ମଣ୍ଡିରେ ପଡ଼ିରହିଛି ୯୦ହଜାର ଧାନବସ୍ତା

ସୋନପୁର,୧୬।୬(ନି.ପ୍ର.) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ସୁବର୍ଣ୍ଣପୁର ଜିଲାରେ ବର୍ଷା ଲାଗିରହିଛି। ଜିଲାରେ ଏବେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ମିଲର-ବ୍ୟବସାୟୀଙ୍କ ସଲାସୁତୁରାରେ ଧାନ ସଂଗ୍ରହ ଧିମେଇ ଚାଲିଛି। ନାନା ଅବ୍ୟବସ୍ଥା କାରଣରୁ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି। ବ୍ୟବସାୟୀମାନେ ମଣ୍ଡିଗୁଡ଼ିକୁ ଏକ ପ୍ରକାର କବ୍‌ଜା କରି ରଖିଛନ୍ତି। ଜିଲାର ବିନିକା, ଡୁଙ୍ଗୁରିପାଲି ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ପ୍ରାୟ ୯୦ ହଜାରରୁ ଊର୍ଦ୍ଧ୍ୱ ଧାନବସ୍ତା ବିକ୍ରି ନ ହୋଇ ପଡ଼ିରହିଛି। ଧାନବସ୍ତାଗୁଡ଼ିକୁ ତୁରନ୍ତ ଉଠା ନ ଗଲେ ବର୍ଷାରେ ଭିଜି ଓଦାହେବ, ଚାଷୀ କ୍ଷତି ସହିବେ।
ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନକିଣା ଆରମ୍ଭ ହୋଇଛି। ଜୁନ୍‌ ୩୦ତାରିଖରେ ଏହି ଅବଧି ସରିବ। ହେଲେ ମନ୍ଥର ଗତିରେ ଧାନ ସଂଗ୍ରହ ଚାଷୀଙ୍କୁ ଚିନ୍ତାରେ ପକାଇଛି। ଡୁଙ୍ଗୁରିପାଲି ବ୍ଳକର ଦିଗଶିରା, ଭୀମଟିକିରା, ସହଲା, ତମାମୁରା, ମାୟାବାର୍ହା, ବେହେରାମାଲ, ସାରସମାଲ, ବଡକର୍ଲେ, ରାମପୁର ମଣ୍ଡି, ବିନିକା ବ୍ଲକର ଶଙ୍କରା, ଚରଦା, ସିଲାଟି, ମେଘଲା, ସେଲେଡି, ବାଙ୍କିଘିର୍ଡି, ବାଉଁଶୁଣୀ ମଣ୍ଡି ଓ ଉଲୁଣ୍ଡା ବ୍ଲକର କଳାପଥର ମଣ୍ଡିରେ ଧାନବସ୍ତାଗୁଡିକ ପଡିରହିଛି। କେତେକ ସ୍ଥାନରେ ଗୋଦାମଘର ଅଭାବରୁ ଖୋଲା ଆକାଶତଳେ ଧାନ ରହିଛି। ଅନ୍ୟପକ୍ଷେ ମିଲର-ବ୍ୟବସାୟୀଙ୍କ ସଲାସୁତୁରାରେ କ୍ଷତିଗ୍ରସ୍ତ ହେଉଛି ଚାଷୀ। ଅଣ୍ଡରରେଟ୍‌ରେ ଧାନକିଣି ମିଲରଙ୍କ ଗୋଦାମ ଭର୍ତ୍ତି ହୋଇଗଲାଣି। ମାତ୍ର ପ୍ରକୃତ ଚାଷୀ ଯିଏ ଟୋକନ ପାଇ ମଣ୍ଡିକୁ ଧାନ ବିକ୍ରି କରିବାକୁ ଯାଉଛି ସେ ହଇରାଣ ହେଉଛି। ଚାଷୀ ହୀନସ୍ତା ହେବା ପରେ ବାଧ୍ୟହୋଇ ବ୍ୟବସାୟୀଙ୍କ ଜାଲରେ ଫସିଯାଉଛି।
ରବିଧାନ ବିକ୍ରି ପାଇଁ ୨୮ ହଜାର ୮୦ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲାର ୪୧ଟି ଓ ସମ୍ବଲପୁର ଜିଲାର ୧୯ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ସେହିପରି ୫୪ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନକ୍ରୟ ହେଉଛି। ସରକାରଙ୍କ ଅନ୍‌ଲାଇନ ଟୋକନ ବ୍ୟବସ୍ଥା ଅନୁଯାୟୀ ସୋମବାର ଅପରାହ୍ନ ସୁଦ୍ଧା ୨୧ହଜାର ୯୪୯ଜଣ ଚାଷୀଙ୍କଠାରୁ ୨୧ଲକ୍ଷ ୩୯ହଜାର ୪୦୪କୁଇଣ୍ଟାଲ ୩୩କିଲୋ ଧାନକ୍ରୟ କରାଗଲାଣି । ଏହି ଜିଲାରୁ ୨୭ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ରାଜ୍ୟ ସରକାର ଟାର୍ଗେଟ୍‌ ଦେଇଛନ୍ତି। ତେବେ ମିଲରଙ୍କ ଇଚ୍ଛା ଅନୁସାରେ ଧାନକିଣା ଚାଲିଛି। ସେମାନେ ମଣ୍ଡିକୁ ଠିକ୍‌ ସମୟରେ ଟ୍ରକ୍‌ ପଠାଉ ନାହାନ୍ତି। ଜିଲାର ମିଲରମାନେ ଏବେ ସରକାରଙ୍କୁ ଚାଉଳ ଡେଲିଭେରି ଦେଉଥିବାରୁ ଟ୍ରକ୍‌ ଓ ଶ୍ରମିକଙ୍କ ଅଭାବ ରହୁଛି। ସମ୍ବଲପୁର ଜିଲାର ମିଲର୍ସ ମଧ୍ୟ ଧାନ ଉଠାଣରେ ବିଳମ୍ବ କରୁଛନ୍ତ। ଏଭଳି ଅବ୍ୟବସ୍ଥାକୁ ନେଇ ଚାଷୀ ରାମପୁରରେ ରାସ୍ତାରୋକୋ କରିଥିବା ବେଳେ ଶଙ୍କରା ପ୍ୟାକ୍ସରେ ତାଲା ପକାଇଥିଲେ। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା କୁହନ୍ତି, ଚାଷୀଙ୍କ ଧାନ ଶୀଘ୍ର ଉଠାଇବା ପାଇଁ ଉଦ୍ୟମ କରୁଛୁ। ଗତ ଦୁଇଦିନ ହେବ ମିଲରମାନେ ଅଧିକ ସଂଖ୍ୟକ ଟ୍ରକ୍‌ ବିଭିନ୍ନ ମଣ୍ଡିକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri