Posted inରାଜ୍ୟ

ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଢ଼ାଉ: ତଦନ୍ତବେଳେ ଅଭିଯୋଗ କଲେ ଶତାଧିକ ଚାଷୀ

ଦଶରଥପୁର,୨୨ା୬(ଡିଏନ୍‌ଏ): କଟକ ସେଣ୍ଟ୍ରାଲ୍‌ କୋ-ଅପରେଟିଭ ବ୍ୟାଙ୍କ ଦଶରଥପୁର ଶାଖା ଅଧୀନରେ ଥିବା ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ସୀମା ଲଂଘିଛି। ଏ ସମ୍ପର୍କରେ କିଛିଦିନ ତଳେ ମଙ୍ଗଳପୁର ସରପଞ୍ଚ ଶିଶିର କୁମାର ଧଳ, ପରିଚାଳନା ପରିଷଦର କେତେଜଣ ସଭ୍ୟ ଏବଂ ଚାଷୀ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଡେପୁଟି ରେଜିଷ୍ଟାର ଅଫ୍‌ କୋ-ଅପରେଟିଭ ସୋସାଇଟି କଟକ ଡିଭିଜନ ପତ୍ର ସଂଖ୍ୟା ୬୦୩/୧୭।୬।୨୦୧୯ରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ପର୍ଯ୍ୟାୟରେ ଶୁକ୍ରବାର ସମବାୟ ସମିତି ସମୂହର ସହକାରୀ ନିବନ୍ଧକ (ଏଆରସିଏସ୍‌) ମଣିରଞ୍ଜନ ମିଶ୍ର ମଙ୍ଗଳପୁର ପ୍ରାଥମିକ କୃଷି ସମବାୟରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କେତେକ କାଗଜପତ୍ର ଜବତ କରିଥିବା ଦେଖାଯାଇଛି। ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ମଙ୍ଗଳପୁର ଆଇଆଇସି ଅସିତ୍‌ ରଞ୍ଜନ ମହାନ୍ତି ସଦଳବଳେ ଘଟଣାସ୍ଥଳରେ ତଦନ୍ତର ଶେଷଯାଏ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ଏହି ସମବାୟ ସମତିରେ ଚାଷୀଙ୍କୁ ଋଣ ଦେବା ନାଁରେ ଶୋଷଣ କରାଯିବା ସହ ଚାଷୀଙ୍କ ଅଗୋଚରରେ ଋଣ ଖାତାରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇ ସମ୍ପୃକ୍ତ ସମିତି କର୍ମଚାରୀ ଭାଗବଣ୍ଟା କରି ଖାଉଥିବା ଅଭିଯୋଗ ହୋଇଥିଲା। ଋଣ କରାଇଦେବା ଆଳରେ ଚାଷୀଙ୍କ କାଗଜପତ୍ର ନେଇ ଋଣ ସାଙ୍କ୍‌ସନ୍‌ କରାଇ ଚାଷୀଙ୍କଠାରୁ ଅନେକଗୁଡିଏ ଚେକ୍‌ରେ ଦସ୍ତଖତ ନିଆଯାଇଥାଏ। ଏହାପରେ ସମିତି ପକ୍ଷରୁ ଋଣ ଆବେଦନ କରିଥିବା ଚାଷୀଙ୍କୁ ଋଣ ଅର୍ଥ ପ୍ରଦାନ କରାଯାଉଥିଲେ ହେଁ ସେମାନଙ୍କୁ ଋଣ କରିଥିବା ଖାତା ଓ ଚେକ୍‌ବୁକ୍‌ ଦିଆଯାଏ ନାହଁି ା ଫଳରେ ଚାଷୀ କେତେ ଟଙ୍କା ଋଣ କରି କେତେ ଟଙ୍କା ପାଇଲା ତାହା ଜାଣିପାରେ ନାହିଁ। ସେମାନେ ଋଣ ବହି ମାଗିଲେ ଉକ୍ତ ସମିତିର ପିଅନ ସେମାନଙ୍କୁ ଧମକାଇ ଥାଆନ୍ତି ବୋଲି ଶୁକ୍ରବାର ତଦନ୍ତ ଅଧିକାରୀ ମିଶ୍ରଙ୍କୁ ଭେଟି ଶତାଧିକ ଚାଷୀ ଲିଖିତ ଅଭିଯୋଗ କରିଥିଲେ। ବର୍ଷବର୍ଷ ଧରି ଋଣ ନେଇଥିବା ଚାଷୀଙ୍କୁ ଏଠାରେ ଋଣ ବହି ପ୍ରଦାନ କରାଯାଉ ନ ଥିବା ଦେଖାଯାଇଛି। ବହି ପ୍ରଦାନ କରିଦେଲେ ଚାଷୀ ଋଣ ଅର୍ଥ ଜାଣିଯିବା ଭୟରେ ସମିତି କର୍ମଚାରୀମାନେ ତାଙ୍କୁ ବହି ପ୍ରଦାନ କରି ନ ଥାନ୍ତି ବୋଲି ଚାଷୀମାନେ କହିବା ପରେ ମିଶ୍ର ଅଭିଯୋଗକାରୀଙ୍କ ଋଣ ବହି ସେମାନଙ୍କୁ ପ୍ରଦାନ କରିବା ଲାଗି ସମ୍ପୃକ୍ତ ସମିତି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପେଟି ପେଟି ଗଚ୍ଛିତ ରହିଥିବା ଋଣ ବହି ସମିତିରୁ ବାହାର କରାଯାଇ ଚାଷୀଙ୍କୁ ସେମାନଙ୍କ ଋଣ ବହି ଦିଆଯାଇଥିଲା। ବହି ପାଇବା ପରେ ଋଣ ନେଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇଥିଲେ। ତାଙ୍କ ନାମରେ ହୋଇଥିବା ଋଣଠାରୁ ସେମାନେ ବହୁ କମ୍‌ ଅର୍ଥ ପାଇଥିବା ଏଆର୍‌ସିଏସ୍‌ଙ୍କୁ ଜଣାଇଛନ୍ତି। ଏହାଛଡା ମଙ୍ଗଳପୁର ସରପଞ୍ଚ ଶିଶିର ଧଳ ଓ ପରିଚାଳନା ପରିଷଦ ସଭ୍ୟ ପ୍ରଫୁଲ୍ଲ ଦାସ, ଦିଲ୍ଲୀପ କୁମାର ସାମଲ, ଭରତ ମଲ୍ଲିକ୍‌, ନଟବର ମୁଦୁଲି, ମାନସ ରଞ୍ଜନ ଦାସ, ଶଙ୍କର୍ଷଣ ଦାସ, ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏଠାରେ କୌଣସି ଚାଷୀଙ୍କୁ ଲୋନ୍‌ କରାଇ ଦିଆଗଲେ ସମିତି କର୍ତ୍ତୃପକ୍ଷ ମୋଟାଅଙ୍କର ଉକେତ୍ାଚ ନେଇଥାନ୍ତି। ଏହାଛଡା ମାଟ୍ରିକ୍‌ ପାସ୍‌ କରି ନ ଥିବା ସମ୍ପୃକ୍ତ ପିଅନଙ୍କୁ କିଭଳି ସମିତିର ସହସମ୍ପାଦକ ପୋଷ୍ଟରେ ରଖାଯାଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ସମିତିରେ କେତେଜଣ ଚାଷୀ ଋଣ ଅର୍ଥ ପରିଶୋଧ କରି ସାରିଥିଲେ ମଧ୍ୟ ସମିତି ପକ୍ଷରୁ ଚଞ୍ଚକତା କରାଯାଇ ସେମାନେ ଋଣ ଅର୍ଥ ପରିଶୋଧ କରି ନ ଥିବା କୁହାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ା ଘଟଣା ସମ୍ପର୍କରେ ତଦନ୍ତରେ ଆସିଥିବା ଏଆର୍‌ସିଏସ୍‌ ମିଶ୍ରଙ୍କୁ ପଚାରିବାରେ, ଚାଷୀଙ୍କ ଅଭିଯୋଗରେ ମାତ୍ରାଧିକ ସତ୍ୟତା ରହିଥିବା କହିଥିବାବେଳେ ସମିତିରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି। ତଦନ୍ତ ସମ୍ପୂର୍ଣ୍ଣ ହେବାପରେ କାର୍ଯ୍ୟାନୁଷ୍ଠାନ ହେବବୋଲି ସେ କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri