Posted inରାଜ୍ୟ

ମହାମାରୀ ସମୟରେ ହୋଇଛି ମହାଦୁର୍ନୀତି: ପିସିସି ସଭାପତି

ଭୁବନେଶ୍ୱର, ୯।୬(ବ୍ୟୁରୋ): କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି। ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ବିବୃତି ପ୍ରଦାନ କରିଛନ୍ତି।
ସେ କହିଛନ୍ତି, ମହାମାରୀ ସମୟରେ ମହାଦୁର୍ନୀତି ହୋଇଛି। ତାମିଲନାଡୁର ଏକ ସଂସ୍ଥାରୁ ୧୬ ଟଙ୍କା ଦାମରେ ୩୦ ଲକ୍ଷ ମାସ୍କ ଆସିଛି। ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣିବାର ନିୟମ ଥିବା ବେଳେ ଓଡ଼ିଶାରେ ତାହା କରାଯାଉ ନାହିଁ। ସ୍ବାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ। ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର। ତେବେ ଏଥିପାଇଁ ମନ୍ତ୍ରୀ ନିଜେ ଉତ୍ତରଦାୟୀ ବୋଲି ସେ ଜାଣିବା ଉଚିତ ବୋଲି ପଟ୍ଟନାୟକ ହିଛନ୍ତି।
ସେହିପରି ଆରଟିପିସିଆର ମେଶିନ ଦାମ ୪ରୁ ୫ ଲକ୍ଷ । ମାତ୍ର ଏହାକୁ ୧୨.୮୪ ଲକ୍ଷରେ କିଣାଯାଇଛି । କୋଭିଡ ମେଶିନ ପାଇଁ ଗୋଟି କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି । ପିପିଇ ମଧ୍ୟ ବହୁ ଅଧିକ ଦାମରେ କିଣା ଯାଇଛି । ପିପିଇ ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା । କିନ୍ତୁ ତାହା କରାଯାଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ଏସବୁ କଥା ଜାଣିଛନ୍ତି। ତେଣୁ ଦୁର୍ନୀତି ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ମନ୍ତ୍ରୀ କହୁଛନ୍ତି ମଁୁ କିଛି ଜାଣିନି। ମାତ୍ର ଗଣତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି କହିଛନ୍ତି। ଏଥିସହ ଲୋକଯୁକ୍ତ, ସିବିସର ଦ୍ୱାରସ୍ତ ହେବ କଂଗ୍ରେସ।
ମାସ୍କ ଦୁର୍ନୀତି ଅଭଯୋଗ ନେଇ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ହେମନ୍ତ ଶର୍ମାଙ୍କ କୁଶ ପୁତ୍ତଳିକ ଦାହ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗିରଫ ଦାବି ହୋଇଛି। ଏ ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ଚାଲାଣ ହେଉଥିଲା ୩୭ ମଇଁଷି, ମାଡ଼ି ବସିଲା ପୋଲିସ

ଛତ୍ରପୁର, ୧୫/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅଞ୍ଚଳ ଦେଇ ବେଆଇନ ଭାବେ ମଇଁଷି ଚାଲାଣ ହେଉଥିବା ବେଳେ ଚମାଖଣ୍ଡି ପୋଲିସ ଏକ କଣ୍ଟେନରକୁ ପିଛା…

ବିଶ୍ୱକର୍ମା ପୂଜାରୁ ଆରମ୍ଭ ହେବ ସିଂହ ସମେତ ଏହି ରାଶିଙ୍କ ପାଇଁ ଭଲ ଦିନ: ସୂର୍ଯ୍ୟଙ୍କ କୃପାରୁ ମିଳିବ ମନଚାହାଁ ସଫଳତା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିଥାଏ। ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ଗ୍ରହମାନଙ୍କ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ରାଶିଙ୍କ ଗୋଲ୍ଡେନ ସମୟ: ହାତକୁ ଆସିବ ପ୍ରବଳ ଟଙ୍କା, ମିଳିବ ମନପସନ୍ଦ ଚାକିରି!

ଭୁବନେଶ୍ୱର: ବର୍ତ୍ତମାନ ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିବା ସହ ହସ୍ତ ନକ୍ଷତ୍ରରେ ଗୋଚର କରୁଛନ୍ତି। ନିଜ ରାଶିରେ ବୁଧଙ୍କ ଅବସ୍ଥିତି ତାଙ୍କୁ ଅଧିକ ପ୍ରଭାବଶାଳୀ…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?