ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡ଼ା

ପୁରୀ ଅଫିସ,୧୦।୯: ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡା ମଠ। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନରେ ଲଙ୍ଗୁଳି ଓ ଏମାର ମଠ ପରେ ଧରାଶାୟୀ ହୋଇଛି ବଡ଼ ଆଖଡା ମଠ। ଠାକୁରଙ୍କ ବିଜେସ୍ଥଳୀ ଓ ମହନ୍ତଙ୍କ ଆସ୍ଥାନକୁ ବାଦ୍‌ ଦିଆଯାଇ ପ୍ରାୟ ୮୫ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଛି। ମଠ ଭଙ୍ଗା କାର୍ଯ୍ୟ ଚାଲିଥିବାରୁ ମହନ୍ତ ହରିନାରାୟଣ ଦାସ ସାମୟିକ ଭାବେ ନୀଳାଚଳ ଭକ୍ତ ନିବାସରେ ରହୁଥିବାବେଳେ ମଠର ବିଦ୍ୟାର୍ଥୀ ଏବଂ ଅନ୍ତେବାସୀଙ୍କ ରହଣି ଲାଗି ଜିଲା ପ୍ରଶାସନ ବ୍ୟବସ୍ଥା କରିଛି। ମଙ୍ଗଳବାର ସାନଛତା ମଠ ଭଙ୍ଗାଯାଇପାରେ। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ମଠରୁ ଜିିନିଷପତ୍ର ଖାଲି କରାଯାଇଛି। ଅନ୍ୟପକ୍ଷରେ ପ୍ରଶାସନର ଏଭଳି ଆଭିମୁଖ୍ୟ ଦେଖି ୭୫ ମିଟର ମଧ୍ୟରେ ରହୁଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତିତ ହୋଇପଡ଼ିଛନ୍ତି। କାହାର ପାଳି କେବେ ପଡୁଛି ତାହାକୁ ନେଇ ସେମାନେ ଦିନ ଗଣୁଛନ୍ତି।
ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୭୫ ବଖରାରୁ ଊର୍ଦ୍ଧ୍ୱ ଭଙ୍ଗାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦ ବନ୍ଦ ରହିଥିଲା। ସୋମବାର ସକାଳୁ ପୁଣି ଅଭିଯାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଦିନରେ ପ୍ରାୟ ୧୨ ବଖରାରୁ ଊର୍ଦ୍ଧ୍ୱ ଘର ସହିତ ଅଧାଭଙ୍ଗା ଅବସ୍ଥାରେ ଥିବା ପିଲର ଏବଂ ଅନ୍ୟାନ୍ୟ ନିର୍ମାଣକୁ ଭାଙ୍ଗିଦିଆଯାଇଛି। ଏହାପରେ ସେହି ସ୍ଥାନରୁ ଅଳିଆ ସଫା କରାଯାଉଛି।
ବଡ଼ ଆଖଡା ମଠରେ ୨ଟି ମନ୍ଦିରକୁ ସୁରକ୍ଷିତ ରଖାଯାଇଛି। ଗୋଟିକରେ ଶ୍ରୀହନୁମାନ ଏବଂ ଅନ୍ୟ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି। ଗାଦିଘରେ ମଠର ପ୍ରତିଷ୍ଠାତା ଶ୍ରୀରାମାନନ୍ଦାଚାର୍ଯ୍ୟଙ୍କ ଏକ ପିତ୍ତଳ ବିଗ୍ରହ ଉପାସିତ ହେଉଛନ୍ତି। ତେଣୁ ଏହି ବିଜେସ୍ଥଳୀ ସହିତ ମହନ୍ତ ରହୁଥିବା ଆବାସସ୍ଥଳୀକୁ ପ୍ରଶାସନ ଭାଙ୍ଗି ନାହିଁ। କିନ୍ତୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାରୁ ମହନ୍ତ ଏବେ ନୀଳାଚଳ ଭକ୍ତ ନିବାସରେ ରହୁଛନ୍ତି। ବିଦ୍ୟାର୍ଥୀ ଓ ମଠ ଅନ୍ତେବାସୀଙ୍କ ପାଇଁ ବାଗେଡ଼ିଆ ଧର୍ମଶାଳାରେ ରହିବାର ବ୍ୟବସ୍ଥା କରିଛି ପ୍ରଶାସନ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ରବିବାର ବଡ଼ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାକି ରହିଯାଇଥିବା କେତେକ ନିର୍ମାଣକୁ ସୋମବାର ଭଙ୍ଗାଯାଇଛି। ମଠ ବିଜେସ୍ଥଳୀ, ଗାଦିଘରକୁ ସୁରକ୍ଷିତ ରଖାଯାଇଥିବା ବେଳେ ବ୍ୟବସାୟିକ କୋଠାଗୁଡ଼ିକୁ ଉଚ୍ଛେଦ କରାଯାଇଛି। ମଠ ଭିତରେ ସୁନ୍ଦର ମନ୍ଦିର ଥିଲେ ମଧ୍ୟ ପୂର୍ବରୁ ଭକ୍ତମାନେ ଏହାକୁ ଦେଖିପାରୁ ନ ଥିଲେ। କିନ୍ତୁ ଏବେ ଉଚ୍ଛେଦ ପରେ ଶ୍ରଦ୍ଧାଳୁମାନେ ମଠ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ୭୫ ମିଟର ବାହାରେ ମଠର ଯେଉଁ ନିର୍ମାଣ ଉଚ୍ଛେଦ କରାଯାଇଛି ତାହା ତିଆରି କରାଯିବ।
ଅପରପକ୍ଷେ ୭୫ ମିଟର ମଧ୍ୟରେ ଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠ ମାପଚୁପ କରାଯାଇଥିବାରୁ ମହନ୍ତ ସଂଶୟ ଭିତରେ ରହିଛନ୍ତି। ଏହି ମଠର କିଛି ଅଂଶ ସୁରକ୍ଷିତ ଜୋନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri