ମଣ୍ଡିରେ ପଡ଼ିରହିଛି ୯୦ହଜାର ଧାନବସ୍ତା

ସୋନପୁର,୧୬।୬(ନି.ପ୍ର.) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ସୁବର୍ଣ୍ଣପୁର ଜିଲାରେ ବର୍ଷା ଲାଗିରହିଛି। ଜିଲାରେ ଏବେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ମିଲର-ବ୍ୟବସାୟୀଙ୍କ ସଲାସୁତୁରାରେ ଧାନ ସଂଗ୍ରହ ଧିମେଇ ଚାଲିଛି। ନାନା ଅବ୍ୟବସ୍ଥା କାରଣରୁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି। ବ୍ୟବସାୟୀମାନେ ମଣ୍ଡିଗୁଡ଼ିକୁ ଏକ ପ୍ରକାର କବ୍‌ଜା କରି ରଖିଛନ୍ତି। ଜିଲାର ବିନିକା, ଡୁଙ୍ଗୁରିପାଲି ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ୱ ଧାନବସ୍ତା ବିକ୍ରି ନ ହୋଇ ପଡ଼ିରହିଛି। ଧାନବସ୍ତାଗୁଡ଼ିକୁ ତୁରନ୍ତ ଉଠା ନ ଗଲେ ବର୍ଷାରେ ଭିଜି ଓଦାହେବ, ଚାଷୀ କ୍ଷତି ସହିବେ।
ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନକିଣା ଆରମ୍ଭ ହୋଇଛି। ଜୁନ୍‌ ୩୦ତାରିଖରେ ଏହି ଅବଧି ସରିବ। ହେଲେ ମନ୍ଥର ଗତିରେ ଧାନ ସଂଗ୍ରହ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଡୁଙ୍ଗୁରିପାଲି ବ୍ଳକର ଦିଗଶିରା, ଭୀମଟିକିରା, ସହଲା, ତମାମୁରା, ମାୟାବାର୍ହା, ବେହେରାମାଲ, ସାରସମାଲ, ବଡକର୍ଲେ, ରାମପୁର ମଣ୍ଡି, ବିନିକା ବ୍ଲକର ଶଙ୍କରା, ଚରଦା, ସିଲାଟି, ମେଘଲା, ସେଲେଡି, ବାଙ୍କିଘିର୍ଡି, ବାଉଁଶୁଣୀ ମଣ୍ଡି ଓ ଉଲୁଣ୍ଡା ବ୍ଲକର କଳାପଥର ମଣ୍ଡିରେ ଧାନବସ୍ତାଗୁଡିକ ପଡିରହିଛି। କେତେକ ସ୍ଥାନରେ ଗୋଦାମଘର ଅଭାବରୁ ଖୋଲା ଆକାଶତଳେ ଧାନ ରହିଛି। ଅନ୍ୟପକ୍ଷେ ମିଲର-ବ୍ୟବସାୟୀଙ୍କ ସଲାସୁତୁରାରେ କ୍ଷତିଗ୍ରସ୍ତ ହେଉଛି ଚାଷୀ। ଅଣ୍ଡରରେଟ୍‌ରେ ଧାନକିଣି ମିଲରଙ୍କ ଗୋଦାମ ଭର୍ତ୍ତି ହୋଇଗଲାଣି। ମାତ୍ର ପ୍ରକୃତ ଚାଷୀ ଯିଏ ଟୋକନ ପାଇ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଉଛି ସେ ହଇରାଣ ହେଉଛି। ଚାଷୀ ହୀନସ୍ତା ହେବା ପରେ ବାଧ୍ୟହୋଇ ବ୍ୟବସାୟୀଙ୍କ ଜାଲରେ ଫସିଯାଉଛି।
ରବିଧାନ ବିକ୍ରି ପାଇଁ ୨୮ ହଜାର ୮୦ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲାର ୪୧ଟି ଓ ସମ୍ବଲପୁର ଜିଲାର ୧୯ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେହିପରି ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନକ୍ରୟ ହେଉଛି। ସରକାରଙ୍କ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଅନୁଯାୟୀ ସୋମବାର ଅପରାହ୍ନ ସୁଦ୍ଧା ୨୧ହଜାର ୯୪୯ଜଣ ଚାଷୀଙ୍କଠାରୁ ୨୧ଲକ୍ଷ ୩୯ହଜାର ୪୦୪କୁଇଣ୍ଟାଲ ୩୩କିଲୋ ଧାନକ୍ରୟ କରାଗଲାଣି । ଏହି ଜିଲାରୁ ୨୭ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ତେବେ ମିଲରଙ୍କ ଇଚ୍ଛା ଅନୁସାରେ ଧାନକିଣା ଚାଲିଛି। ସେମାନେ ମଣ୍ଡିକୁ ଠିକ୍‌ ସମୟରେ ଟ୍ରକ୍‌ ପଠାଉ ନାହାନ୍ତି। ଜିଲାର ମିଲରମାନେ ଏବେ ସରକାରଙ୍କୁ ଚାଉଳ ଡେଲିଭେରି ଦେଉଥିବାରୁ ଟ୍ରକ୍‌ ଓ ଶ୍ରମିକଙ୍କ ଅଭାବ ରହୁଛି। ସମ୍ବଲପୁର ଜିଲାର ମିଲର୍ସ ମଧ୍ୟ ଧାନ ଉଠାଣରେ ବିଳମ୍ବ କରୁଛନ୍ତ। ଏଭଳି ଅବ୍ୟବସ୍ଥାକୁ ନେଇ ଚାଷୀ ରାମପୁରରେ ରାସ୍ତାରୋକୋ କରିଥିବା ବେଳେ ଶଙ୍କରା ପ୍ୟାକ୍ସରେ ତାଲା ପକାଇଥିଲେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ଚାଷୀଙ୍କ ଧାନ ଶୀଘ୍ର ଉଠାଇବା ପାଇଁ ଉଦ୍ୟମ କରୁଛୁ। ଗତ ଦୁଇଦିନ ହେବ ମିଲରମାନେ ଅଧିକ ସଂଖ୍ୟକ ଟ୍ରକ୍‌ ବିଭିନ୍ନ ମଣ୍ଡିକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri