ମହିଳା ଶ୍ରମିକଙ୍କୁ ଅଣଦେଖା: ମିଳୁନି ନିର୍ମାଣ ଶ୍ରମିକର ପରିଚୟ

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ଜିଲାରେ ମହିଳା ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ମିଳୁନି। ଏଥିରେ ବାଧକ ସାଜୁଛି ଜିଲା ଶ୍ରମ କାର୍ଯ୍ୟାଳୟ। କୃଷି ଶ୍ରମିକ କହି ଅଧିକାଂଶ ମହିଳାଙ୍କୁ ପଞ୍ଜୀକୃତ ନ କରି ଫେରାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମହିଳାମାନେ ନିର୍ମାଣ ଶ୍ରମିକ ପାଇଁ ଆବେଦନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜଣେ ମହିଳା ଶ୍ରମିକଙ୍କ ସୂଚନା ଅନୁସାରେ ପରିଚୟ ପାଇବା ପାଇଁ ପଞ୍ଜୀକୃତ କରିବାକୁ ଗଲେ ଅନେକ ଦିନ ରୋଜଗାର ବନ୍ଦ ରୁହେ । ଯାଉ ଯାଉ ଶୁଣିବାକୁ ମିଳେ ଜିଲାରେ ନିର୍ମାଣ ଶ୍ରମିକ କେହି ନାହାନ୍ତି। ଯେଉଁମାନେ ଅଛନ୍ତି ସେମାନେ କୃଷି ଶ୍ରମିକ। ଏଭଳି ଘଟଣା ବାରମ୍ବାର ଘଟିବା ପରେ ମହିଳା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ପଞ୍ଜୀକୃତ କରିବାକୁ ଯାଉନାହାନ୍ତି। ଅନ୍ୟପକ୍ଷେ ଯଦି ହାତଗୁଞ୍ଜା ଦିଆଯାଉଛି ସେଠାରେ ଆଇନକାନନୁର ଆବଶ୍ୟକ ପଡୁନି। ପୁଣି କୃଷି ଶ୍ରମିକର ନଁା ମଧ୍ୟ ଉଠୁନି। ହେଲେ ସବୁ ମହିଳା ହାତଗୁଞ୍ଜା କାରବାରରେ ସାମିଲ ହୋଇପାରୁ ନ ଥିବାରୁ ଏମାନଙ୍କ ପଞ୍ଜୀକୃତ ସଂଖ୍ୟା କମିବା ସ୍ବାଭାବିକ।
ପଞ୍ଜୀକୃତ ମାତ୍ର ୧୩ ପ୍ରତିଶତ
ଜିଲା ଶ୍ରମ ବିଭାଗର ରିପୋର୍ଟ ଅନୁଯାୟୀ ଜିଲାରେ ମହିଳା ଶ୍ରମିକଙ୍କ ଅଭାବ ରହିଛି। କାରଣ ପଞ୍ଜୀକୃତ ମହିଳାଙ୍କ ସଂଖ୍ୟା ମାତ୍ର ୧୩ ପ୍ରତିଶତ। ଏଠାରେ ୫୪ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ମହିଳା ଶ୍ରମିକ କମିବାର କାରଣ ଖୋଜାଯାଉନି। ତ୍ରୁଟି କେଉଁଠି ରହୁଛି ତା’ର ସମୀକ୍ଷା ନାହିଁ । ଫଳରେ ମହିଳାମାନେ ନିଜ ଜିଲାର ଭିଟାମାଟି ଛାଡି ଅନ୍ୟତ୍ର କାମ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଯେଉଁ ମହିଳା ଶ୍ରମିକ କୋଠାବାଡି ପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେଥିରୁ ପ୍ରାୟ ୮୦ ପ୍ରତିଶତଙ୍କ ଘର ନୟାଗଡ଼ ଜିଲାରେ ବୋଲି ଜଣାପଡିଛି । ନୟାଗଡର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ କହୁଛି, ମହିଳା ଶ୍ରମିକଙ୍କୁ ଅଣଦେଖା କରାଯାଉଥିବାରୁ ସେମାନେ ବାହାରକୁ ଚାଲି ଯାଉଛନ୍ତି। ଭୁବନେଶ୍ୱରରେ ଏମାନଙ୍କ ସଂଖ୍ୟା ଅଧିକ। ଜିଲା ପ୍ରଶାସନ ପକ୍ଷରୁ ଏଭଳି କଥାକୁ ନିର୍ମାଣ ଶ୍ରମିକ ସେବା ସପ୍ତାହରେ ସ୍ବୀକାର କରାଯାଇଛି।
୯୦ଦିନ କାମ କରିଥିଲେ ପଞ୍ଜୀକୃତ ହୋଇପାରିବ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଅତି କମରେ ୯୦ଦିନ କାମ କରିଥିଲେ ଜଣେ ମହିଳାଙ୍କ ନଁା ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକୃତ ହୋଇପାରିବ। ଆଇନ ଏହା କହୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ଓଲଟା ଦେଖିବାକୁ ମିଳୁଛି। ଜଣେ ମହିଳା ଜବକାର୍ଡଧାରୀଙ୍କ ସୂଚନା ଅନୁସାରେ କାମ ମାଗିଲେ ମିଳୁନି। କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଦିଆଯିବାର ନିୟମ ରହିଛି। ହେଲେ ଆବେଦନପତ୍ର ଗ୍ରହଣ କରୁ ନ ଥିବାରୁ ବେରୋଜଗାର ଭତ୍ତା ଦିଆଯାଉନି। ସେହିଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଯନ୍ତ୍ର କରୁଛି। ମିଥ୍ୟା ଶ୍ରମ ଦିବସ ସୃଷ୍ଟି କରାଯାଇ ସବୁ କିଛି ଠିକ୍‌ ଚାଲୁଥିବା କାଗଜପତ୍ର ଦର୍ଶାଯାଉଛି। ଏଥିରେ ନିଜକୁ ସୁହାଇବା ଭଳି ଜବ୍‌କାର୍ଡଧାରୀଙ୍କ ନଁା ସାମିଲ କରାଯାଉଛି। ଯେଉଁମାନେ ପ୍ରତିବାଦ କରିବେ ନାହିଁ, କାମକୁ ନ ଆସି ସ୍ବଳ୍ପ ଟଙ୍କାରେ ସନ୍ତୁଷ୍ଟ ରହିବେ। ସେଭଳି ପୁରୁଷ ଲୋକଙ୍କ ନଁା ସାମିଲ ହେଉଛି। କ୍ୱଚିତ୍‌ ମହିଳାଙ୍କ ନଁା ରଖାଯାଉଛି । ଏଣୁ ମହିଳା ଶ୍ରମିକ କସ୍ମିନ୍‌କାଳେ ୯୦ ଦିନର କାମ ପାଇପାରିବନି କି ନିର୍ମାଣ ଶ୍ରମିକର ପରିଚୟ ପାଇବ ନାହିଁ। ଏହା ଜାଣିବା ପରେ ଯଦି କେହି ପ୍ରତିବାଦ କରୁଛନ୍ତି ତାଙ୍କୁ ଅଯଥାରେ ମାରପିଟ, ଗାଳିଗୁଲଜ ସହିବାକୁ ପଡୁଛି। ଏଣୁ ମହିଳାମାନେ ରାଜନୀତିଠାରୁ ଦୂରେଇ ବାହାରେ କାମ କରି ପେଟ ପୋଷୁଛନ୍ତି।
କଣ୍ଟ ପୂରିଲା, ସରିଲାନି ତଦନ୍ତ
ଶ୍ରମ ବିଭାଗ କିପରି ମହିଳା ଶ୍ରମିକମାନଙ୍କୁ ହଇରାଣ କରୁଛି ତାହା ଜିଲା ଶ୍ରମ ଅଧିକାରୀଙ୍କ ତଦନ୍ତ ପାଇଁ ଉଦ୍ଦିଷ୍ଟ ଲିଖିତ ପ୍ରତିଶ୍ରୁତି ରିପୋର୍ଟ ପ୍ରମାଣ କରୁଛି। କଣ୍ଟ ପୂରିଥିଲେ ବି ତଦନ୍ତ କରାଯାଉ ନ ଥିବାରୁ ୧୨ଜଣ ମହିଳା ଶ୍ରମିକ ସରକାରୀ ଯୋଜନାର ସୁଫଳ ନେଇ ପାରୁ ନାହାନ୍ତି। ଅଭିଯୋଗ ଅନୁସାରେ ୨୦୧୭ ଜୁଲାଇ ୭ରେ ନୂଆଗଁା ବ୍ଲକ ବେରୁଅଁାବାରିର ୧୨ଜଣ ମହିଳା ଶ୍ରମିକ ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ବ୍ଲକ କ୍ୟାମ୍ପରେ ଆବେଦନ କରିଥିଲେ। ସେମାନଙ୍କୁ ସେହିବର୍ଷ ଜୁଲାଇ ୧୮ ତାରିଖରେ ପରିଚୟପତ୍ର ମିଳିବାର ଥିଲା। ହେଲେ ଦିଆଯାଇ ନ ଥିଲା। ୨ବର୍ଷ ପରେ ୨୦୧୯ ଜୁଲାଇ ୧୬ରେ ସେହି ୧୨ଜଣ ମହିଳା ଶ୍ରମିକଙ୍କୁ ଭେରିଫିକେଶନ ପାଇଁ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା। ହେଲେ ପୁଣି ସେମାନଙ୍କୁ ୨ମାସର କଣ୍ଟ ଦେଇଥିଲେ ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା। ଇତିମଧ୍ୟରେ ୫ମାସ ବିତିଯାଇଥିଲେ ବି ତଦନ୍ତ ଶେଷ ହେଉନି କି ପରିଚୟ ପତ୍ର ମିଳୁନି। ଏ ନେଇ ବେରୁଅଁାବାରିର ଝରୀ ଦେଈ, ଭଞ୍ଜ ନାୟକ ଓ କୁମୁଦିନୀ ସାହୁ କୁହନ୍ତି, ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ଆବେଦନର ୩ବର୍ଷ ଶେଷ ହୋଇଗଲାଣି । ଆମର ଯିବାଆସିବା, ଖାଦ୍ୟପେୟରେ ଜଣ ପିଛା ୨ରୁ ୩ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପରିଚୟ ପତ୍ର ପାଇବୁ ବୋଲି ଆଉ ଆଶା ରଖିନୁ। ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ପ୍ରାୟ ଦେଢ଼ମାସ ପାଇଁ ଛୁଟିରେ ଥିବାରୁ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ। ଜିଲାପାଳ ଡା. ପୋମା ଟୁଡୁଙ୍କ ସୂଚନା ଅନୁସାରେ ଜିଲାରେ ମହିଳା ଶ୍ରମିକ ଅଧିକ ଥିବା ପ୍ରମାଣ ମିଳିଛି। ପୁଣି ସେମାନେ ନିର୍ମାଣ ଶ୍ରମିକ ଭାବେ ନଁା ପଞ୍ଜୀକୃତ କରିପାରୁ ନ ଥିବା ଜଣାପଡିଛି। ସେମାନଙ୍କୁ ପଞ୍ଜୀକୃତ କରାଯିବାର ବ୍ୟବସ୍ଥା କରାଯିବ। ଜବ୍‌କାର୍ଡଧାରୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଅତି କମ୍‌ରେ ୯୦ଦିନ କାମ କରିଥିଲେ ନିର୍ମାଣ ଶ୍ରମିକର ପରିଚୟପତ୍ର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri