ମାଫିଆଙ୍କ ଦ୍ୱାରା ମାଣଗୌଣୀ ପଥର ନଷ୍ଟ ହେବା ଆଶଙ୍କା : ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁ

ଖଣ୍ଡପଡ଼ା,୧ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ,ପାହାଡର ସୁରକ୍ଷା ଜରୁରୀ ଅଟେ। ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛି। ରାଜସ୍ବ ବୃଦ୍ଧି ନିମନ୍ତେ ମଧ୍ୟ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ, ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ମାଫିଆ ପଥର କ୍ୱାରୀ ନିଲାମ ନ ନେଇ ଏବଂ ନୀତି ନିୟମକୁ ଉଂଲଘନ କରି ପଥର ଲୁଟୁଥିବା ଅଭିଯୋଗ ହେଉଛି। ଏଥି ମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋସ୍ଥ ଶ୍ମଶାନ ଚଣ୍ଡୀ ମନ୍ଦିର ନିକଟ ପୁରାତନ କାଳିଆପଲ୍ଲୀ ଗ୍ରାମ ରାସ୍ତାରେ ରହିଥିବା ମାଣଗୌଣୀ ପଥର ଅନ୍ୟତମ।
ପ୍ରକାଶ ଯେ,କଣ୍ଟିଲୋ ନିକଟସ୍ଥ ଭାଗବତ ମୁଣ୍ଡିଆରେ ‘ସେରେଣ୍ଡା’ ନାମକ ଏକ ବିରାଟ ପଥର ରହିଛି ା ଏହି ପଥର ମଧ୍ୟରେ ଥିବା ଏକ ଖାଲରେ ବର୍ଷାଦିନେ ଜମା ଥିବା ପାଣିକୁ ଜଙ୍ଗଲ ଜୀବଜନ୍ତୁ ଓ ବେଳେବେଳେ ମଣିଷମାନେ ପିଇ ତୃଷା ମେଣ୍ଟାଉଥିବା ଦେଖାଯାଏ। କିଛି ପଥର ମାଫିଆ ଏହି ପଥରକୁ ଭାଙ୍ଗିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି କାର୍ଯ୍ୟକୁ ବିରୋଧ କରିବାରୁ ସମ୍ପୂର୍ଣ୍ଣ ପଥର ଭାଙ୍ଗିବା କାର୍ଯ୍ୟ ବନ୍ଦ ହୋଇଥିଲା। ଅପର ପକ୍ଷରେ ଭାଗବତ ମୁଣ୍ଡିଆ ନିକଟ କମେଇ ନଦୀ ପାର୍ଶ୍ୱ ନାଳକୁ ଲାଗି ତଳ ଉପର ହୋଇ ଦୁଇଟି ପଥର ରହିଛି। ଏହା ‘ମାଣ ଗୌଣୀ’ ନାମରେ ପରିଚିତ। ଏହି ଦୁଇଟି ପଥର ମଧ୍ୟରୁ ସମୟାନୁକ୍ରମେ ବଡ ପଥରଟି କ୍ଷୟ ହେଉଥିବାବେଳେ ଉପରେ ଥିବା ଛୋଟ ପଥରଟିର ବୃଦ୍ଧି ଘଟୁଥିବା ବୟସ୍କ ବ୍ୟକ୍ତିମାନେ କହିଥାନ୍ତି । ଉଭୟ ପଥରକୁ ମାମୁଁ ଭଣଜା ପଥର ବୋଲି ସ୍ଥାନୀୟ ଲୋକେ କୁହନ୍ତି। ତେବେ ଏ ଦୁଇଟି ପଥର ପୁରାତନ ସ୍ମୃତି ସହ ସଂଶ୍ଳିଷ୍ଟ ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି। ଶ୍ରୀନୀଳମାଧବ ପୀଠ ସହ ଶବର ରାଜା ବିଶ୍ୱାବସୁ ଓ ତାଙ୍କ ପ୍ରାଚୀନ ବାସସ୍ଥଳୀ ଧାନଚେଙ୍ଗଡା ପଞ୍ଚାୟତ ଅନ୍ତର୍ଗତ କାଳିଆପଲ୍ଲୀ ବେଶ୍‌ ଜଣାଶୁଣା। ନୀଳମାଧବ ପୀଠଠାରୁ ମାତ୍ର ୬ କି.ମି.ଦୂରରେ ରହିଛି କାଳିଆପଲ୍ଲୀ ଗ୍ରାମ। ଜଙ୍ଗଲ ପାହାଡ ଘେରା ବ୍ରହ୍ମାଦ୍ରୀ ପାହାଡ ଶୀର୍ଷ ଦେଶରେ ଅଧିଷ୍ଠିତ ଶ୍ରୀନୀଳମାଧବଙ୍କୁ ପ୍ରତ୍ୟହ ପୂଜାର୍ଚ୍ଚନା ପାଇଁ ଶବର ରାଜା ବିଶ୍ୱାବସୁ କାଳିଆପଲ୍ଲୀରୁ ଆସିଥାନ୍ତି ା ଏଥି ନିମନ୍ତେ ସେ କମେଇ ନଦୀ କୂଳେ କୂଳେ ଅଗମ୍ୟ ଜଙ୍ଗଲ ରାସ୍ତା ଅତିକ୍ରମ କରିଥାନ୍ତି। ଏହି ରାସ୍ତାରେ‘ମାଣଗୌଣୀ’ ବା ‘ମାମୁଁ ଭଣଜା’ ପଥର ପଡିଥାଏ। ବଡ ପଥରଟି ‘ଗୌଣୀ’ ଏବଂ ତା ଉପରେ ଥିବା ଛୋଟ ପଥରଟିକୁ ‘ମାଣ’ବୋଲି କୁହାଯାଇଥାଏ। ଶସ୍ୟ ମାପିବା ନିମନ୍ତେ ପିତ୍ତଳ ପ୍ରସ୍ତୁତ ସାମଗ୍ରୀକୁ ଗୌଣୀ ବୋଲି କୁହାଯାଏ। ଶବର ରାଜା ବିଶ୍ୱାବସୁ ଉକ୍ତ ରାସ୍ତା ଦେଇ ଗଲାବେଳେ ଏହି ପଥର ନିକଟରେ କିଛି ସମୟ ବିଶ୍ରାମ ନେଇଥାନ୍ତି। ପରେ ସେ ନିଜ ଗନ୍ତବ୍ୟ ପଥରେ ଯାଇଥାନ୍ତି ବୋଲି କାଳିଆପଲ୍ଲୀ ଶବର ସମ୍ପ୍ରଦାୟର ମୁରଲୀ ନାୟକ, ବ୍ରଜବନ୍ଧୁ ବେହେରା ଓ ଧାନଚେଙ୍ଗଡା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁଙ୍କଠାରୁ ପ୍ରକାଶ। ପଥର ମାଫିଆମାନେ ବ୍ଲାଷ୍ଟିଂ କରି ‘ମାଣଗୌଣୀ’ ପଥରକୁ ନଷ୍ଟ କରିବା ନେଇ ଆଶଙ୍କା କରାଯାଉଛି। ଏହାର ସୁରକ୍ଷା ନିମନ୍ତେ ପ୍ରଶାସନିକ ଦୃଷ୍ଟି ପଡ଼ିବା ସହ ସ୍ଥାନୀୟ ଗ୍ରାମବାସୀ ଯନତ୍ବାନ ନ ହେଲେ ବହୁ ପୂରାତନ ଓ କିମ୍ବଦନ୍ତୀ ପାଲଟିଥିବା ଏହି ବିରଳ ପଥର ନଷ୍ଟ ହୋଇଯିବ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri