ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡ଼ା

ପୁରୀ ଅଫିସ,୧୦।୯: ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡା ମଠ। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନରେ ଲଙ୍ଗୁଳି ଓ ଏମାର ମଠ ପରେ ଧରାଶାୟୀ ହୋଇଛି ବଡ଼ ଆଖଡା ମଠ। ଠାକୁରଙ୍କ ବିଜେସ୍ଥଳୀ ଓ ମହନ୍ତଙ୍କ ଆସ୍ଥାନକୁ ବାଦ୍‌ ଦିଆଯାଇ ପ୍ରାୟ ୮୫ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଛି। ମଠ ଭଙ୍ଗା କାର୍ଯ୍ୟ ଚାଲିଥିବାରୁ ମହନ୍ତ ହରିନାରାୟଣ ଦାସ ସାମୟିକ ଭାବେ ନୀଳାଚଳ ଭକ୍ତ ନିବାସରେ ରହୁଥିବାବେଳେ ମଠର ବିଦ୍ୟାର୍ଥୀ ଏବଂ ଅନ୍ତେବାସୀଙ୍କ ରହଣି ଲାଗି ଜିଲା ପ୍ରଶାସନ ବ୍ୟବସ୍ଥା କରିଛି। ମଙ୍ଗଳବାର ସାନଛତା ମଠ ଭଙ୍ଗାଯାଇପାରେ। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ମଠରୁ ଜିିନିଷପତ୍ର ଖାଲି କରାଯାଇଛି। ଅନ୍ୟପକ୍ଷରେ ପ୍ରଶାସନର ଏଭଳି ଆଭିମୁଖ୍ୟ ଦେଖି ୭୫ ମିଟର ମଧ୍ୟରେ ରହୁଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତିତ ହୋଇପଡ଼ିଛନ୍ତି। କାହାର ପାଳି କେବେ ପଡୁଛି ତାହାକୁ ନେଇ ସେମାନେ ଦିନ ଗଣୁଛନ୍ତି।
ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୭୫ ବଖରାରୁ ଊର୍ଦ୍ଧ୍ୱ ଭଙ୍ଗାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦ ବନ୍ଦ ରହିଥିଲା। ସୋମବାର ସକାଳୁ ପୁଣି ଅଭିଯାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଦିନରେ ପ୍ରାୟ ୧୨ ବଖରାରୁ ଊର୍ଦ୍ଧ୍ୱ ଘର ସହିତ ଅଧାଭଙ୍ଗା ଅବସ୍ଥାରେ ଥିବା ପିଲର ଏବଂ ଅନ୍ୟାନ୍ୟ ନିର୍ମାଣକୁ ଭାଙ୍ଗିଦିଆଯାଇଛି। ଏହାପରେ ସେହି ସ୍ଥାନରୁ ଅଳିଆ ସଫା କରାଯାଉଛି।
ବଡ଼ ଆଖଡା ମଠରେ ୨ଟି ମନ୍ଦିରକୁ ସୁରକ୍ଷିତ ରଖାଯାଇଛି। ଗୋଟିକରେ ଶ୍ରୀହନୁମାନ ଏବଂ ଅନ୍ୟ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି। ଗାଦିଘରେ ମଠର ପ୍ରତିଷ୍ଠାତା ଶ୍ରୀରାମାନନ୍ଦାଚାର୍ଯ୍ୟଙ୍କ ଏକ ପିତ୍ତଳ ବିଗ୍ରହ ଉପାସିତ ହେଉଛନ୍ତି। ତେଣୁ ଏହି ବିଜେସ୍ଥଳୀ ସହିତ ମହନ୍ତ ରହୁଥିବା ଆବାସସ୍ଥଳୀକୁ ପ୍ରଶାସନ ଭାଙ୍ଗି ନାହିଁ। କିନ୍ତୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାରୁ ମହନ୍ତ ଏବେ ନୀଳାଚଳ ଭକ୍ତ ନିବାସରେ ରହୁଛନ୍ତି। ବିଦ୍ୟାର୍ଥୀ ଓ ମଠ ଅନ୍ତେବାସୀଙ୍କ ପାଇଁ ବାଗେଡ଼ିଆ ଧର୍ମଶାଳାରେ ରହିବାର ବ୍ୟବସ୍ଥା କରିଛି ପ୍ରଶାସନ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ରବିବାର ବଡ଼ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାକି ରହିଯାଇଥିବା କେତେକ ନିର୍ମାଣକୁ ସୋମବାର ଭଙ୍ଗାଯାଇଛି। ମଠ ବିଜେସ୍ଥଳୀ, ଗାଦିଘରକୁ ସୁରକ୍ଷିତ ରଖାଯାଇଥିବା ବେଳେ ବ୍ୟବସାୟିକ କୋଠାଗୁଡ଼ିକୁ ଉଚ୍ଛେଦ କରାଯାଇଛି। ମଠ ଭିତରେ ସୁନ୍ଦର ମନ୍ଦିର ଥିଲେ ମଧ୍ୟ ପୂର୍ବରୁ ଭକ୍ତମାନେ ଏହାକୁ ଦେଖିପାରୁ ନ ଥିଲେ। କିନ୍ତୁ ଏବେ ଉଚ୍ଛେଦ ପରେ ଶ୍ରଦ୍ଧାଳୁମାନେ ମଠ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ୭୫ ମିଟର ବାହାରେ ମଠର ଯେଉଁ ନିର୍ମାଣ ଉଚ୍ଛେଦ କରାଯାଇଛି ତାହା ତିଆରି କରାଯିବ।
ଅପରପକ୍ଷେ ୭୫ ମିଟର ମଧ୍ୟରେ ଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠ ମାପଚୁପ କରାଯାଇଥିବାରୁ ମହନ୍ତ ସଂଶୟ ଭିତରେ ରହିଛନ୍ତି। ଏହି ମଠର କିଛି ଅଂଶ ସୁରକ୍ଷିତ ଜୋନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri