ମଉଲିକ ସୁବିଧାରୁ ବଁଚିତ୍‌ ରାଧାପଡ଼ାବାସୀ

ଅତାବିରା, ୧୮।୧୦(ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗାଁ ଗଁଲିନୁ ସହରତକ୍‌ ବାସ କରୁଥିବାର ଗରିବ୍‌ଦୁଖିକର ଲାଗି ଅବାସ ଯୋଜନାରେ ଘର, ଭୂମିହୀନମାନକୁ ବସୁନ୍ଧରା ଯୋଜନାରେ ଘରଡିହ, ବୁଢ଼ାବୁଢ଼ିକୁ ଭତା, ସମକର ଲାଗି ନିରମଲ ପିଇଲା ପାଏନ୍‌ର ବେବସ୍‌ତା କରୁଛନ୍‌। ହେଲେ ଦୁଖର କଥା ଆଏଜ୍‌ ବି ଆମର ରାଏଜେ ଏନ୍‌ତା କେତେ ଗାଁଗଁଡ଼ା, ପଡ଼ା ଅଛେ ଯେନ୍‌ଠାନେ ଲୋକ୍‌ ବଛର ବଛର ହେଲା ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ଆର ଭେଡ଼େନ ବ୍ଲକର ସୀମାନାରେ ଥିବାର ରାଧାପଡ଼ାରେ।
ସୂଚନା ଅନ୍‌ସାରେ ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍‌ ଅଧୀନରେ ରହିଛେ ରାଧାପଡ଼ା। ପଡ଼ାରେ ପାଖାପାଖି ୨୦ ପରିବାରର ୮୦ ଝନ୍‌ ରହୁଥିଲାବେଲେ ବଡ଼ଭାଗି ଲୋକ୍‌ ଆଦିବାସୀ ସମାଜର। ଇ ପରିବାରମାନେ ନିହାତି ଗରିବ୍‌ ହେଇଥିଲାବେଲେ ଆଏଜ୍‌କେ ପାଖାପାଖି ୫୦ ବଛର ହେଲା ସରକାରୀ ଜମିରେ କୁରିଆଟେ ଲେଖେଁ କରି କୁଟୁମ୍‌ବସିଆ ରହି ଆସୁଛନ୍‌। ପଡ଼ାର ହାତ୍‌ଗନ୍‌ତି ଘରକେତେକେ ଛାଡ଼ିଦେଲେ ବାକି କୁଲିମଜୁରି କରି ନିଜର କୁଟୁମ୍‌ ପୁଷୁଛନ୍‌। ସେନ୍‌ତା ପଡ଼ାକେ ରାସ୍‌ତାଘାଟ ଥିଲେ ବି ପଡ଼ାବାସୀ ଶିକ୍ଷା, ସୁଆସ୍‌ତିଅ, ବିଦ୍ୟୁତ୍‌, ନିରମଲ ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ପଡ଼ାରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁଥିବାର ଲାଗି ପଡ଼ାର ଛୁଆମାନେ, ଗରଭବତୀ ମହିଲାମାନେ ପୁଷ୍ଟିକର ଖାଏଦ୍‌ ଆର ଉନିଆ ସବୁ ସୁବିଧାରୁ ବଁଚିତ୍‌ ହେଉଛନ୍‌। ସେନ୍‌ତା ପଡ଼ାରେ ପିଇଲା ପାଏନ୍‌ର ସୁବିଧା ନାଇଁଥିଲାବେଲେ ପଡ଼ାବାସୀ ଖରାଦିନେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାର ବଡ଼ଭାଗି ପରିବାର ଭୂମିହୀନ ହେଇଥିଲେ ବି ସରକାରୀ ଯୋଜନାରେ ଘରଡ଼ିହ, ଆବାସ ଯୋଜନାରେ ଘର ପାଏବାରୁ ବଁଚିତ୍‌ ହେଇ ରହିଥିବାର ପଡ଼ାର ଶିଶୁ ଜାନୀ, କୃପା ଜାନୀ, ପର୍ଶୁ ଜାନୀ, ଟଙ୍କ ଜାନୀ, ମଙ୍ଗଲୁ ଖରସେଲ, ରିପୁ ମାଝି, ସୁଶିଲା ଜାନୀ, ବିଦେଶୀ ଗହୀର ପରମୁଖ ଅଭିଯୋଗ କରିଛନ୍‌। ସରକାରକଁର ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଏବାରୁ ପଡ଼ାର ବଡ଼ଭାଗୀ ଲୋକ୍‌ ବଁଚିତ୍‌ ହେଇଥିଲାବେଲେ ସ୍ବଚ୍ଛ ଭାରତ ମିଶନ ବାଟବନା ହେଇଛେ। ସେନ୍‌ତା ପଡ଼ାର ଅନେକ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ଥିବାର ଜନାଯାଇଛେ। ପଡ଼ାବାସୀକର ସମସିଆ ବାବ୍‌ଦେ ପଡ଼ାର ଝନେ ବୁରୁଧ ମଙ୍ଗଲୁ ଖରର୍ସେଲକୁଁ ପଚରାଲାରୁ ଆମେ ଇଠାନେ ୫୦ ବଛର ହେଲା ରହିଆସୁଛୁଁ। ହେଲେ ସରକାରୀ ଯୋଜନାରେ ଘରଡିହ, ପକାଘର, ପିଇଲାପାଏନ୍‌, ବିଦ୍ୟୁତ୍‌ ଲେଖେଁ ସେବାରୁ ବଁଚିତ୍‌ ହେଇ ରହିଛୁଁ। ମୋତେ ଆଏଜ୍‌କେ ୭୦ ବଛର ହେଲାନ, ହେଲେ ଭତା ନୁହେ ମିଲେ ବଲି ସେ କହିଥିଲେ। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri