ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ, ୩ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ସମୟ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାରକୁ ନିଆଯିବ। ଗୁରୁବାର ରଥରେ ବସି ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ। ଅନ୍ୟପକ୍ଷରେ ମଙ୍ଗଳବାର ସାହାଣମେଲା ଦର୍ଶନ ବେଳେ ଭିତରକାଠ ପାଖରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୋମବାର ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୧ଟା ୨୫ରେ ବନକଲାଗି ନୀତି ବଢିବା ପରେ ନେତ୍ରୋତ୍ସବ ନୀତି ଆରମ୍ଭ ହୋଇଥିଲା। ସାଢେ ୧ଟାରେ ଚକା ଅପସର କରାଯାଇଥିଲା। ପଟିଦିଅଁଙ୍କ ପାଖରେ ୧ଟା ୫୦ରେ ମଙ୍ଗଳ ଆଳତି ହୋଇ ଅବକାଶ ନୀତି ବଢିବା ପରେ ପଟିଦିଅଁ ମଣ୍ଡଳୀ ଘରକୁ ବିଜେ ହୋଇଥିଲେ। ଅନ୍ୟ ଠାକୁରମାନେ ଦକ୍ଷିଣୀଘରକୁ ବିଜେ କରିଥିଲେ। ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଅଧଘଣ୍ଟାଏ ବିଳମ୍ବ ହୋଇଥିଲା। ପରିମାଣିକ ଦର୍ଶନ ଅପରାହ୍ନ ୨ଟା ୪୫ରେ ଆରମ୍ଭ ହୋଇ ୩.୪୫ ପର୍ଯ୍ୟନ୍ତ ଚାଲିଥିଲା। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର, ସାତପାହଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠ ପାଖରେ ଦର୍ଶନ କରିଥିଲେ। ୩.୪୫ରେ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଏହି ଦର୍ଶନ ସମୟକୁ ୧୫ମିନିଟ୍‌ ବୃଦ୍ଧି କରାଯାଇଥିଲା। ଭକ୍ତମାନେ ଭିତରକାଠରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ତେବେ ଏହି ସମୟରେ ଭିତରକାଠ ନିକଟରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ରାଜଲକ୍ଷ୍ମୀ ପଣ୍ଡା ଦର୍ଶନ କରୁଥିବା ସମୟରେ ଜଣେ ପୋଲିସ କର୍ମଚାରୀ ଚାଲ ଚାଲ କହି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ଡାହାଣ ଆଖି ପତା ଉପରେ ଆଘାତ ଲାଗିଛି। ଏ ନେଇ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି।
ବନକଲାଗି ନୀତି ଯୋଗୁ ମଙ୍ଗଳବାର ଭୋରୁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା। ଏହି ନୀତି ସମ୍ପନ୍ନ ହେବା ପରେ ମନ୍ଦିର ଦ୍ୱାର ଫିଟିଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଶେଷଦେବ ବିଶ୍ୱାଳ କହିଛନ୍ତି, ନବଯୌବନ ଦର୍ଶନ କରିବାକୁ ସକାଳୁ ଆସିଥିଲି। ଗତବର୍ଷ ସକାଳେ ସର୍ବସାଧାରଣ ଦର୍ଶନ ହୋଇଥିଲା। କିନ୍ତୁ ଏ ବର୍ଷ ଅପରାହ୍ନରେ ଦର୍ଶନ କରିବାକୁ ଭିତରକୁ ଛଡ଼ାଗଲା। ଯାହା ହେଉ ଠାକୁରଙ୍କୁ ଭଲଭାବେ ଦର୍ଶନ ପାଇଲି। ସେହିପରି କଟକର ସାଗରିକା ମହାନ୍ତି କହିଛନ୍ତି, ସର୍ବସାଧାରଣ ଦର୍ଶନ ସମୟରେ ଭିତର କାଠ ନିକଟରୁ ପୋଲିସ ଶୀଘ୍ର ବିଦା କରି ଦେଉଥିଲା। ତଥାପି ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିଥିବାରୁ ବହୁତ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri