ମହଙ୍ଗା ପଡ଼ିଲା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର: ବନ୍ଧା ହେଲେ ବାପ ପୁଅ

ଯୋଡା,୨୦।୬(ଡି.ଏନ.ଏ)-କେନ୍ଦୁଝର ଜିଲା ଯୋଡା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାପ ପୁଅ।
ପୋଲିସ କହିଛି, ଶୁକ୍ରବାର ଯୋଡା ସହରରେ ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ ମାସ୍କ ଚେକିଂ କରୁଥିଲେ। ଏହି ସମୟରେ ଯୋଡା ଅଞ୍ଚଳର ଯୁବକ ଜଜାତି ମହାନ୍ତ ମାସ୍କ ନ ପିନ୍ଧି ବାଇକରେ ଯାଉଥିବାବେଳେ ପୋଲିସ ତାଙ୍କୁ ଅଟକାଇ ଜରିମାନା କରିଥିଲେ। ମାତ୍ର ଜଜାତି ଜରିମାନା ଦେବାକୁ ମନା କରି ପୋଲିସକୁ ଦୁର୍ବ୍ୟବହାର କରିଥିଲେ। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇଥିବାବେଳେ ତାଙ୍କ ବାପା ଦୟାନିଧି ମହାନ୍ତ ଥାନାକୁ ଆସି ଆଇଆଇସି ମୁର୍ମୁଙ୍କ ସମେତ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ପୋଲିସ ନଂ .୧୦୧/୨୦ରେ ଏକ ମାମଲା ରୁଜୁ କରି ଉଭୟ ବାପପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ହୋଇଥିବା ବାପ ଓ ପୁଅ ଉଭୟ ଟାଟାଷ୍ଟିଲ କମ୍ପାନୀର କର୍ମଚାରୀ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ ଚଢ଼ାଉ: ୧୧.୧୬୫ କିଲୋଗ୍ରାମ ଚନ୍ଦନକାଠ ଜବତ, ଜଣେ ଗିରଫ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପକ୍ଷରୁ ଶନିବାର ଦିନ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଧଳା ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଜଣେ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri