ମଞ୍ଚେଶ୍ୱର ଥାନାଞ୍ଚଳ ପାଲଟିଛି ଲୁଟେରାଙ୍କ ସୁରକ୍ଷିତ ଜୋନ୍‌:୧୬ ଘଣ୍ଟାରେ ୩ ବଡ଼ ଲୁଟ୍‌, ଡକାୟତି

ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଥର ମଞ୍ଚେଶ୍ୱର ଥାନାଞ୍ଚଳରେ ଦିନ ତମାମ ଖେଳାଇଛନ୍ତି ଆତଙ୍କ। କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ୧୬ ଘଣ୍ଟାରେ ଘଟାଇଛନ୍ତି ୩ ବଡ଼ ଲୁଟ୍‌ ଓ ଡକାୟତି। ଦୁଇଟି ଘଟଣା ଭୋର୍‌ ସମୟରେ ଘଟିଥିବାବେଳେ ପୋଲିସ ସେପରି ପଦକ୍ଷେପ ଗ୍ରହଣ କରି ନ ଥିଲା। ଫଳରେ ଅପରାହ୍ନରେ ପୁଣି ଲୁଟ୍‌ପାଟ କରିଥିଲେ ଲୁଟେରା। ସବୁ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଏହି ଘଟଣା ଏବେ ମଞ୍ଚେଶ୍ୱର ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ସହରବାସୀଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ବନ୍ଧୁକ ମୁନରେ ରେଲ୍‌ଓ୍ବେ କର୍ମଚାରୀଙ୍କଠାରୁ ଲୁଟିଲେ ୩ଲକ୍ଷର ଅଳଙ୍କାର
ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ପ୍ରଥମ ଲୁଟ୍‌ ଘଟଣା ମଙ୍ଗଳବାର ଭୋର୍‌ ପ୍ରାୟ ୫ଟାରେ ଆଦିମାତା ଲେନ୍‌ରେ ଘଟିଥିଲା। ଲୁଟେରାମାନେ ବନ୍ଧୁକ ଦେଖାଇ ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ କେଳୁଚରଣ ପାର୍କ ନିକଟରେ ରହୁଥିବା ଉମାକାନ୍ତ ମିଶ୍ର ଓ ତାଙ୍କ ପରିବାର ସଦସ୍ୟ। ଉମାକାନ୍ତ ଜଣେ ରେଲଓ୍ବେ କର୍ମଚାରୀ। ସେ ସ୍ତ୍ରୀ ଓ ପୁଅ ସହ ବ୍ରହ୍ମପୁର ଯିବା ପାଇଁ ପାର୍କ ନିକଟରୁ ଏକ ଅଟୋରେ ରେଳ ଷ୍ଟେଶନ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ପଲ୍‌ସର ବାଇକରେ ୩ଜଣ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚତ୍ ଅଟୋକୁ ଅଟକାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଉମାକାନ୍ତଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ସ୍ତ୍ରୀ ପିନ୍ଧିଥିବା ସୁନା ଗ୍ରହଣା କାଢି ଦେବାକୁ କହିଥିଲେ। ସୁନାଗହଣା ଲୁଟୁଥିବାବେଳେ ପଛରେ ଆଉ ଏକ ଅଟୋ ଲାଗିଥିଲା। ଏହାଦେଖି ଦୁର୍ବୃତ୍ତମାନେ ୮୦ ଗ୍ରାମ ଓଜନର ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏ ନେଇ ଉମାକାନ୍ତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମମାଲା ନଂ.୩୦୦/୧୯ ରୁଜୁ କରି ତଦନ୍ତ ଚଳାଇଛି।

ଘରେ ପଶି ନେଇଗଲେ ୪ଲକ୍ଷର ଅଳଙ୍କାର
ପ୍ରଥମ ଘଟଣାର ଅଧଘଣ୍ଟା ପରେ ଆଦିମାତା କଲୋନୀରେ ଘଟିଥିଲା ବଡ଼ଧରଣର ଡକାୟତି। ଭୋର୍‌ ପ୍ରାୟ ୫ଟା ୩୦ରେ ଉକ୍ତ କଲୋନୀରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜର ସଦାନନ୍ଦ ବିଶ୍ୱାଳଙ୍କ ଘରୁ ହୋଇଥିଲା ଡକାୟତି। ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ସକାଳୁ ଉଠିଥିଲେ। ସଦାନନ୍ଦ ଘର ପରିସରରେ ଥିବାବେଳେ ସ୍ତ୍ରୀ ବାହାରକୁ ଫୁଲ ତୋଳିବାକୁ ଯାଇଥିଲେ। ଘରର କବାଟ ଓ ଗେଟ୍‌ ଖୋଲା ଥିବା ଦେଖି ୩ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ସଦାନନ୍ଦଙ୍କୁ ଘର ଭିତରକୁ ନେଇଯାଇଥିଲେ। ଆଲମାରି ଚାବି ନେଇ ସେଥିରେ ଥିବା ୪ଲକ୍ଷ ଟଙ୍କାର ସୁନା ମୁଦି ଓ ଚେନ୍‌ ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସଦାନନ୍ଦଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ. ୩୦୨/୧୯ରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ପାଇପାରିନି।

ଶୋ’ରୁମ୍‌ ମାଲିକ, ଗ୍ରାହକଙ୍କୁ ଭୁଜାଲିରେ ହାଣିଲେ

ତୃତୀୟ ଘଟଣା କଟକ-ପୁରୀ ବାଇପାସ୍‌ ଜଗନ୍ନାଥ ସଡ଼କରେ ଘଟିଥିଲା। ବ୍ୟବହୃତ ଗାର୍‌ ଶୋ’ରୁମ୍‌ ମହିମା ମୋଟର୍ସ ମାଲିକ ଓ ଜଣେ ଗ୍ରାହକଙ୍କୁ ୫ଜଣ ଦୁର୍ବୃତ୍ତ ଭୁଜାଲିରେ ହାଣି ଲୁଟ୍‌ପାଟ କରିଛନ୍ତି। ଶୋ’ରୁମ୍‌ ମାଲିକଙ୍କଠାରୁ ସୁନା ଚେନ୍‌ ଓ ଗ୍ରାହକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଦୁଇଜଣ ହେଲେ ଶୋରୁମ୍‌ ମାଲିକ କଟକ ୪୨ମୌଜାର ତାପସ କୁମାର ପରିଡା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଗାଡି କିଣିବାକୁ ଆସିଥିବା ରାଇରଙ୍ଗପୁରର ଭିକି ଶର୍ମା ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ତାପସଙ୍କ ପୁରୀ ବାଇପାସ ରୋଡ୍‌ ଜଗନ୍ନାଥ ସଡ଼କ ନିକଟରେ ବ୍ୟବହୃତ ଗାଡି ବ୍ୟବସାୟ କରନ୍ତି। ସେ ଦୋକାନରେ ବସିଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୩୦ରେ ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ମୁହଁରେ କପଡା ବାନ୍ଧିଥିଲେ। ହଠାତ୍‌ ତାପସଙ୍କୁ ମାଡ଼ ମାରି ଟଙ୍କା ଦେବାକୁ କହି ବେକରେ ଭୁଜାଲି ଲଗାଇ କ୍ୟାଶ୍‌ କାଉଣ୍ଟର ନିକଟକୁ ନେଇଥିଲେ। ହେଲେ ତାପସ ଚତୁରତାର ସହ ଅନ୍ୟ ଏକ କ୍ୟାଶ୍‌ କାଉଣ୍ଟର ଦେଖାଇବାରୁ ଲୁଟେରାମାନେ ତାଙ୍କ ମୁଣ୍ଡ ଓ କାନ୍ଧକୁ ହାଣି ସେ ପିନ୍ଧିଥିବା ସୁନା ଚେନ୍‌ ଲୁଟି ନେଇଥିଲେ। ପରେ ଭିକିଙ୍କୁ ହାଣି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri