ମହାରନତ୍ର ମହାଦଶା

ରବିନାରାୟଣ ସାମଲ

ଦିନ ଥିଲା, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍‌, ବୀମା ସମେତ କେତେକ କମ୍ପାନୀକୁ ସରକାର ଜାତୀୟକରଣ କରିଥିଲେ। ଦିନ ଆସିଛି, ଦେଶର ସ୍ବାର୍ଥକୁ ଆଖିବୁଜି ଦେଇ ସରକାର ଜାତୀୟକରଣ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ହାତରେ ଟେକି ଦେଉଛନ୍ତି। ଏହା ଦ୍ୱାରା କାହାର ସ୍ବାର୍ଥ ସିଦ୍ଧି ହେବ, ତାହା ଆମର ବିଚାର୍ଯ୍ୟ। ଭେଲ୍‌, ଗେଲ୍‌, ସେଲ୍‌ ପରି ଭାରତୀୟ କୋଇଲା କମ୍ପାନୀ (ସିଆଇଏଲ୍‌) ଦେଶର ମହାରନତ୍ ରୂପେ ପରିଗଣିତ। କାରଣ ଦେଶର ରାଜକୋଷକୁ ଏଗୁଡ଼ିକ ପ୍ରଚୁର ପରିମାଣରେ ରାଜସ୍ବ ଦେବା ସହିତ ରେଳ, ତାପଜ ବିଦ୍ୟୁତ୍‌ ଓ କଳକାରଖାନା ଆଦି କ୍ଷେତ୍ରକୁ ଏହା ସଚଳ କରିଆସିଛି। ଦେଶର ଆଠଟି ରାଜ୍ୟରେ ଥିବା ୩୫୨ଟି କୋଇଲା ଖଣିରୁ ବାର୍ଷିକ ୭୨୯ ମିଲିଅନ୍‌ ଟନ୍‌ କୋଇଲା ଉତ୍ତୋଳନ ହୋଇ ଶିଳ୍ପ ଜଗତର ଚାହିଦା ମେଣ୍ଟାଇ ଆସୁଛି। ଝାଡ଼ଖଣ୍ଡ ତଳକୁ ଓଡ଼ିଶା କୋଇଲା ଊତ୍ତୋଳନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି।
ଇତି ମଧ୍ୟରେ କେନ୍ଦ୍ର ସରକାର ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାର ୪୧ଟି ଖଣି ଅଞ୍ଚଳକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କୌଣସି ରାଜ୍ୟ ସହ କେନ୍ଦ୍ର ସରକାର ଆଲୋଚନା କରି ନାହାନ୍ତି କିମ୍ବା କୋଲ୍‌ ଇଣ୍ଡିଆର ମତାମତ ମଧ୍ୟ ନେଇ ନାହାନ୍ତି। ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖନନ ହେବାକୁ ଥିବା କୌଣସି ଖଣି ଅଞ୍ଚଳରେ ଗ୍ରାମସଭା ଡକାଯାଇ ନାହିଁ କିମ୍ବା ଖଣି ଖନନ ପାଇଁ ପରିବେଶଗତ ମଞ୍ଜୁରୀ ମଧ୍ୟ ମିଳି ନାହିଁ। ନୀତି ନିୟମ ପଣୟନ କରିଥିବା ସରକାର ନିଜ ନୀତିନିୟମକୁ ନିଜେ ଏଠି ଅବଜ୍ଞା କରିଛନ୍ତି।
ବିକ୍ରି ହେବାକୁ ଥିବା ୪୧ଟି କୋଇଲା ଖଣି ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଛତିଶଗଡ଼ର ୫ଟି କୋଇଲା ଖଣି ହସ୍ତୀ ଅଭୟାରଣ୍ୟ ଓ ନଦୀ ଅବବାହିକା ଅଞ୍ଚଳ ଅନ୍ତର୍ଗତ। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସମାନ ଧରଣର ଭୌଗୋଳିକ ସ୍ଥିତି। ସେଗୁଡ଼ିକ ଜୈବ ବିବିଧତାର ପରିପୂର୍ଣ୍ଣ। ସେଥି ମଧ୍ୟରୁ କୌଣସି ଗୋଟିଏ ଖଣି ଖନନ ହେଲେ ହଜାର ହଜାର ଆଦିବାସୀ ବାସଚ୍ୟୁତ ହେବେ, ଅନେକ ଜଳପ୍ରପାତ ଲୋପ ପାଇଯିବ, ନଦୀ ଶୁଖିଲା ପଡ଼ିବ, ମୂଲ୍ୟବାନ ଉଦ୍ଭିଦ ତଥା ଅସଂଖ୍ୟ ଜୀବଜନ୍ତୁ ସେମାନଙ୍କ ପରିସ୍ଥାନ ହରାଇବେ, ହାତୀମାନେ ବାସଶୂନ୍ୟ ଓ ଖଦ୍ୟାଭାବ ଯୋଗୁ ଜନବସତି ମୁହଁା ହେବେ। ସର୍ବୋପରି ଦେଶର ମୂଲ୍ୟବାନ ଖଣିଜ ପଦାର୍ଥ ଘରୋଇ ମାଲିକାନା ଅଧୀନକୁ ଚାଲିଯିବ। ଦେଶର କ୍ଷତି ହେବ ସିନା ଲାଭର ପ୍ରଶ୍ନ ନାହିଁ।
କୋଭିଡ୍‌ର ଆତଙ୍କ ଚାଲିଥିବା ବେଳେ କେନ୍ଦ୍ର ସରକାର ତ ଅନେକ ଜନସ୍ବାର୍ଥ ପରିପନ୍ଥୀ ନିଷ୍ପତ୍ତିମାନ ନେଇ ଚାଲିଛନ୍ତି। ସେଥି ମଧ୍ୟରୁ ୪୧ଟି କୋଇଲା ଖଣି ଅଞ୍ଚଳକୁ ଘରୋଇ ମାଲିକଙ୍କୁ ବିକ୍ରି କରିଦେବା ନିଷ୍ପତ୍ତି ଅନ୍ୟତମ। ଘରୋଇ କମ୍ପାନୀଙ୍କୁ କୋଇଲା ଉତ୍ତୋଳନ ପାଇଁ ସରକାର ଅନୁମତି ପ୍ରଦାନ କରିବା ଆମ ଦେଶରେ ପ୍ରଥମ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆରମ୍ଭ କରିଥିବା ‘ଆମତ୍ନିର୍ଭର ଭାରତ’ କାର୍ଯ୍ୟକ୍ରମର ଏହା ଏକ ଅଂଶ। ସରକାରଙ୍କ ଯୁକ୍ତି ହେଉଛି, ଅଧିକ କୋଇଲା ଉତ୍ତୋଳନ ହେଲେ ଦେଶ ଆଉ ବାହାରୁ କୋଇଲା ଆମଦାନୀ କରିବ ନାହିଁ। ନିଜ ଚାହିଦାକୁ ନିଜେ ମେଣ୍ଟାଇବ। ମାତ୍ର ଏହାକୁ କ’ଣ ‘ଆମତ୍ନିର୍ଭର’ କୁହାଯାଇ ପାରିବ? ନିଜର ଘରଡିହ ବିକି କିଏ କେଉଁଠି ବଡ଼ଲୋକ ହେଲାଣି ନା ହେବ? ଏବେ ଖଣିରୁ କୋଇଲା ଉତ୍ତୋଳନ କରି କୋଲ୍‌ ଇଣ୍ଡିଆ ବିଭିନ୍ନ କମ୍ପାନୀଙ୍କୁ ବିକ୍ରି କରୁଛି। ଘରୋଇକରଣ ପରେ ଘରୋଇ କମ୍ପାନୀଗୁଡ଼ିକ କୋଇଲା ଉତ୍ତୋଳନ କରିବେ ଏବଂ ଆମ ସରକାର ତାହାକୁ ଚଢ଼ା ଦରରେ କିଣିବେ। ସୁତରାଂ ସରକାର ଘରୋଇ ହାତକୁ ଖଣି ଦେଇ କିପରି ଲାଭବାନ ହେବେ ବୋଲି ବିଚାର କରୁଛନ୍ତି?
କୋଇଲା ଖଣି ଘରୋଇକରଣର ପ୍ରତିବାଦ କରି ଇତି ମଧ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ଶ୍ରମିକମାନେ ଜୁନ୍‌ ମାସରେ ଦିନିକିଆ ଧର୍ମଘଟ କରିସାରିଛନ୍ତି। ଦେଶର ଅନ୍ୟାନ୍ୟ ଶ୍ରମିକ ସଂଗଠନ ସହିତ ମିଶି ଖୋଦ୍‌ ଭାରତୀୟ ଜନତା ପାର୍ଟିର ଶ୍ରମିକ ସଂଗଠନ ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି। ସେପ୍ଟେମ୍ବର ମାସରେ ସେମାନେ ଧର୍ମଘଟ ମଧ୍ୟ କରିବାକୁ ଯାଉଛନ୍ତି। ଝାଡ଼ଖଣ୍ଡ ସରକାର ମଧ୍ୟ ବିରୋଧ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଜୈବ ବିବିଧତା ଧ୍ୱଂସ ପାଇବା ଆଶଙ୍କା କରି ଦେଶର ବିଭିନ୍ନ ପ୍ରାନ୍ତରୁ ପରିବେଶବିତ୍‌ମାନେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ‘ଛତିଶଗଡ଼ ବଞ୍ଚାଅ ଆନ୍ଦୋଳନ’ ତୀବ୍ର ରୂପ ଧାରଣ କରିବାକୁ ଯାଉଛି। ବିସ୍ଥାପିତ ହେବାକୁ ଥିବା ପାଞ୍ଚଟି ରାଜ୍ୟର ଆଦିବାସୀମାନେ ଭିଟାମାଟି ନ ଛାଡ଼ିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। କୌଣସି ସ୍ତରରୁ ସରକାରଙ୍କୁ ଏଥି ସକାଶେ ନୈତିକ ସମର୍ଥନ ମିଳି ନାହିଁ। ତଥାପି ସରକାର ନଛୋଡ଼ବନ୍ଦା।
ଗୋଟିଏ ପଟେ କୋଭିଡ୍‌ ଆତଙ୍କରେ ନିଷ୍ପ୍ରଭ ହୋଇ ଯାଇଥିବା ସାଧାରଣ ଜନତାର ଜୀବନଜୀବିକା ଓ ପ୍ରତିବାଦର ସ୍ବର, ଅନ୍ୟ ପଟେ ଆତଙ୍କ ଆଢ଼ୁଆଳରେ ସରକାରଙ୍କ ଜନସ୍ବାର୍ଥ ବିରୋଧୀ ଯୋଜନା ଓ କାର୍ଯ୍ୟକ୍ରମ, ଦେଶ ନିଶ୍ଚୟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି। ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ୍‌, ପ୍ରତିରକ୍ଷା ସାମଗ୍ରୀ, ବ୍ୟାଙ୍କ୍‌ବୀମା ଓ ରେଳବାଇ ପରି ୩୦ଟି ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଙ୍ଗ୍‌ସକୁ ସରକାର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ମହାରନତ୍, ନବରନତ୍ ଓ ମିନିରନତ୍ର ମାନ୍ୟତା ପାଇଥିବା କୌଣସି ଗୋଟିଏ କମ୍ପାନୀ ଏହି ଘରୋଇକରଣରୁ ବାଦ୍‌ ପଡ଼ିବାର ସମ୍ଭାବନା ନାହିଁ। ଦେଶର ଲାଭଦାୟକ ଉଦ୍ୟୋଗଗୁଡ଼ିକୁ ସରକାରୀକରଣ ପରିବର୍ତ୍ତେ ଯଦି ଘରୋଇକରଣ କରାଯିବ, ତେବେ ଦେଶରେ ସରକାର ଥାଇ କରିବେ କ’ଣ? ଏ ପ୍ରଶ୍ନ ଆମ ଭଳି ମଧ୍ୟ ଅନ୍ୟମାନଙ୍କୁ ଆନ୍ଦୋଳିତ କରୁଥିବ।
ଦେଶ ଆଜି ବିରାଟ ସମସ୍ୟାର ସମ୍ମୁଖୀନ। ଦେଶ ଆଗରେ ଅସଂଖ୍ୟ ଆହ୍ବାନ ଦଣ୍ଡାୟମାନ। ମହାମାରୀ, ଅନାହାର, ଅର୍ଦ୍ଧାହାର, ଛଟେଇ, ତାଲାବନ୍ଦ, ବେରୋଜଗାରୀ, ଶିକ୍ଷା, ସ୍ବାସ୍ଥ୍ୟ ସାଙ୍ଗକୁ ଏ ଯେଉଁ ଘରୋଇକରଣର ଢେଉ ମାଡ଼ି ଆସୁଛି, ନିଜେ ସରକାର ତାହାର ରକ୍ଷକ ସାଜିଛନ୍ତି। ତେଣୁ ସରକାରଙ୍କୁ ଠିକଣା ଗୁଳାରେ ଚଳାଇବାକୁ ହେଲେ ଦରକାର କେବଳ ଜନତାର ସମ୍ମିଳିତ ଦୃଢ଼ ପ୍ରତିବାଦର ସ୍ବର। ଅନ୍ୟ ବିକଳ୍ପ କିଛି ନାହିଁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri