Posted inଫୁରସତ

ମାଛଙ୍କ ସାଥୀ

ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍‌ ନାମକ ବ୍ୟକ୍ତି ନଦୀର ହଜାର ହଜାର ସଂଖ୍ୟକ ମାଛଙ୍କ ସାଥୀ ପାଲଟିଛନ୍ତି। ଏମିତିକି ନଦୀ କୂଳରେ ଥିବା ତାଙ୍କ ଘର ନିକଟକୁ ଏହି ମାଛ ମାନେ ସବୁଦିନ ଆସନ୍ତି। ଆଉ କୂଳ ନିକଟରେ ଗଦା ହୋଇ ମୁହଁ ବାହାରକୁ ବାହାର କରି ପାଟି ପାକୁ ପାକୁ କରି ଖାଦ୍ୟ ମାଗନ୍ତି। ସେମାନଙ୍କୁ ଦେଖିବାମାତ୍ରେ ମୁଓଇ ସେମାନଙ୍କ ପାଇଁ ଘରୁ ଖାଦ୍ୟ ଆଣି ପାଣିରେ ପକାନ୍ତି। ମାଛଗୁଡ଼ିକ ବେଶ୍‌ ଖୁସିରେ ତାକୁ ଖାଆନ୍ତି। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଓଇ ଓ ମାଛଙ୍କ ମଧ୍ୟସ୍ଥ ଏହି ସମ୍ପର୍କ ଜାରି ରହିଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଏବେ ବିଭିନ୍ନ ସ୍ଥାନରୁ ଲୋକ ଆସୁଛନ୍ତି। ମୁଓଇ କୁହନ୍ତି, ‘୨୦୨୦ ଭିଏତନାମର ନବବର୍ଷ ‘ଟେଟ୍‌’ ଦିନ ତାଙ୍କ ସ୍ତ୍ରୀ ଓ ପିଲାମାନେ ବାହାରକୁ ଯାଇଥାନ୍ତି। ମୁଁ ଘରେ ଥାଏ ଜେଜେବାପା, ଜେଜେମା’ଙ୍କୁ ରାନ୍ଧିକି ଦେବାପାଇଁ। ସେଦିନ ଯେତେବେଳେ ମୁଁ ଝରକାରୁ ବାହାରକୁ ଦେଖିଲି ଏକ ଅଜବ ଦୃଶ୍ୟ ମୋ ନଜରକୁ ଆସିଲା। ମୁଁ ଦେଖିଲି ମୋ ଘର ନିକଟରେ କିଛି ମାଛ ନଦୀର ପୃଷ୍ଠ ଭାଗକୁ ଆସି ପାଟି ପାକୁ ପାକୁ କରୁଛନ୍ତି। ମତେ ଲାଗିଲା ସେମାନେ ମତେ ଖାଦ୍ୟ ମାଗୁଛନ୍ତି। ତେଣୁ କିଛି ବତକ ଖାଦ୍ୟ ଆଣି ସେ ମାଛଙ୍କୁ ଦେଲି। ପରଦିନ ଦେଖିଲି ସେଇ ସମୟରେ ପୁଣି ମାଛମାନେ ଆସିଛନ୍ତି। ତେଣୁ ପୁଣିଥରେ ସେମାନଙ୍କୁ ଖାଦ୍ୟ ଦେଲି। ଏହାପରଠାରୁ ମାଛମାନେ ସବୁଦିନ ଆସିଲେ ଓ ନୂଆ ନୂଆ ସାଙ୍ଗ ମାଛଙ୍କୁ ବି ଧରିକି ଆସିଲେ। ଏବେ ପ୍ରାୟ ୧୦,୦୦୦ରୁ ଉର୍ଦ୍ଧ୍ୱ ମାଛ ସବୁଦିନ ଆସୁଛନ୍ତି। ଏହି ମାଛଙ୍କ ଭିତରେ କ୍ୟାଟ୍‌ ଫିଶ୍‌, ସ୍ନେକହେଡ ଫିଶ୍‌ ଓ ପମ୍ପାନୋ ପରି ହିଂସକ ପ୍ରବୃତ୍ତିର ମାଛ ବି ଅଛନ୍ତି। ଏହି ମାଛଙ୍କ ପାଇଁ ଏବେ ମାସକୁ ୧ ଟନ୍‌ରୁ ଉର୍ଦ୍ଧ୍ୱ ଚାରା ଆବଶ୍ୟକ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରିପାରୁ ନ ଥିବାରୁ ମୁଁ ସ୍ଥାନୀୟ ଚାଷୀଙ୍କ ସାହାଯ୍ୟ ନେଉଛି। ସେମାନଙ୍କଠୁ ଅଳ୍ପ ନଷ୍ଟ ହୋଇଥିବା ଫଳ, ପନିପରିବା ଆଣି ମାଛଙ୍କୁ ଦେଉଛନ୍ତି। ଏସବୁକୁ ବି ମାଛଗୁଡିକ ବେଶ୍‌ ଖୁସିରେ ଖାଉଛନ୍ତି।’

 


Enter your email to get our daily news in your inbox.

All Right Reserved By Dharitri.Com

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri