ପ୍ରଶାନ୍ତି ବିହାର ଦୁର୍ଗାପୂଜା କମିଟି : ମା’ଙ୍କ ମଥାରେ ଝଟକିବ ଚାନ୍ଦି ମୁକୁଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ) : ଭୁବନେଶ୍ୱରର ଓ୍ବାର୍ଡ ନଂ. ୧ ଅନ୍ତର୍ଗତ ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପୂଜା ଆୟୋଜନ କରୁଛି। ୨୦ ବର୍ଷ ହେବ ଦୁର୍ଗାପୂଜା କରି ଆସୁଥିବା ଏହି କମିଟି ପ୍ରଥମଥର ଲାଗି ମା’ଙ୍କୁ ଚାନ୍ଦି ମୁକୁଟ ଭେଟି ଦେବ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଏପରି ଭିନ୍ନକିଛି କରାଯାଉଥିବାବେଳେ ମା’ଙ୍କ ମଥାରେ ଚାନ୍ଦି ମୁକୁଟ ଝଟକିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟଭରା ସୁଉଚ୍ଚ ତୋରଣ ପୂଜାର ଶୋଭା ବଢାଇବ। ସେହିଭଳି ରଙ୍ଗବେରଙ୍ଗ ଆଲୋକମାଳା ଓ ଶିଳ୍ପୀଙ୍କ ଦ୍ୱାରା ନୂଆ କାରୁକାର୍ଯ୍ୟ ଅନ୍ୟତମ ଆକର୍ଷଣ ହେବ। ପୂଜା ୪ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଲୋନୀରେ ଏକ ସୁସ୍ଥ ପରିବେଶ ସହ ବାସିନ୍ଦାଙ୍କ ଭାଇଚାରା ମଧ୍ୟରେ ଏହି ପୂଜା ଆୟୋଜିତ ହେଉଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି।
ବିଜୟା ଦଶମୀରେ ଦହି ପାଖଳ
ମହାଅଷ୍ଟମୀ ଦିନ ମା’ଙ୍କ ପାଇଁ ଖେଚୁଡ଼ି ଭୋଗ ଓ ଦଶମୀରେ ଦହି ପଖାଳ ଭୋଗ କରାଯାଇଥାଏ। ଗତ ୫ବର୍ଷ ହେବ ମା’ଙ୍କ ବିଜୟା ଦଶମୀ ଦିନ ସାର୍ବଜନୀନ ଦହି ପଖାଳ ଭୋଗ କରାଯାଇଥାଏ। ଏହାକୁ ସମସ୍ତେ ସେବନ କରିବା ସହିତ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। କମିଟି ପକ୍ଷରୁ କେବଳ ଦୁର୍ଗାପୂଜା ନୁହେଁ, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ମଧ୍ୟ କରାଯାଉଛି। ଆଗାମୀ ଦିନରେ ସମସ୍ତ ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ।
– ନିରଞ୍ଜନ ବାରିକ, ସଭାପତି
ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ
ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କମିଟି ପକ୍ଷରୁ ଭଲ୍ୟୁଣ୍ଟର ବ୍ୟବସ୍ଥା କରାଯାଇଛି। କଲୋନୀର ଯୁବକମାନେ ମୁଖ୍ୟ ଭୂମିକା ନିର୍ବାହ କରିବେ। ଏହାସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରି ମା’ଙ୍କ ଭସାଣି ଉତ୍ସବକୁ ଖୁବ୍‌ ଶୃଙ୍ଖଳିତ ଭାବେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
– ସିତାଂଶୁ ଦାସ, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri