ମାଓବାଦୀଙ୍କ ନାଁରେ ଯୁବତୀଙ୍କ ପରିବାରକୁ ହତ୍ୟା ଧମକ: ଯୁବକଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ଏକତରଫା ପ୍ରେମରୁ ଜଣେ କେଉଁଭଳି ଅଦ୍‌ଭୁତ କାଣ୍ଡ ଘଟାଇପାରେ, ତାହାର ଏକ ନମୁନା ହେଉଛନ୍ତି କୁମାର ପାଙ୍ଗୀ ନାମକ ଜଣେ ଯୁବକ। ଏକତରଫା ପ୍ରେମରୁ ଜଣେ ଯୁବତୀ ଓ ତାଙ୍କ ବାପାଙ୍କୁ ମାଓବାଦୀଙ୍କ ନାଁରେ ଚିଠି ଲେଖି ହତ୍ୟା ଧମକ ଦେଉଛନ୍ତି କୁମାର। ମାଥିଲି ବ୍ଲକ କେମା ଗ୍ରାମରେ କୁମାରଙ୍କ ଘର। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ଗତ ଏପ୍ରିଲ ୭ରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଧୀନ ଧଉଡ଼ାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ‘ଲାଲ ସଲାମ’ ଉଲ୍ଲେଖ ଥିବା ଏକ ହାତ ଲେଖା ଚିଠିରେ ହତ୍ୟା ଧମକ ମିଳିଥିଲା। ଏ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ଓର୍କେଲ ଥାନା ଅଧୀନ କୁଡୁମୁଲୁଗୁମ୍ମା ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିଲା। ଘଟଣା ପଛରେ କୁମାରଙ୍କ ହାତ ଥିବା ପୋଲିସ ତଦନ୍ତବେଳେ ଜାଣିପାରିଥିଲା। ପରେ ଏସ୍‌ଆଇ କୃତ୍ତିବାସ ବେହେରା, ଦୁଇଜଣ ପୋଲିସ କନଷ୍ଟେବଳ, ୩ଜଣ ହୋମଗାର୍ଡଙ୍କ ସହ ଏକ ଟିମ୍‌ ଗଠନ କରି ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଶୁକ୍ରବାର କୁମାରଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ୪ମାସ ତଳେ ଯୁବତୀ ଜଣକ ବାଙ୍ଗାଲୋରର ଏକ ସିଲେଇ କେନ୍ଦ୍ରରେ ତାଲିମ ନେଉଥିଲେ। ସେହି ସମୟରେ ତାଙ୍କୁ ଏକତରଫା ଭଲପାଉଥିବା କୁମାର ସେଠାରୁ ଅପହରଣ କରି ନେଇଥିଲେ। ଯୁବତୀ ଜଣକ କୌଣସି ମତେ ପରିବାରକୁ ଯୋଗାଯୋଗ କରିବା ପରେ ତାଙ୍କ ବାପା ପୋଲିସର ସାହାଯ୍ୟ ନେଇ ଝିଅକୁ ବାଙ୍ଗାଲୋରରୁ ଉଦ୍ଧାର କରିପାରିଥିଲେ। କୁମାର ଏକତରଫା ଭଲପାଇ ଏଭଳି କାଣ୍ଡ ବାରମ୍ବାର ଘଟାଉଥିବା ବାପା ଓ ଝିଅ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଜୀବନ

ଗୁଣପୁର,୯ା୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ରାଗୟଡ଼ା ଜିଲା ପଦ୍ମପୁର ଥାନା ଗୁଲୁଗୁଡ଼ାର ତାରପାଗୁଡ଼ାରେ ଘଟିଛି ଅଘଟଣ। ପାଇଖାନା ଟାଙ୍କିକୁ ଜଣଙ୍କ ପରେ ଜଣେ ଓହ୍ଲାଇ ତିନି ଜଣ ଶାସରୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?