Posted inଜାତୀୟ

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ ଉଷଶୀ ସୋମବାର ରାତି ୧୧ଟା ୪୦ରେ ଜଣେ ସହକର୍ମୀଙ୍କ ସହିତ କର୍ମସ୍ଥଳରୁ ଘରକୁ ଫେରୁଥିବାବେଳେ କୋଲକାତାସ୍ଥିତ ଜବାହରଲାଲ ରୋଡ୍‌ କ୍ରସିଂ ନିକଟରେ ବାଇକ୍‌ରେ ୧୫ ଜଣ ଦୁର୍ବୃତ୍ତ ତାଙ୍କ କ୍ୟାବ୍‌କୁ ଧକ୍କା ଦେଇଥିଲେ। ସେମାନେ ଡ୍ରାଇଭରଙ୍କୁ ଗାଡ଼ିରୁ ବାହାରକୁ ଟାଣିନେଇ ମାଡ଼ ମାରିଥିଲେ। ଉଶଷୀ ଏହାର ପ୍ରତିବାଦ କରିଥିଲେ। ସେ ସହାୟତା ପାଇଁ ବଡ଼ପାଟିରେ ପୋଲିସକୁ ଡାକିବା ସହ ଘଟଣାର ଭିଡିଓ ନେଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ନିକଟସ୍ଥ ମଇଦାନ ଥାନାର ଅଧିକାରୀମାନେ ଆସିବାରେ ବିଳମ୍ବ କରିଥିଲେ। ପରେ ଲେକ୍‌ ଗାର୍ଡେନ୍ସ ଅଞ୍ଚଳରେ ୩ଟି ବାଇକ୍‌ରେ ଥିବା ୬ ଜଣ ଯୁବକ ତାଙ୍କୁ ବାହରକୁ ଘୋଷାଡ଼ି ନେଇଥିଲେ। ସେମାନେ ଭିଡିଓ ଡିଲିଟ୍‌ କରିବା ପାଇଁ ତାଙ୍କର ଫୋନ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏନେଇ ସେ ଚାରୁ ଥାନାରେ ଏତଲା ଦେବାକୁ ଯାଇଥିଲେ। ହେଲେ ଥାନାରେ ଅଭିଯୋଗ ଗ୍ରହଣ କରିବାକୁ ମନାକରିବା ସହ ଭବାନୀପୁର ଥାନାକୁ ପଠାଇଦେଇଥିଲେ। ସେମାନେ ଅନେକ ପ୍ରଶ୍ନ ପଚାରିବା ପରେ ଡ୍ରାଇଭରଙ୍କ ଅଭିଯୋଗ ଗ୍ରହଣ କରିବାକୁ ମନାକରିଥିଲେ। ଶେଷରେ ସେ ବାଧ୍ୟ ହୋଇ ଫେସ୍‌ବୁକ୍‌ରେ ଉକ୍ତ ଭିଡିଓ ପୋଷ୍ଟ କରିଥିବା ଉଷଶୀ କହିଛନ୍ତି। ଉଷଶୀଙ୍କ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri