ମାଛ ଚାଷ ଦେଇଛି ପରିଚୟ

ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇ ନ ପାରି ନିରାଶ ହୋଇ ଘରେ ବସି ରହୁଛନ୍ତି। ହେଲେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡ଼ାଯୋଡ଼ି ଗ୍ରାମର ଯୁବକ ପ୍ରଫୁଲ୍ଲ ଟିପିରଆ ଜୈବିକ ପ୍ରଣାଳୀରେ ମାଛ ଚାଷ କରି ଅଞ୍ଚଳରେ ପରିଚିତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ପ୍ରାଥମିକସ୍ତରରେ ସେ ଗୋଟିଏ ଟାଙ୍କିରେ ଏହି ଚାଷ ଆରମ୍ଭ କରିଛନ୍ତି। ୩ ମାସ ତଳେ ଏହି ଟାଙ୍କିରେ ମାଛ ଚାଷ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦ହଜାର ଟଙ୍କାର ମାଛ ବିକ୍ରି କରିସାରିଲେଣି। ଆଗକୁ ଆହୁରି କିଛି ଟଙ୍କାର ମାଛ ବିକ୍ରି ହେବ ବୋଲି କହିଛନ୍ତି। ସେହିଭଳି ଅଧିକ ଟାଙ୍କି କରି ଏହି ଚାଷ ବଢ଼ାଇବେ ବୋଲି ପ୍ରକାଶ କରଛନ୍ତି। ଯୁକ୍ତ ୨ ପଢା ପରେ ପ୍ରଫୁଲ୍ଲ ବ୍ୟବସାୟ କରିବା ପାଇଁ ଚିନ୍ତା କରିଥିଲେ। ପ୍ରଥମେ କୁକୁଡ଼ା ଫାର୍ମ କରିଥିଲେ। ତେବେ ଜୈବିକ ପ୍ରଣାଳୀରେ ମାଛଚାଷ ହେଉଥିବା ଜାଣି ସେ ବାରିପଦାସ୍ଥିତ ୟୁ କ୍ୟାନ ଫାର୍ମର ସହାୟତାରେ ନିଜେ ମାଛ ଚାଷ କରିଥିଲେ। ସେ କୁହନ୍ତି, ପ୍ରଥମେ ଟାଙ୍କି ପାଇଁ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରେ ୧୦୦୦ଟି ଦେଶୀ କଉ ଯାଆଁଳଙ୍କୁ ୩ ଟଙ୍କା ଲେଖାଏ ୩ ହଜାର ଟଙ୍କା ଦେଇ କିଣିଥିଲେ। ୩ ମାସରେ ପ୍ରାୟ ୨ ହଜାର ଟଙ୍କାର ଦାନା ଖାଇବାକୁ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଗୋଟାକ ମାଛ ୨୫୦ରୁ ୩୦୦ ଗ୍ରାମ୍‌ ହୋଇଥିବା ବେଳେ ସେ ୩୦ହଜାର ଟଙ୍କାର ମାଛ ବିକ୍ରିକରି ସାରିଲେଣି। ଏପରି କି ପ୍ରତିଦିନ ଆଖପାଖ ଅଞ୍ଚଳରୁ ଲୋକେ ଯାଇ ତାଙ୍କ ମାଛ ଚାଷ ପ୍ରଣାଳୀ ଦେଖିବା ସହିତ କିଣି ନେଉଥିବା ମଧ୍ୟ କହିଛନ୍ତି ପ୍ରଫୁଲ୍ଲ। ଏହି ଟାଙ୍କିରେ ୧୦ ହଜାର ଲିଟର ପାଣି ରହୁଥିବା ବେଳେ ପ୍ରଥମ କରି ଚାଷ କରୁଥିବାରୁ ସେ ୧୦୦୦ଟି ମାଛ ଯାଆଁଳ ଛାଡ଼ିଥିଲେ। ଟାଙ୍କିରେ ଜଣେ ଚାହିଁଲେ ୫୦୦୦ରୁ ୧୦ହଜାର ଯାଆଁଳ ଛାଡ଼ିପାରିବେ। ଅତି କମ୍‌ରେ ୩ଟି ଟାଙ୍କି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ କହିଛନ୍ତି। ସେହିଭଳି ଦିନକୁ ୨ ଥର ମାଛଙ୍କୁ ଦାନା ଦେବା ସହିତ ପ୍ରତି ସପ୍ତାହରେ ଚେକିଂ କରି ପାଣି ବଦଳାଇ ଦିଆଯାଉଥିବା ସେ କହିଛନ୍ତି। ଆଗାମୀ ଦିନରେ ସେ ଚିଙ୍ଗୁଡ଼ି ଚାଷ କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯୁବକମାନେ ଚାକିରି ପଛରେ ଗୋଡ଼ାଇ ହତାଶ ହେଉଥିବା ବେଳେ ଜୈବିକ ପ୍ରଣାଳୀରେ ଚାଷ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri