ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ ସୋସିଆଲ ମିଡିଆ ଓ ସରକାରୀ ଭାବେ ଯେଭଳି ଏହାକୁ ନେଇ ଉଠାପକା ଚାଲିଛି, ଜନସାଧାରଣ ଭୀତତ୍ରସ୍ତ ହୋଇପଡ଼ିଲେଣି। ଦେଶବ୍ୟାପୀ ଲକ୍‌ଡାଉନ ବା ଅଚଳାବସ୍ଥା ସୃଷ୍ଟି ହୋଇଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ କରିବାରେ ଲାଗିଲେଣି। ଫଳରେ ବ୍ୟବସାୟୀମାନେ ଅସମୟରେ ଲାଭ ଉଠାଇବାକୁ ଯାଇ କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଲାଣି ବାସ୍ତବରେ ଯେଉଁ ହାରରେ କୋଭିଡ୍‌-୧୯ର ଭୟାବହତା ନେଇ ପ୍ରଚାର କରାଯାଉଛି, ତାହା ଭାରତକୁ କ୍ଷତି ପହଞ୍ଚାଇବ କି। ଅବଶ୍ୟ ବିପଦ ଆସିବା ପୂର୍ବରୁ ପ୍ରସ୍ତୁତ ହୋଇଯିବା ବୁଦ୍ଧିମାନ୍‌ର କାର୍ଯ୍ୟ। ତଥାପି ଛାତିରେ ଅତ୍ୟଧିକ ଛନକା ପଶାଇ ଦିଆଯାଉଥିବାରୁ ଏହାଦ୍ୱାରା ଲାଭ କାହାର ହେଉଛି ବୋଲି ଆଲୋଚନା ଆରମ୍ଭ ହେଲାଣି।
କରୋନା ଭାଇରସ୍‌କୁ ପ୍ରତିହତ କରିବା ଲାଗି ବ୍ୟକ୍ତିଗତ ସ୍ତରରେ ସ୍ବଚ୍ଛତା ଓ ସଂଯମ ରକ୍ଷା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମାବଳୀ ପ୍ରସ୍ତୁତ କରିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଭୂତାଣୁ ଇଟାଲୀରେ ସର୍ବାଧିକ ଜୀବନ ନେଇସାରିଲାଣି। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ ଲାଗି ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହେବା ପରେ ସରକାରୀ, ବେସରକାରୀ ଏବଂ ବ୍ୟକ୍ତିଗତ ସ୍ତରରେ ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କେତେକ ଭାରତୀୟ ତୁଚ୍ଛ ଚିନ୍ତାଧାରାରେ ବୁଡ଼ି ରହୁଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଦୁଇଦିନ ତଳେ ନୂଆଦିଲ୍ଲୀର ବିଜୟ ନଗର ଅଞ୍ଚଳରେ ଜଣେ ମଣିପୁରୀ ଯୁବତୀ ରାସ୍ତାରେ ଯାଉଥିଲେ। ସେହି ସମୟରେ ଏକ ମୋଟର ସାଇକେଲରେ ଯାଉଥିବା ଜଣେ ବ୍ୟକ୍ତି ସମ୍ପୃକ୍ତା ଯୁବତୀଙ୍କୁ କରୋନା କହି ତାଙ୍କ ଟି-ଶାର୍ଟ ଉପରକୁ ପାନଛେପ ପକାଇଥିଲେ। ସିସିଟିଭି ଫୁଟେଜ୍‌ରେ ଉକ୍ତ ବ୍ୟକ୍ତିଙ୍କ ଗାଡ଼ି ନମ୍ବର ଜଣାପଡ଼ି ଯାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି, କରୋନା କ’ଣ ଏତେ ବିପଦପୂର୍ଣ୍ଣ ହୋଇଯାଇଛି ଯେ ଜଣେ ଯୁବତୀଙ୍କ ପ୍ରତି ସେଭଳି ଟିପ୍ପଣୀ ଦେବାକୁ ଯାଇ ସମ୍ପୃକ୍ତ ବ୍ୟକ୍ତି ପାନଛେପ ପକାଇବାକୁ ଠିକ୍‌ ମଣିଛନ୍ତି। କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଉତ୍ତର-ପୂର୍ବାଞ୍ଚଳ ବାସିନ୍ଦାଙ୍କ ଚେହେରା ଚାଇନାବାସୀଙ୍କ ସହ ସାମଞ୍ଜସ୍ୟ ରଖିଥାଏ। ତାହାକୁ ଆଧାରକରି ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ।
ଏବେ ଦେଶରେ ଘୋର ବିପଦ ସୃଷ୍ଟି ହୋଇନାହିଁ, ସୃଷ୍ଟି କରାଯାଉଛି। ଦିନମଜୁରିଆଙ୍କ କଥା ଭାବିବା ପାଇଁ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ପ୍ରସ୍ତୁତ ନୁହେଁ। ଆଜିର ପରିସ୍ଥିତିରେ ଏବେ କ୍ଷମତାସୀନ ବ୍ୟକ୍ତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ସାଧାରଣ ନାଗରିକର ଅସ୍ବାଭାବିକ ଚିନ୍ତାଧାରା ଯୋଗୁ ଏହି ନେତାମାନେ ଯେଉଁ କଡ଼ାକଡ଼ି ଆଇନ ଇଚ୍ଛା କରୁଛନ୍ତି, ତାହାକୁ ପ୍ରଣୟନ କରିଦେଇପାରୁଛନ୍ତି। କରୋନା ଯୁଗରେ ପ୍ରଶ୍ନ କରିବାର ଅର୍ଥ ହେଲା ମାଡ଼ ଖାଇବା। କେହି ବୁଝିବାକୁ ପ୍ରସ୍ତୁତ ନୁହେଁ, ପ୍ରତ୍ୟେକ ବର୍ଷ ପୃଥିବୀବ୍ୟାପୀ ୯୦ ଲକ୍ଷ ଲୋକ ଅନାହାରରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତାହା ତୁଳନାରେ କରୋନା ଭାଇରସ୍‌ର କୋପ ତିଳେମାତ୍ର ଭୟ କରିବାର ଯୋଗ୍ୟତା ହାସଲ କରିନାହିଁ। ତଥାପି ଆମେ ସମସ୍ତେ ଭୟରେ ବଞ୍ଚିବାକୁ ଚାହୁଁଛୁ। ଆମ ଭୟକୁ ଶାସକମାନେ ଅତି ଉତ୍ତମ ଢଙ୍ଗରେ ବ୍ୟବହାର କରି ନିଜର କ୍ଷମତା ଦୃଢ଼ୀଭୂତ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?