ମହିଳାଙ୍କ ମତଦାନ ହାର ବେଶୀ

ଢେଙ୍କାନାଳ ଅଫିସ, ୨୫।୪- ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷହୋଇଛି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ସହ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରୁ ଫେରିଛନ୍ତି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ମତଦାନ ଉତ୍ସାହଜନକ ରହିଛି। ମତଦାନ ହାରରେ ପୁରୁଷଙ୍କୁ ପଛରେ ଛାଡ଼ିଦେଇଛନ୍ତି ମହିଳା। ପାଲଲହଡ଼ାରେ ସର୍ବାଧିକ ୮୦.୮୧% ଏବଂ ତାଳଚେରରେ ସର୍ବନିମ୍ନ ୭୨.୫୦% ଭୋଟ ରେକର୍ଡ କରାଯାଇଛି। ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ୭୪.୯୮% ଭୋଟିଂ ହୋଇଛି। ତନ୍ମଧ୍ୟରେ ମହିଳାଙ୍କ ୭୫.୭୭% ଏବଂ ପୁରୁଷଙ୍କ ମତଦାନ ହାର ୭୪.୨୭% ରହିଛି। ସେହିପରି ଅନ୍ୟାନ୍ୟ ୦.୮୭% ରହିଛନ୍ତି। ମୋଟ ୧୫ଲକ୍ଷ ୧ହଜାର ୩ଜଣ ଭୋଟର (୭,୮୩,୧୫୨ ପୁରୁଷ, ୭,୧୭,୭୩୬ ମହିଳା ଏବଂ ୧୧୫ ଅନ୍ୟାନ୍ୟ)ଙ୍କ ମଧ୍ୟରୁ ୧୧ଲକ୍ଷ ୨୫ହଜାର ୪୨୭ଜଣ ମତଦାନ କରିଛନ୍ତି। ସେଥିରେ ୫ଲକ୍ଷ ୮୧ହଜାର ୬୨୫ଜଣ ପୁରୁଷ ଏବଂ ୫ଲକ୍ଷ ୪୩ହଜାର ୮୦୧ ମହିଳା ଏବଂ ଜଣେ ଅନ୍ୟାନ୍ୟ ବର୍ଗ ଭୋଟର ଥିବା ଜିଲା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସେହିପରି ଢେଙ୍କାନାଳ ବିଧାନସଭା କ୍ଷେତ୍ର (୫୫)ରେ ୨ଲକ୍ଷ ୫୩ହଜାର ୯୮୭ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୮୯ହଜାର ୧୬୪ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭ହଜାର ୯୪୭  ପୁରୁଷ ଏବଂ ୯୧ ହଜାର ୨୧୬ ମହିଳା ଅଛନ୍ତି। ଏଠାରେ ୭୪.୪୮% ମତଦାନ ହୋଇଛି। ହିନ୍ଦୋଳ (୫୬-ସଂରକ୍ଷିତ) ନିର୍ବାଚନମଣ୍ଡଳୀରେ ୭୨.୬୨% ମତଦାନ ହୋଇଛି। ମୋଟ ୨ଲକ୍ଷ ୫୩ ହଜାର ୪୦୨ ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୮୪ହଜାର ୦୧୯ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ସେଥିରୁ ୯୩ହଜାର ୯୪୨ ପୁରୁଷ ଏବଂ ୯୦ହଜାର ୭୭ ମହିଳା। କାମାକ୍ଷାନଗର (୫୭) ଏବଂ ପରଜଙ୍ଗ (୫୮) ନିର୍ବାଚନମଣ୍ଡଳୀରେ ମଧ୍ୟ ମତଦାନ ଆଶାଜନକ ରହିଛି। ବୁଧବାର ଭୋର ୪ଟା ସୁଦ୍ଧା ସମସ୍ତ ପୋଲିଂ କର୍ମଚାରୀ ନିରାପଦ ଭାବେ ମୁଖ୍ୟାଳୟରେ ପହଞ୍ଚତ୍ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ହସ୍ତାନ୍ତର କରିଛନ୍ତି। କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ୭୪.୨୪% ମତଦାନ ହୋଇଛି। ସମୁଦାୟ ୨ଲକ୍ଷ ୧୪ହଜାର ୦୯୧ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୫୮ହଜାର ୯୫୧ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୨ହଜାର ୩୪୦ ପୁରୁଷ ଏବଂ  ୭୬ହଜାର ୬୧୧ ମହିଳା ଅଛନ୍ତି।

ପରଜଙ୍ଗ ବିଧାନସଭା କ୍ଷେତ୍ରରେ ୭୮.୨୨% ମତଦାନ ହୋଇଛି। ଏଠାରେ ୨ଲକ୍ଷ୧୩ ହଜାର ୩୭୭ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୬ହଜାର ୯୧୩ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୮୪ହଜାର ୭୦୮ ପୁରୁଷ ଏବଂ ୮୨ହଜାର ୨୦୫ ମହିଳା ଭୋଟର ରହିଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri