ମାମୁଘରେ ମସ୍ତିଷ୍କ ବିକୃତ ପୁତୁରାର ଉନ୍ମତ୍ତକାଣ୍ଡ, ମାଉସୀଙ୍କୁ କୁରାଢ଼ିରେ ହାଣି ହତ୍ୟା

ରାଇରଙ୍ଗପୁର,୧୨।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଦଲଡ଼ିହା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଥିବା ନିଜ ମାମୁ ଘରକୁ ବୁଲିବାକୁ ଆସିଥିବା ଉକ୍ତ ଥାନା ଅନ୍ତର୍ଗତ ଅସଦା ନିକଟ ଚହଲାପଦା ଗ୍ରାମର କାନ୍ଦରା ନାୟକ(୩୫)ଙ୍କ କୁରାଢ଼ି ଆକ୍ରମଣରେ ଜାଉନୀ ନାୟକ(୫୦)ଙ୍କ ମୃତ୍ୟୁ ଘଟିଛି। କାନ୍ଦରା ବେକକୁ ହାଣିବା ପରେ ଅତି ନିର୍ଦ୍ଦୟ ଭାବେ ପଥରରେ ମୁହଁକୁ ଛେଚି ଦେଇଥିଲେ। ଜାଉନୀ ସମ୍ପର୍କରେ କାନ୍ଦରାଙ୍କ ମାଉସୀ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାନୁଯାୟୀ, ବୁଧବାର ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇପଡ଼ିଥିଲେ। ଏହି ସମୟରେ କାନ୍ଦରା ଜାଉନୀଙ୍କ ହତ୍ୟା କରିଥିଲେ। ତେବେ ପରିବାରଲୋକେ ଗୁରୁବାର ସକାଳେ ହତ୍ୟାକାଣ୍ଡ ନେଇ ଜାଣିବାକୁ ପାଇଥିଲେ। ଏପରିକି ପଡ଼ୋଶୀ ଲୋକ ଘର ନିକଟରେ ଜମା ହୋଇଥିଲେ। କାନ୍ଦରା ସେମାନଙ୍କୁ ମଧ୍ୟ ମାରିବାକୁ ଗୋଡ଼ାଇଥିଲେ। ଖବର ପାଇ ରାଇରଙ୍ଗପୁର ସର୍କଲ ଏସ୍‌ଡିପିଓ ସେନାଶିଷ ସାହୁ ଏବଂ ବହଳଦା ଥାନାଧିକାରୀ ଇନ୍ସପେକ୍ଟର ଯୋଗେନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। ଏଥିସହ ପୋଲିସ ଅଭିଯୁକ୍ତ କାନ୍ଦରାଙ୍କୁ କାବୁ କରି ନେଇଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ ନ ଥିଲେ ହେଁ ପ୍ରାଥମିକ ତଦନ୍ତରୁ ମସ୍ତିଷ୍କ ବିକୃତ ଥିବାରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି। ରାଇରଙ୍ଗପୁର ହସ୍ପିଟାଲରେ ମୃତଦେହ ଜବତ କରାଯାଇଛି। ଏ ନେଇ ମାମଲା ନଂ(୨୦/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri