ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ

 

ରେଢାଖୋଲ,୧୬।୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରଜ ପାଇଁ ଏହି ଗ୍ରାମର ୫ ଜଣ ବ୍ୟକ୍ତି ମହୁ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଭାଲୁ ଆକ୍ରମଣରେ ଚେରୁ ମୁଣ୍ଡା (୫୫) ଓ କୃଷ୍ଣ ମୁଣ୍ଡା (୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଷାଢୁ ମୁଣ୍ଡା ଗୁରୁତର ହୋଇ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଛନ୍ତି।
ତେବେ ରବିବାର ଭାଲୁ-ମଣିଷ ଲଢ଼େଇରେ ଏକ ୨ ବର୍ଷର ଅଣ୍ଡିରା ଛୁଆ ଭାଲୁର ମୃତ୍ୟୁ ଘଟିଥିଲା। ଏଣୁ ଛୁଆ ଭାଲୁର ମୃତ୍ୟୁ ପରେ ମା’ ଭାଲୁଟି ହିଂସ୍ର ହୋଇ ସୋମବାର ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିଛି। ମା’ ଭାଲୁର ଆକ୍ରମଣରେ ବଣିଆବନ୍ଧ ଗ୍ରାମର ସୁରେଶ ନାଏକ ଓରଫ ସୁରୁ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନ ପ୍ରାୟ ଦେଢଟା ବେଳେ ଗ୍ରାମର ସୁରେଶ ନାଏକ ଓ ଅଗସ୍ତି ନାଏକ ଜଙ୍ଗଲକୁ ଯାଇଥିବା ବେଳେ ସେହି ସ୍ଥାନରେ ହିଁ ମା’ ଭାଲୁଟି ସୁରେଶଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଖବର ପାଇ ବଡବାହାଲ ବନ କର୍ମଚାରୀ ଓ ରେଢ଼ାଖୋଲ ପୋଲିସ ପହଞ୍ଚତ୍ ସୁରେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ମଙ୍ଗଳବାର ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ା
ଅନ୍ୟପକ୍ଷେ ଗତ ୨ ଦିନ ଧରି ଭାଲୁ ଆକ୍ରମଣରେ ୩ଟି ଜୀବନ ଚାଲିଯିବାରୁ ସୋମବାର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ ସାମଲ, ଜିଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ବଡ଼ବାହାଳ ସରପଞ୍ଚ ସନ୍ତୋଷ ମିର୍ଦ୍ଧା ଏବଂ ରେଞ୍ଜ ଅଧିକାରୀ ପ୍ରଜ୍ଞାପାରମିତା ଦୀପ ଗାଁରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଇଥିଲେ। ହେଲେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଓ ଆହତଙ୍କ ମାଗଣା ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଲୋକେ ଦାବି କରିଥିଲେ। ସେହିଭଳି ଭାଲୁ ଦାଉରୁ ସୁରକ୍ଷା ଦେବାକୁ ବନ ବିଭାଗ କ’ଣ ପଦକ୍ଷେପ ନେଇପାରିବ ବୋଲି ଲୋକେ ଜବାବ ମାଗିଥିଲେ। ତେବେ ୨୦ ଦିନ ଭିତରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ। ୭ ଦିନ ପର୍ଯ୍ୟନ୍ତ ଜଙ୍ଗଲକୁ ଲୋକେ ନ ଯିବାକୁ ବନ ବିଭାଗ ମାଇକ୍‌ ଯୋଗେ ସତର୍କ କରିବ। ଟ୍ରାଙ୍କୁଲାଇଜ କରି ଅଞ୍ଚଳରୁ ଭାଲୁପଲଙ୍କୁ ସ୍ଥାନାନ୍ତର କରିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଛି। ବନ ବିଭାଗକୁ ବିଶ୍ୱାସ ନ କରି ଲୋକେ ଚେତାବନୀ ଦେଇଛନ୍ତି ଯେ, ପ୍ରତିଶ୍ରୁତି ନ ରଖିଲେ ବନ ବିଭାଗ ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ।
ସୂଚନାଯୋଗ୍ୟ, ରବିବାର ମୃତ୍ୟୁ ଘଟିଥିବା ଚେରୁ ଓ କୃଷ୍ଣଙ୍କ ମୃତଦେହକୁ ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ଶୋକାକୁଳ ପରିବେଶରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେହିପରି ମୃତ ଭାଲୁ ଛୁଆର ମଧ୍ୟ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri