ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଢେଙ୍କାନାଳ ଜିଲାରେ ପାସ୍‌ ହାର ୭୨.୦୨%

ଢେଙ୍କାନାଳ ଅଫିସ, ୨୨।୫- ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଢେଙ୍କାନାଳ ଜିଲାରେ ପାସ୍‌ ହାର ରହିଛି ୭୨.୦୨%। ପରୀକ୍ଷା ଦେଇଥିବା ୧୬,୮୨୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୨,୦୦୩ ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ୪୭୧ଜଣ ପରୀକ୍ଷା ଦେଇଥିବାବେଳେ ୧୯୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ୪୦.୭୭%। ଚଳିତବର୍ଷ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ। ଜିଲାରେ ୧୫୪ଜଣ କପି କରି ଧରାପଡ଼ିଛନ୍ତି, ଯାହା ରାଜ୍ୟସ୍ତରରେ ସର୍ବାଧିକ ବୋଲି ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ସୂଚନା ଦେଇଛନ୍ତି।
ଜିଲାରେ ମୋଟ ୨୭୦ ହାଇସ୍କୁଲର ୧୭,୧୦୮ଜଣ ଫର୍ମପୂରଣ କରିଥିବାବେଳେ ୮୨ କେନ୍ଦ୍ରରେ ୧୬,୮୨୦ଜଣ ପରୀକ୍ଷା ଦେଇଥିଲେ। ୧୨,୦୦୩ଜଣ ପାସ୍‌ କରିଛନ୍ତି। ତନ୍ମଧ୍ୟରେ ୬,୦୩୮ ଝିଅ ଏବଂ ୫,୯୪୫ଜଣ ପୁଅ ା ଏ-୧ରେ ୩୮, ଏ-୨ରେ ୨୬୭, ବି-୧ରେ ୭୮୦, ବି-୨ରେ ୧୬୧୨, ‘ସି’ରେ ୨,୪୮୫, ‘ଡି’ ରେ ୩,୩୩୫, ‘ଇ’ରେ ୩,୪୮୬ଜଣ ପାସ୍‌ କରିଛନ୍ତି। ୪,୬୬୩ଜଣ ଫେଲ୍‌ ହୋଇଛନ୍ତି। ଏ-୧ରେ ପାସ୍‌ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ସନ୍ଧ୍ୟାସୁଦ୍ଧା ୩୫ଜଣଙ୍କ ସୂଚନା ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି। ତଦନୁଯାୟୀ, କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କଳ୍ପତରୁ ସାହୁ ସର୍ବାଧିକ ୫୬୫ ନମ୍ବର ରଖି ଆଗରେ ରହିଛନ୍ତି। ଉକ୍ତ ସ୍କୁଲର ରାଜେଶ ପାଣିଗ୍ରାହୀ ୫୬୪ ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏହିକ୍ରମରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲର ସତ୍ୟବ୍ରତ ବେହେରା ତୃତୀୟ (୫୬୨), ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅନିଲ କୁମାର ସାହୁ ଚତୁର୍ଥ (୫୫୫), ଜିରାଳ ହାଇସ୍କୁଲର ଜୟଶ୍ରୀ ନୂପୁର ପଞ୍ଚମ (୫୫୪) ସ୍ଥାନରେ ରହିଥିବା ଜଣାପଡ଼ିଛି।
ପରୀକ୍ଷାରେ କପି ଧରପଗଡ଼ରେ ଢେଙ୍କାନାଳ ପ୍ରଥମ ସ୍ଥାନରେ ରହିଛି। ଅସାଧୁ ଉପାୟ ଅବଲମ୍ବନ କରି ରାଜ୍ୟରେ ୧୦୩୯ଜଣ ଧରାପଡ଼ିଥିବାବେଳେ


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri