ପୋଖରୀରୁ ଦଳ ସଫା କଲେ ଯୁବଗୋଷ୍ଠୀ

ଅମରପାଲି, ୧୬।୬ (ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତର ରଣାବନ୍ଧକୁ ଯୁବଗୋଷ୍ଠୀ ସଫା କରିଛନ୍ତି । ଯାହାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଏହି ପୋଖରୀ ଉପରେ ହିଲୁଙ୍ଗ, କର୍ଣ୍ଣପାଲି, ବାଘମାରି ସମେତ ବୀରମହାରାଜପୁରର ଲୋକେ ନିର୍ଭର କରିଥାନ୍ତି। ବର୍ଷତମାମ ଏହି ପୋଖରୀରେ ପାଣିଥାଏ। ଫଳରେ ପ୍ରତିଦିନ ଶତାଧିକ ଲୋକ ସ୍ନାନ କରିଥାନ୍ତି। ହେଲେ ବହୁ ଦିନ ହେଲା ଉକ୍ତ ପୋଖରୀକୁ ସଫା କରାଯାଇ ନ ଥିଲା ା ଫଳରେ ପୋଖରୀଟି ଦଳ ଭର୍ତ୍ତି ହୋଇରହିଥିଲା। ଯେଉଁମାନେ ଏହି ପୋଖରୀରେ ଗାଧୋଉଥିଲେ ସେମାନେ କାଛୁକୁଣ୍ଡିଆ ଭଳି ଚର୍ମରୋଗରେ ଆକ୍ରାନ୍ତ ହେଉଥିଲେ। ଏନେଇ ପ୍ରଶାସନକୁ ପୋଖରୀ ସଫା ଲାଗି ଅନୁରୋଧ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଶେଷରେ ଗ୍ରାମର ଯୁବକମାନେ ନିଜେ ପୋଖରୀ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମର ଗୌନ୍ତିଆ ସତ୍ୟନାରାୟଣ ସିଂହ ଓ ପୃଥ୍ବୀରାଜ ସିଂହଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ସୋମବାର ଦଳ ସଫା କରିଛନ୍ତି। ଏ ନେଇ ସ୍ଥାନୀୟ ସରପଞ୍ଚ ଅଶୋକ ମହାକୁରଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଉକ୍ତ ପୋଖରୀର ରକ୍ଷଣାବେକ୍ଷଣ ସହିତ ପୁନରୁଦ୍ଧାର ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

୩ ମନ୍ତ୍ରୀଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା…

ଆରମ୍ଭ ହେବ ମାଗଣା ମ୍ୟୁଚୁଆଲ ଫଣ୍ଡ୍‌ ସାର୍ଟିଫିକେଟ ପାଠ୍ୟକ୍ରମ

ଭୁବନେଶ୍ୱର, ୩୦ା୭ (ସୁଚିସ୍ମିତା ସାହୁ): ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଆର୍ଥିକ ସାକ୍ଷରତା ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ରାଜ୍ୟ ସରକାର…

ନିଯୁକ୍ତି ନିୟମରେ ଆସିପାରେ ସଂସ୍କାର: ୪ ବିଭାଗଠାରୁ ଲୋଡ଼ାଗଲା ମତାମତ

ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ…

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri