ମାଓବାଦୀଙ୍କ ନାଁରେ ଯୁବତୀଙ୍କ ପରିବାରକୁ ହତ୍ୟା ଧମକ: ଯୁବକଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୩୧।୫(ଡି.ଏନ୍‌.ଏ.): ଏକତରଫା ପ୍ରେମରୁ ଜଣେ କେଉଁଭଳି ଅଦ୍‌ଭୁତ କାଣ୍ଡ ଘଟାଇପାରେ, ତାହାର ଏକ ନମୁନା ହେଉଛନ୍ତି କୁମାର ପାଙ୍ଗୀ ନାମକ ଜଣେ ଯୁବକ। ଏକତରଫା ପ୍ରେମରୁ ଜଣେ ଯୁବତୀ ଓ ତାଙ୍କ ବାପାଙ୍କୁ ମାଓବାଦୀଙ୍କ ନାଁରେ ଚିଠି ଲେଖି ହତ୍ୟା ଧମକ ଦେଉଛନ୍ତି କୁମାର। ମାଥିଲି ବ୍ଲକ କେମା ଗ୍ରାମରେ କୁମାରଙ୍କ ଘର। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ଗତ ଏପ୍ରିଲ ୭ରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଧୀନ ଧଉଡ଼ାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ‘ଲାଲ ସଲାମ’ ଉଲ୍ଲେଖ ଥିବା ଏକ ହାତ ଲେଖା ଚିଠିରେ ହତ୍ୟା ଧମକ ମିଳିଥିଲା। ଏ ନେଇ ସେମାନେ ପୋଲିସରେ ଅଭିଯୋଗ କରିଥିଲେ। ଓର୍କେଲ ଥାନା ଅଧୀନ କୁଡୁମୁଲୁଗୁମ୍ମା ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିଲା। ଘଟଣା ପଛରେ କୁମାରଙ୍କ ହାତ ଥିବା ପୋଲିସ ତଦନ୍ତବେଳେ ଜାଣିପାରିଥିଲା। ପରେ ଏସ୍‌ଆଇ କୃତ୍ତିବାସ ବେହେରା, ଦୁଇଜଣ ପୋଲିସ କନଷ୍ଟେବଳ, ୩ଜଣ ହୋମଗାର୍ଡଙ୍କ ସହ ଏକ ଟିମ୍‌ ଗଠନ କରି ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଶୁକ୍ରବାର କୁମାରଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଯେ, ୪ମାସ ତଳେ ଯୁବତୀ ଜଣକ ବାଙ୍ଗାଲୋରର ଏକ ସିଲେଇ କେନ୍ଦ୍ରରେ ତାଲିମ ନେଉଥିଲେ। ସେହି ସମୟରେ ତାଙ୍କୁ ଏକତରଫା ଭଲପାଉଥିବା କୁମାର ସେଠାରୁ ଅପହରଣ କରି ନେଇଥିଲେ। ଯୁବତୀ ଜଣକ କୌଣସି ମତେ ପରିବାରକୁ ଯୋଗାଯୋଗ କରିବା ପରେ ତାଙ୍କ ବାପା ପୋଲିସର ସାହାଯ୍ୟ ନେଇ ଝିଅକୁ ବାଙ୍ଗାଲୋରରୁ ଉଦ୍ଧାର କରିପାରିଥିଲେ। କୁମାର ଏକତରଫା ଭଲପାଇ ଏଭଳି କାଣ୍ଡ ବାରମ୍ବାର ଘଟାଉଥିବା ବାପା ଓ ଝିଅ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

କୋରାପୁଟ ଲୋକସଭା ଆସନ: ୩ ଆଶାୟୀଙ୍କ ମଧ୍ୟରୁ କାଳୀରାମଙ୍କ ଉପରେ ଆସ୍ଥା ପ୍ରକଟ କଲା ଭାଜପା

ରାୟଗଡ଼ା,୨୪।୩(ଆଶିଷ ରଞ୍ଜନ ପଣ୍ଡା)-ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାଜପା। କୋରାପୁଟରୁ ଜଣେ ମହିଳାଙ୍କ ସମେତ ୩ ପ୍ରମୁଖ...

ଚିଟ୍‌ଫଣ୍ଡ ନାଁରେ ୫କୋଟି ଠକେଇ, ମହିଳା ଫେରାର

ରାୟଗଡ଼ା,୨୩ା୩(ଆଶିଷ ରଞ୍ଜନ ପଣ୍ଡା): ବେଆଇନ ଭାବେ ଚାଲିଥିବା ଚିଟ୍‌ଫଣ୍ଡ ସ୍କିମ୍‌ ଓ ସୁଧ କାରବାର ଉପରେ କୌଣସି ଅଙ୍କୁଶ ଲଗାଯାଇ ନ ଥିବାରୁ ଦିନକୁ ଦିନ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ...

ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି...

ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ

ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ...

ପ୍ରମୁଖ ଦଳ ଆଶାୟୀଙ୍କ ମେଣ୍ଟ ମନ୍ତବ୍ୟ, ଟିକେଟ ମିଳିଲେ କ’ଣ କରିବେ?

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଆଶାୟୀମାନେ ଲୋକ ସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri