପ୍ରବନ୍ଧ ପ୍ରତିଯୋଗୀତାରେ ଉଦନ୍ତୀ ମେହେର ପ୍ରଥମ, ଉର୍ବଷୀ କୌବର୍ତ୍ତ ଦ୍ୱିତୀୟ ଓ ଅବନ୍ତିକା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକୃତାରେ ବବିତା ମେହେର, ଅରୁଷି ପଣ୍ଡା, ଝାନସୀ ନାଗ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରମାନେ ଜିଲାସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ କୋମଳ ମେହେର, ଗଙ୍ଗାଧର ମହାଉତି, ଶିବ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଟେରି ମାଧ୍ୟମରେ ବଣ୍ଟନ ହେଲା ମଦ ଦୋକାନ

ନୂଆପଡ଼ା,୨୯ା୫(ମକାରୁ ବେମାଲ): ନୂଆପଡ଼ା ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ସଦ୍‌ଭାବନା ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ମାସେ ନ ପୂରୁଣୁ ଡ୍ରେନ୍‌ ଛାତ ଭାଙ୍ଗିଲା: ଦୁର୍ନୀତି ଅଭିଯୋଗ

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୋମନା ସଦର ବଙ୍ଗଳାପଡାଠାରୁ କୋମନା ବ୍ରିଜ୍‌ ପର୍ଯ୍ୟନ୍ତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉକୁ ସମର୍ଥନ ଦେବନାହିଁ: ବୈଠକରେ ଜିଲା ଆଦିବାସୀ କଲ୍ୟାଣ ସଂଘର ନିଷ୍ପତ୍ତି

ନୂଆପଡ଼ା,୨୦ା୫ (ମକାରୁ ବେମାଲ): ସ୍ଥାନୀୟ ସର୍କିଟ ହାଉସଠାରେ ଜିଲା ଆଦିବାସୀ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ରାଜ୍ୟ ସଂଯୋଜକ ଈଶ୍ୱର ଚନ୍ଦ୍ର…

ଜଳସେଚନରୁ ବଞ୍ଚତ୍ତ ୪ ଗ୍ରାମର ଚାଷଜମି ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

ଖଡ଼ିଆଳ,୨୦ା୫ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଦେଓବାହାଲ ଓ ରଜାମୁଣ୍ଡା, ବରଗାଁ ପଞ୍ଚାୟତର ଡୁମେରବାହାଲ ଓ ବେନ୍ଦ୍ରାବାହାଲ ଆଦି ୪ ଗ୍ରାମର ଚାଷ…

ଭାଜପା ନେତାଙ୍କ ଅକାଳ ବିୟୋଗ: ଗାଧୁଆ ଘରେ ପଡ଼ିଯିବାରୁ…

ନୂଆପଡ଼ା,୨୦ା୫ (ମକାରୁ ବେମାଲ):ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଧରମବନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓମ୍‌ ପ୍ରକାଶ କଲାରଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛି। ତାଙ୍କୁ ୫୨ବର୍ଷ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri