Posted inଖେଳ

ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍‌ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୪ ଜଣ ଖେଳାଳି ଦୀପ୍‌ଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ ଓ ଲିଳିମା ମିଞ୍ଜ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ସୋମବାରଠାରୁ ଏହି ଶିବିର ଆରମ୍ଭ ହେବ। ଚାରି ସପ୍ତାହବ୍ୟାପୀ ହେବାକୁ ଥିବା ଏହି ଶିବିର ଲାଗି ସମସ୍ତ ଖେଳାଳି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିଜନେଙ୍କ ନିକଟରେ ରିପୋର୍ଟିଂ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୧ରେ ଏହି କ୍ୟାମ୍ପ୍‌ ସମାପ୍ତ ହେବାପରେ ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ ଲାଗି ହେବାକୁ ଥିବା ଟେଷ୍ଟ ଇଭେଣ୍ଟ ଖେଳିବା ପାଇଁ ଜାପାନ ଗସ୍ତ କରିବ। ସେଠାରେ ଅଗଷ୍ଟ ୧୭ରୁ ଏହି ଇଭେଣ୍ଟ ଆରମ୍ଭ ହେବ। ଯେଉଁଥିରେ ଆୟୋଜକ ଜାପାନ ସମେତ ଭାରତ, ଅଷ୍ଟ୍ରେଲିଆ ଓ ଚାଇନା ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଦିବସରେ ଭାରତ ଆୟୋଜକ ଜାପାନକୁ ଭେଟିବ। ଏହାପରେ ଅଗଷ୍ଟ ୧୮ରେ ଅଷ୍ଟ୍ରେଲିଆ, ଅଗଷ୍ଟ ୨୦ରେ ଚାଇନା ବିପକ୍ଷରେ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ‘ଅଷ୍ଟ୍ରେଲିଆ, ଚାଇନା ଓ ଆୟୋଜକ ଜାପାନ ବିପକ୍ଷରେ ଖେଳି ଆମେ ଆମର ଖେଳରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ଏଥିସହ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ପୂର୍ବରୁ ଏହା ଆମ ପାଇଁ ଭଲ ପ୍ରସ୍ତୁତି ସଦୃଶ ହେବ’ ବୋଲି ମାରିଜନେ କହିଛନ୍ତି। ଚଳିତ ବର୍ଷ ଅନ୍ତିମ ଭାଗରେ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଅନୁଷ୍ଠିତ ହେବ।
ସମ୍ଭାବ୍ୟ କୋର୍‌ ଗ୍ରୁପ୍‌:
ଗୋଲକିପର- ସବିତା, ରଜନୀ ଏଟିମାରପୁ, ବିଛୁ ଦେବୀ ଖରିବାମ୍‌।
ଡିଫେଣ୍ଡର୍ସ- ଦୀପ୍‌ଗ୍ରେସ ଏକ୍କା, ରୀନା ଖୋଖର, ସୁମଦ ଦେବୀ ଥୋଉଡାମ, ସୁନୀତା ଲାକ୍ରା, ସାଲିମା ଟେଟେ, ମନପ୍ରୀତ୍‌ କୌର, ଗୁର୍‌ଜିତ୍‌ କୌର, ରଶ୍ମିତା ମିଞ୍ଜ, ମହିମା ଚୌଧାରୀ ଓ ନିଶା।
ମିଡ୍‌ଫିଲ୍ଡର୍ସ- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଳିମା ମିଞ୍ଜ, ସୁଶୀଳା ଚାନୁ ପୁରଖବାମ, ଚେତନା, ରୀତା, ଅଞ୍ଜୁ ସିଂ, କରିଶ୍ମା ଯାଦବ ଓ ସୋନିକା।
ଫରଓ୍ବାଡର୍‌ସ- ରାଣୀ, ଲାଲରେମସିଆମି, ବନ୍ଦନା କାଟାରିୟା, ନବଜୋତ୍‌ କୌର, ନବନୀତ୍‌ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଳା ଦେବୀ, ଅମନଦୀପ୍‌ କୌର ଓ ପ୍ରିୟଙ୍କା ଓ୍ବାଙ୍ଖଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri