ମାର୍ଚ୍ଚରେ ଉପକୃତ ହୋଇଛନ୍ତି ୧ଲକ୍ଷ ସଂସ୍ଥା

ଭୁବନେଶ୍ୱର,୭ା୫(ବ୍ୟୁରୋ): ମହାମାରୀ କରୋନା ବେଳେ କ୍ଷୁଦ୍ର ବେସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ ତରଫରୁ ଆରମ୍ଭ କରାଯାଇଛି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’। ଏହି ଯୋଜନା ଅଧୀନରେ ମାର୍ଚ୍ଚ ମାସରେ ପ୍ରାୟ ୧ଲକ୍ଷ ଅନୁଷ୍ଠାନ ପାଇଁ ୨୦୭ କୋଟିର ଅନୁଦାନ ଦିଆଯାଇଛି। ଯୋଜନା ଅନୁଯାୟୀ,୧୦୦ରୁ କମ୍‌ କର୍ମଚାରୀ କାମ କରୁଥିବା ଅନୁଷ୍ଠାନଗୁଡ଼ିକରେ ଯଦି ୯୦ପ୍ରତିଶତ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍‌ ଦରମା ପାଉଛନ୍ତି ତେବେ ଏଭଳି ଅନୁଷ୍ଠାନଗୁଡ଼ିକ ମାର୍ଚ୍ଚ,ଏପ୍ରିଲ ଏବଂ ମେ ମାସର ଭବିଷ୍ୟନିଧି ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ବାବଦକୁ ଉଭୟ କର୍ମଚାରୀ ଓ ନିଯୁକ୍ତି ଦାତାଙ୍କ ପାଇଁ ୨୪ପ୍ରତିଶତ ଦେୟ ଭାରତ ସରକାର ବହନ କରିବେ। ଆଗାମୀ ସମୟରେ ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ୱ ସଂସ୍ଥାର ୮୦ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ କର୍ମଚାରୀ ଭବିଷ୍ୟନିଧି ଶାଖାର ରାଜ୍ୟ ମୁଖ୍ୟ ପି. ବୀରଭଦ୍ର ସ୍ବାମୀ ନେତୃତ୍ୱ ନେଉଛନ୍ତି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ କେନ୍ଦୁଝର ଆଦି ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟଳୟରେ ଏ ଯାଏ ପ୍ରାୟ ୩୫୦୦ ସଂସ୍ଥାର ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ୮କୋଟି ଟଙ୍କାର ଅନୁଦାନ ପାଇ ସାରିଛନ୍ତି। ଏହି ଯୋଜନା ପାଇଁ ଅନେକ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିଲେ ବି ଏଯାଏ ଇସିଆର ଦାଖଲ କରି ନାହାନ୍ତି। ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ମାସର ଭବିଷ୍ୟନିଧି ଦେୟ ମେ’ ୧୫ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହି ବର୍ଦ୍ଧିତ ସମୟ ମଧ୍ୟରେ ଅଧିକରୁ ଅଧିକ ସଂସ୍ଥାର କର୍ମଚାରୀ ଫାଇଦା ନେବା ପାଇଁ ଭୁବନେଶ୍ୱର କର୍ମଚାରୀ ଭବିଷ୍ୟନିଧି ସଂଗଠନର ସହକାରୀ ଆୟୁକ୍ତ ସଞ୍ଜୟ କୁମାର ରଥ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri