ମାଟ୍ରିକ୍‌ ବୃତ୍ତି ପରୀକ୍ଷା: ଆଜିଠାରୁ ଅନ୍‌ଲାଇନରେ ଆବେଦନ

କଟକ ଅଫିସ,୨୭ା୯ : ଆଲ୍‌ପି ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଅରୁଣୋଦୟ ମାର୍କେଟସ୍ଥିତ ଟ୍ରଷ୍ଟର ସମ୍ମେଳନ କକ୍ଷରେ ଗୁରୁବାର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ପକ୍ଷରୁ ବାର୍ଷିକ ମାଟ୍ରିକ ବୃତ୍ତି ପରୀକ୍ଷା ଆୟୋଜନ ହେବ। ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇପାରିବେ। ଏହା ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀ ନୂଆ ସିଲାବସ୍‌ ଓ ପାର୍ଟନ ଅନୁସାରେ କରାଯିବ। ପ୍ରତିବର୍ଷ କେବଳ କଟକ ଜିଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ସମସ୍ତ ଜିଲାରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ରାଜ୍ୟରେ ଗୋଟିଏ ଦିନ ଅନୁଷ୍ଠିତ ହେବ। ପ୍ରତି ଜିଲାର ଗୋଟିଏ କେନ୍ଦ୍ରରେ ପରୀକ୍ଷା କରାଯିବ। ୨୭ରୁ ଡିସେମ୍ବର ୭ ମଧ୍ୟରେ ଛାତ୍ରୀଛାତ୍ରମାନେ www.aalpee.in ୱେବସାଇଟ୍‌ AMSE-2020 ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର ୧୫ରେ ଛାତ୍ରୀଛାତ୍ରମାନଙ୍କୁ ଆର୍ଡମିଟ୍‌ କାର୍ଡ ମିଳିବ। ଏହାପରେ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଟ୍ରଷ୍ଟ ପକ୍ଷରୁ ଶ୍ରେଷ୍ଠ ୫୦ଜଣ ପରୀକ୍ଷାର୍ଥୀଙ୍କୁ ବୃତ୍ତିରାଶି ଓ ମାନପତ୍ର ପ୍ରଦାନ କରାଯିବ। ଚଳିତବର୍ଷ ପରୀକ୍ଷା ପାଇଁ ଦେଢ ଲକ୍ଷ ଟଙ୍କା ବୃତ୍ତି ରାଶି ରହିଛି। ଛାତ୍ରୀଛାତ୍ରମାନେ ମାଟ୍ରିକ ପରୀକ୍ଷାରେ କିଭଳି ଭଲ କରିବେ, ସେଥିପାଇଁ ଏହା ଏକ ପୂର୍ବ ପ୍ରସ୍ତୁତି ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଏମଏସଇ ବୋର୍ଡର ସଭ୍ୟ ମନୋଜ କୁମାର ଷଡଙ୍ଗୀ, ଡ. କିଶୋର ଚନ୍ଦ୍ର ଶତପଥୀ, ଅଜୟ କୁମାର ପୃଷ୍ଟି, ଉତ୍କଳ ରଞ୍ଜନ ଦାସ ଓ ସ୍ବାଧୀନ ଶେଖର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri