Posted inଖେଳ

ମନୋହରଙ୍କ ସ୍ଥାନରେ ଗାଙ୍ଗୁଲି ଉପଯୁକ୍ତ

ଜୋହାନ୍ସବର୍ଗ, ୨୨ା୫ (ପି.ଟି.)-ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ହିଁ ଯୋଗ୍ୟ ବ୍ୟକ୍ତି ବୋଲି କହିଛନ୍ତି କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର କ୍ରିକେଟ ନିର୍ଦ୍ଦେଶକ ଗ୍ରେମ୍‌ ସ୍ମିଥ୍‌। ସିଇଓ ଜ୍ୟାକ୍ସ ଫାଉଲ ସ୍ମିଥ୍‌ଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ଜଣେ ଭାରତୀୟ ଯଦି ପରବର୍ତ୍ତୀ ଆଇସିସି ମୁଖ୍ୟ ହୁଅନ୍ତି ଆମର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। କରୋନାଭାଇରସ୍‌ ଯୋଗୁ ବର୍ତ୍ତମାନ ପରିସ୍ଥିତିରେ ହୁଏତ ମନୋହରଙ୍କ କାର୍ଯ୍ୟକାଳ ୨ ମାସ ବୃଦ୍ଧି କରାଯାଇପାରେ। ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ଏପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପୂର୍ବତନ ଚେୟାରମ୍ୟାନ କଲିନ୍‌ ଗ୍ରେଭ୍ସ ଫେଭରାଇଟ୍‌ ରହି ଆସିଥିବାବେଳେ ଗ୍ରେମ୍‌ ସ୍ମିଥ୍‌ଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗରେ ନୂଆ ମୋଡ଼ ଆଣିଦେଇଛି। ସୌରଭ ଗାଙ୍ଗୁଲି ହେଉଛନ୍ତି ଜଣେ ମହାନ୍‌ କ୍ରିକେଟର ଓ ସମ୍ମାନସ୍ପଦ ବ୍ୟକ୍ତି। ଆଧୁନିକ କ୍ରିକେଟକୁ ସେ ଉଚିତ୍‌ ଦିଗ୍‌ଦର୍ଶନ ଦେଇ ପାରିବେ ବୋଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସ୍ମିଥ୍‌ କହିଛନ୍ତି। ଏହା ପୂର୍ବରୁ କିଛିଦିନ ତଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍‌ ଗାଓ୍ବାର ଗାଙ୍ଗୁଲିଙ୍କ ସପକ୍ଷରେ ମତ ଦେଇଥିଲେ। ସ୍ମିଥ୍‌ କହିଛନ୍ତି, ଗାଙ୍ଗୁଲିଙ୍କର କ୍ରିକେଟ ଖେଳ ଉପରେ ପ୍ରଗାଡ଼ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟକୁ ସେ ସଫଳ ନେତୃତ୍ୱ ଦେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

Video: ପଡ଼ିଆରେ ଏହି କ୍ରିକେଟରଙ୍କ ମୁଣ୍ଡରେ ଲାଗିଲା ଶକ୍ତ ଆଘାତ

ଇସଲାମାବାଦ,୧୫।୬: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶନିବାର (୧୬ ମଇ) ଠାରୁ ଆରମ୍ଭ ହୋଇଛି। ସିଲହଟରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଦିନରେ,…

ଭାରତ ଆସିବେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ! ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ..

ନୂଆଦିଲ୍ଲୀ,୧୬।୫: ୨୦୨୬ ଆଇପିଏଲ ଫାଇନାଲ ଦିନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭି ଅହମଦାବାଦରେ ଉପସ୍ଥିତ ରହିପାରନ୍ତି। ପ୍ରକୃତରେ, ଅହମଦାବାଦରେ ଏକ ଆଇସିସି (ଆନ୍ତର୍ଜାତୀୟ…

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri