ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅପହୃତା ମହିଳା ଜଣକ ଯାଜପୁର ଅଞ୍ଚଳର ହୋଇଥିବାବେଳେ ସେ ଶନିବାର ଆନନ୍ଦପୁରସ୍ଥିତ ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଘରକୁ ଫେରିବା ପାଇଁ ଶାଳପଡ଼ାଠାରେ ଥିବା ବସଷ୍ଟପ୍‌ ନିକଟରେ ରବିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବାବେଳେ ୫ଜଣ ଯୁବକ ତାଙ୍କୁ ଘରେ ଛାଡ଼ିଦେବା କଥା କହି ଅପହରଣ କରି ସ୍ଥାନୀୟ ଜଳସମ୍ପଦ ବିଭାଗର ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କ ସହ ବଳାତ୍କାର ଉଦ୍ୟମ ହୋଇଥିବା ଏବଂ ମାଡ଼ ମରାଯାଇଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି। ଅପହରଣର ଶିକାର ହୋଇଥିବା ମହିଳାଙ୍କ ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହିତ ୫ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା…

ସରକାରୀ ସହାୟତା ଯୋଗାଇବା ନାଁରେ ଦଲାଲ ଠକି ନେଇଥିଲେ ଟଙ୍କା , ଥାନାରେ ଫେରାଇ…

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଜନୈକ ମହିଳାଙ୍କଠାରୁ ଓ ବିଭିନ୍ନ ଅଞ୍ଚଳର ଲୋକମାନଙ୍କଠୁ ସରକାରୀ ସହାୟତା ଯୋଗାଇ ଦେବା ନାମରେ ପୌରକେଲା ଗ୍ରାମର ହଜାରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri