Posted inଖେଳ

ମାତ୍ର ୪୪ଟି ବଲ୍‌ରୁ ୧୪୯ରନ୍‌ ବିସ୍ଫୋରକ ଇନିଂଶ ଖେଳିଥିଲେ ଏହି କ୍ରିକେଟର୍‌

ଆବ୍ରାହମ୍‌ ବେଞ୍ଜାମିନ୍‌ ଡିଭିଲିୟର୍ସ କ୍ରିକେଟର ଏକ ଜଣାଶୁଣା ନାଁ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର ବେଲା ବେଲା ସେ ଜନ୍ମଗ୍ରହଣ କରିଥିଲେ। ଯଦିଓ କ୍ରିକେଟରୁ ସେ ୨ ବର୍ଷ ହେବ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କର କିଛି ବିସ୍ଫୋରକ ଇନିଂଶ ଆଜି ବି କ୍ରିକେଟ ପ୍ରଶଂସକ ମନେ ରଖିଛନ୍ତି। ୨୦୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଜୋହାନ୍ସବର୍ଗରେ ନିଜ କ୍ୟାରିୟର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ ଖେଳୁଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଦଳ ହାସିମ ଆମଲା ଏବଂ ରିଲି ରୋସୋଙ୍କ ଶତକ ବଳରେ ୩୮.୩ ଓଭରରେ ୨୪୭ ରନ୍‌ କରିଥିଲା। ଏହି ସମୟରେ ରୋସୋଉ ଆଉଟ ହେବା ପରେ ଡିଭିଲିୟର୍ସ ପଡିଆକୁ ଆସିଥିଲେ। ସେ ମାତ୍ର ୪୪ଟି ବଲ୍‌ ଖେଳି ୧୪୯ ରନ୍‌ କରିଥିଲେ। ଏହି ପାଳି ଖେଲି ସେ ବିଶ୍ୱ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିଥିଲେ। ମାତ୍ର ୩୧ଟି ବଲରୁ ଶତକ ଅର୍ଜନ କରିବା ସହ ଏହି ଇନିଂଶରେ ସେ ୧୬ଟି ଛକା ମାରିଥିଲେ।
ନିଜର ୧୪ ବର୍ଷ କ୍ରିକେଟ କ୍ୟାରିୟରରେ ଡିଭିଲିୟର୍ସ ୧୧୪ ଟେଷ୍ଟ , ୨୨୮ ଦିନିକିଆ ଓ ୭୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ସେ ୨୨୮ଟି ମ୍ୟାଚରୁ ୯ ହଜାର ୫୭୭ ରନ ସଂଗ୍ରହ କରିଛନ୍ତି। ୧୧୪ଟି ଟେଷ୍ଟ ମ୍ୟାଚ ଖେଳି ଡିଭିଲିୟର୍ସ ୮ ହଜାର ୭୬୫ରନ ସଂଗ୍ରହ କରିଛନ୍ତି। ସେହିପରି ୭୮ଟି ଟି୨୦ରୁ ୧୬୭୨ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ…

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?