ଶୌଚ ହେବାକୁ ଯାଇଥିଲେ ଲବ, ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

ସମ୍ବଲପୁର,୩।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ବ୍ଲକ ବୀରସିଂଗଡ ପଞ୍ଚାୟତ ଅନ୍ତର୍ଗତ କୁମେର ଗାଁରେ ବୁଧବାର ସକାଳୁ ଏକ ବାଣୁଆ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୁତ୍ୟୁ ଘଟିଛି। ସେ ହେଉଛନ୍ତି କୁମେର ଗ୍ରାମର ଲବ ଭୋଇ(୨୪)।
ସୂଚନା ଅନୁଯାୟୀ, ଗାଁର ଅନ୍ୟ ତିନି ଯୁବକଙ୍କ ସହ ଲଭ ଭୋଇ ସକାଳ ପ୍ରାୟ ୫ରୁ ୬ଟା ମଧ୍ୟରେ ଗାଁ ନିକଟସ୍ଥ ଏକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ପାଖ ରାସ୍ତା ଦେଇ ହଠାତ ଏକ ହାତୀ ସେମାନଙ୍କ ଆଡକୁ ମାଡ଼ି ଆସିଥିଲା। ହାତୀଟିକୁ ଦେଖି ଲବଙ୍କ ସହ ଯାଇଥିବା ଅନ୍ୟ ତିନି ଜଣ ସାଙ୍ଗ ସେଠାରୁ ଦୌଡ଼ି ପଳାଇବାରେ ସଫଳ ହୋଇଥିବା ବେଳେ ଲବ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ସେଠାରେ ଦଳି ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୁତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିଲା ପରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଯୁଯୋମୁରା ଥାନା ପୋଲିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା। ଏହାସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ରତ୍ନେଶ୍ଵରୀ ମନ୍ଦିର ଭିତରେ ଗର୍ଜନ କରୁଥିବା ବିରାଟ ଅହିରାଜ! ଲୋକେ ଛାନିଆ, ବନବିଭାଗ ପହଞ୍ଚି…

ଦିଗପହଣ୍ଡି/ଚିକିଟି,୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟ ମା ‘ ରତ୍ନେଶ୍ଵରୀ ମନ୍ଦିରରୁ କିଙ୍ଗକୋବ୍ରା ଉଦ୍ଧାର କରାଯାଇଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

ଗଞ୍ଜେଇ ଚୋରା ଚାଲାଣ ମାମଲା: ଅହମ୍ମଦାବାଦରୁ ଆସି ଗାଁରେ ଲୁଚିଥିଲେ ଅଭିଯୁକ୍ତ, ପୋଲିସ ପହଞ୍ଚି…

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର କବିରାଜ ସ୍ବାଇଁଙ୍କ ପୁଅ ଜିତୁ ଓରଫ ଜିତେନ୍ଦ୍ର କୁମାର (୪୦)ଙ୍କୁ ଗୁଜରାଟର ଅହମ୍ମଦାବାଦସ୍ଥିତ କ୍ରାଇମବ୍ରାଞ୍ଚ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍‌): ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri