ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ତେହେରାନ,୪ା୧: ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାକୁ ଶେଷ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧମକ ଦେଇଥିଲେ ଇରାନୀ ଜେନେରାଲ କାସିମ ସୋଲେମାନୀ। ଶେଷରେ ଆମେରିକାର ରକେଟ ମାଡ଼ରେ ସୋଲେମାନୀଙ୍କ ଜୀବନ ଶେଷ ହୋଇଯାଇଛି। ଏହି ଆକ୍ରମଣ ପରେ ଇରାନ ପକ୍ଷରୁ ଆମେରିକାକୁ ପ୍ରତିଆକ୍ରମଣର ଧମକ ଦିଆଯାଇଛି। ଏସବୁକୁ ନେଇ ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଉପରେ ନାଟୋ ନଜର ରଖିଥିବା କହିଛି। ବାଗଦାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ତୁରନ୍ତ ଇରାକ ଛାଡ଼ି ଚାଲିଯିବା ପାଇଁ ଆମେରିକୀୟମାନଙ୍କୁ ପରାମର୍ଶ ଦିଆଯାଇଛି।
୨୦୧୮ରେ ଆଣବିକ ଚୁକ୍ତିରୁ ଓ୍ବାଶିଂଟନ ଓହରିଯିବା ପରେ ଆମେରିକା ଓ ଇରାନ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ଦୁଇଦିନ ତଳେ ବାଗଦାଦ ଦୂତାବାସ ଆକ୍ରମଣକୁ ନେଇ ଆମେରିକାର କ୍ରୋଧ ବଢ଼ିଥିଲା। ଇରାନକୁ ପାନେ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଷ୍ପତ୍ତି ନେଇଥିଲେ। କୁଦ୍‌ସ ଫୋର୍ସରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିବା ସୋଲେମାନୀଙ୍କ ପ୍ରଭାବ ମଧ୍ୟପ୍ରାଚ୍ୟରେ ଅଧିକ ଥିଲା। ସେ ସମ୍ପୃକ୍ତ ଅଞ୍ଚଳରେ ଆମେରିକାର ଦରିଆପାରି ବ୍ୟାପାରରେ ହସ୍ତକ୍ଷେପ କରି ଦେଶର ଛବିକୁ ମଳିନ କରୁଥିଲେ ବୋଲି ଓ୍ବାଶିଂଟନ ଅଭିଯୋଗ ଆଣିଥିଲା। ଶୁକ୍ରବାର ସୋଲେମାନୀଙ୍କୁ ହତ୍ୟା କରି ଦୂତାବାସ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ଇରାନ ମଧ୍ୟ ଆମେରିକାକୁ ଏହାର ପରିଣାମ ଭୋଗିବ ବୋଲି ପ୍ରତିଶୋଧର ଧମକ ଦେଇଛି। ଇରାନ ରାଷ୍ଟ୍ରପତି ହାସନ ରୁହାନି କହିଛନ୍ତି, ଏହି ଆକ୍ରମଣ ପରେ ଆମେରିକା ବିରୋଧରେ ଆମର ଲଢ଼େଇ ଆହୁରି ମଜଭୁତ ହେବ। ଆମେରିକାର ବିସ୍ତାରବାଦକୁ ଦମନ ଓ ଇସ୍‌ଲାମିକ ମୂଲ୍ୟବୋଧର ସଂରକ୍ଷଣ ପାଇଁ ସୋଲେମାନୀଙ୍କ ମୃତ୍ୟୁ ଆମକୁ ବଳ ଦେବ। ଇରାନ ଏବଂ ସ୍ବାଧୀନତା ଆଶାରେ ସଂଗ୍ରାମ କରୁଥିବା ଅନ୍ୟ ଦେଶଗୁଡ଼ିକ ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବେ ବୋଲି ରାଷ୍ଟ୍ରପତି ରୁହାନି କହିଛନ୍ତି। ସୋଲେମାନୀଙ୍କ ମୃତ୍ୟୁ ପରେ ଇସ୍‌ମାଇଲ୍‌ କାନିଙ୍କୁ କୁଦ୍‌ସ ଫୋର୍ସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ବ୍ରିଗେଡିୟର ଜେନେରାଲ ଇସ୍‌ମାଇଲ୍‌ କାନି ଏଣିକି ଏହି ସୁରକ୍ଷା ବଳର ନେତୃତ୍ୱ ନେବେ ବୋଲି ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନି ନିଜ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ଜାରି କରିଛନ୍ତି।
ଇତିମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ତୁରନ୍ତ ଇରାକ ଓ ଇରାନ ଛାଡ଼ି ସ୍ବଦେଶକୁ ଚାଲିଯିବା ପାଇଁ ନିଜ ନାଗରିକମାନଙ୍କୁ ଆମେରିକା ପରାମର୍ଶ ଦେଇଛି। ସେମାନେ ଯଥାଶୀଘ୍ର ସମ୍ଭବ ବିମାନ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଚାଲିଯାଆନ୍ତୁ ବୋଲି ବାଗଦାଦସ୍ଥିତ ଆମେରିକା ଦୂତାବାସ କହିଛି। ନାଟୋ ସାମରିକ ମେଣ୍ଟ ସ୍ଥିତି ଉପରେ କଡ଼ା ନଜର ରଖିଥିବା ଏହାର ମୁଖପାତ୍ର ଡିଲନ୍‌ ହ୍ବାଇଟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri