ମଞ୍ଚେଶ୍ୱର ଥାନାଞ୍ଚଳ ପାଲଟିଛି ଲୁଟେରାଙ୍କ ସୁରକ୍ଷିତ ଜୋନ୍‌:୧୬ ଘଣ୍ଟାରେ ୩ ବଡ଼ ଲୁଟ୍‌, ଡକାୟତି

ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ମଞ୍ଚେଶ୍ୱର ଥାନାଞ୍ଚଳରେ ଦିନ ତମାମ ଖେଳାଇଛନ୍ତି ଆତଙ୍କ। କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ୧୬ ଘଣ୍ଟାରେ ଘଟାଇଛନ୍ତି ୩ ବଡ଼ ଲୁଟ୍‌ ଓ ଡକାୟତି। ଦୁଇଟି ଘଟଣା ଭୋର୍‌ ସମୟରେ ଘଟିଥିବାବେଳେ ପୋଲିସ ସେପରି ପଦକ୍ଷେପ ଗ୍ରହଣ କରି ନ ଥିଲା। ଫଳରେ ଅପରାହ୍ନରେ ପୁଣି ଲୁଟ୍‌ପାଟ କରିଥିଲେ ଲୁଟେରା। ସବୁ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଏହି ଘଟଣା ଏବେ ମଞ୍ଚେଶ୍ୱର ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ସହରବାସୀଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ବନ୍ଧୁକ ମୁନରେ ରେଲ୍‌ଓ୍ବେ କର୍ମଚାରୀଙ୍କଠାରୁ ଲୁଟିଲେ ୩ଲକ୍ଷର ଅଳଙ୍କାର
ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ପ୍ରଥମ ଲୁଟ୍‌ ଘଟଣା ମଙ୍ଗଳବାର ଭୋର୍‌ ପ୍ରାୟ ୫ଟାରେ ଆଦିମାତା ଲେନ୍‌ରେ ଘଟିଥିଲା। ଲୁଟେରାମାନେ ବନ୍ଧୁକ ଦେଖାଇ ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ କେଳୁଚରଣ ପାର୍କ ନିକଟରେ ରହୁଥିବା ଉମାକାନ୍ତ ମିଶ୍ର ଓ ତାଙ୍କ ପରିବାର ସଦସ୍ୟ। ଉମାକାନ୍ତ ଜଣେ ରେଲଓ୍ବେ କର୍ମଚାରୀ। ସେ ସ୍ତ୍ରୀ ଓ ପୁଅ ସହ ବ୍ରହ୍ମପୁର ଯିବା ପାଇଁ ପାର୍କ ନିକଟରୁ ଏକ ଅଟୋରେ ରେଳ ଷ୍ଟେଶନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ପଲ୍‌ସର ବାଇକରେ ୩ଜଣ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚତ୍ ଅଟୋକୁ ଅଟକାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଉମାକାନ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଗ୍ରହଣା କାଢି ଦେବାକୁ କହିଥିଲେ। ସୁନାଗହଣା ଲୁଟୁଥିବାବେଳେ ପଛରେ ଆଉ ଏକ ଅଟୋ ଲାଗିଥିଲା। ଏହାଦେଖି ଦୁର୍ବୃତ୍ତମାନେ ୮୦ ଗ୍ରାମ ଓଜନର ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏ ନେଇ ଉମାକାନ୍ତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମମାଲା ନଂ.୩୦୦/୧୯ ରୁଜୁ କରି ତଦନ୍ତ ଚଳାଇଛି।

ଘରେ ପଶି ନେଇଗଲେ ୪ଲକ୍ଷର ଅଳଙ୍କାର
ପ୍ରଥମ ଘଟଣାର ଅଧଘଣ୍ଟା ପରେ ଆଦିମାତା କଲୋନୀରେ ଘଟିଥିଲା ବଡ଼ଧରଣର ଡକାୟତି। ଭୋର୍‌ ପ୍ରାୟ ୫ଟା ୩୦ରେ ଉକ୍ତ କଲୋନୀରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜର ସଦାନନ୍ଦ ବିଶ୍ୱାଳଙ୍କ ଘରୁ ହୋଇଥିଲା ଡକାୟତି। ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ସକାଳୁ ଉଠିଥିଲେ। ସଦାନନ୍ଦ ଘର ପରିସରରେ ଥିବାବେଳେ ସ୍ତ୍ରୀ ବାହାରକୁ ଫୁଲ ତୋଳିବାକୁ ଯାଇଥିଲେ। ଘରର କବାଟ ଓ ଗେଟ୍‌ ଖୋଲା ଥିବା ଦେଖି ୩ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ସଦାନନ୍ଦଙ୍କୁ ଘର ଭିତରକୁ ନେଇଯାଇଥିଲେ। ଆଲମାରି ଚାବି ନେଇ ସେଥିରେ ଥିବା ୪ଲକ୍ଷ ଟଙ୍କାର ସୁନା ମୁଦି ଓ ଚେନ୍‌ ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସଦାନନ୍ଦଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ. ୩୦୨/୧୯ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ପାଇପାରିନି।

ଶୋ’ରୁମ୍‌ ମାଲିକ, ଗ୍ରାହକଙ୍କୁ ଭୁଜାଲିରେ ହାଣିଲେ

ତୃତୀୟ ଘଟଣା କଟକ-ପୁରୀ ବାଇପାସ୍‌ ଜଗନ୍ନାଥ ସଡ଼କରେ ଘଟିଥିଲା। ବ୍ୟବହୃତ ଗାର୍‌ ଶୋ’ରୁମ୍‌ ମହିମା ମୋଟର୍ସ ମାଲିକ ଓ ଜଣେ ଗ୍ରାହକଙ୍କୁ ୫ଜଣ ଦୁର୍ବୃତ୍ତ ଭୁଜାଲିରେ ହାଣି ଲୁଟ୍‌ପାଟ କରିଛନ୍ତି। ଶୋ’ରୁମ୍‌ ମାଲିକଙ୍କଠାରୁ ସୁନା ଚେନ୍‌ ଓ ଗ୍ରାହକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଦୁଇଜଣ ହେଲେ ଶୋରୁମ୍‌ ମାଲିକ କଟକ ୪୨ମୌଜାର ତାପସ କୁମାର ପରିଡା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଗାଡି କିଣିବାକୁ ଆସିଥିବା ରାଇରଙ୍ଗପୁରର ଭିକି ଶର୍ମା ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ତାପସଙ୍କ ପୁରୀ ବାଇପାସ ରୋଡ୍‌ ଜଗନ୍ନାଥ ସଡ଼କ ନିକଟରେ ବ୍ୟବହୃତ ଗାଡି ବ୍ୟବସାୟ କରନ୍ତି। ସେ ଦୋକାନରେ ବସିଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୩୦ରେ ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ମୁହଁରେ କପଡା ବାନ୍ଧିଥିଲେ। ହଠାତ୍‌ ତାପସଙ୍କୁ ମାଡ଼ ମାରି ଟଙ୍କା ଦେବାକୁ କହି ବେକରେ ଭୁଜାଲି ଲଗାଇ କ୍ୟାଶ୍‌ କାଉଣ୍ଟର ନିକଟକୁ ନେଇଥିଲେ। ହେଲେ ତାପସ ଚତୁରତାର ସହ ଅନ୍ୟ ଏକ କ୍ୟାଶ୍‌ କାଉଣ୍ଟର ଦେଖାଇବାରୁ ଲୁଟେରାମାନେ ତାଙ୍କ ମୁଣ୍ଡ ଓ କାନ୍ଧକୁ ହାଣି ସେ ପିନ୍ଧିଥିବା ସୁନା ଚେନ୍‌ ଲୁଟି ନେଇଥିଲେ। ପରେ ଭିକିଙ୍କୁ ହାଣି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?