ଭୋଗ ଦଖଲରେ ଜବରଦଖଲକାରୀ: ଖଜଣା ଭରୁଛନ୍ତି ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର, ୨୩ା୨(ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ ନେଇ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ମାପଚୁପ ଚାଲିଛି। ହେଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ। ଏଠାରେ ପୂର୍ବରୁ ବହୁ ଅଫିସର ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲା ପ୍ରଶାସନର ବିଭିନ୍ନ ପଦ ପଦବୀରେ ରହିଛନ୍ତି। ସେମାନଙ୍କ ଅଭିଜ୍ଞତା କାରଣରୁ ମିଳିତ ଉଚ୍ଛେଦ ଟିମ୍‌ରେ ଦାୟିତ୍ୱ ଦିଆଯାଇଛି। ହେଲେ ସେମାନଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମିକୁ ସେମାନେ ଚଞ୍ଚକତା କରି ପ୍ରଭାବଶାଳୀ ଗୋଷ୍ଠୀ ନିଜ ନାମରେ ରେକର୍ଡ କରାଇଥିଲେ। ପୁଣି ସେହି ଅଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ନେବେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀଲିଙ୍ଗରାଜଙ୍କ ଭୂସମ୍ପତ୍ତି ଆବହମାନକାଳରୁ ସର୍ବସାଧାରଣ ରାସ୍ତା, ଦେବସ୍ଥଳୀ, ମନ୍ଦିର ବେଢା ଓ ସର୍ବସାଧାରଣ ଉଦ୍ଦେଶ୍ୟରେ ରହିଥିବା ଦର୍ଶାଯାଇଛି। ଏଗୁଡିକ ବହୁ ରାଜନୈତିକ, ପ୍ରଭାବଶାଳୀ ବ୍ୟକ୍ତି ନିଜ ରଖିବା ସହ ସମ୍ପର୍କୀୟଙ୍କ ନାମରେ କରାଇ ନେଇଛନ୍ତି। କେତେକ କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ଜମିଗୁଡିକୁ ଜବରଦଖଲ କରିବା ପରେ ସାଧାରଣ ପ୍ରଶାସନ ସେମାନଙ୍କ ନାମରେ ବେଆଇନ ଦଖଲ ଓ ଜବରଦଖଲ ଲେଖାଯାଇଛି। ଏହାଦ୍ୱାରା ଜବରଦଖଲକାରୀ ଆଇନ ଅଦାଲତ ପେଞ୍ଚ ଦେଖାଇ ଭୋଗ ଦଖଲ କରୁଛନ୍ତି। ଫଳରେ ଶ୍ରୀଲିଙ୍ଗରାଜ ଏହାର ଖଜଣା ଭରୁଛନ୍ତି।
ଶ୍ରୀଲିଙ୍ଗରାଙ୍କ ବହୁ ମୂଲ୍ୟ ଜମି ଓ ରୀତି ନୀତି ସହ ଜଡିତ ଦେବସ୍ଥଳୀଗୁଡିକୁ ଜବରଦଖଲ କରାଯାଇଛି। ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଲାଖବିନ୍ଧା ପଡିଆ ଓ ଶ୍ରୀପଞ୍ଚମୀ ପଡିଆ ଅନ୍ୟତମ। ଏଗୁଡିକର ପ୍ରଜା ଶ୍ରୀଲିଙ୍ଗରାଜ ମହାପ୍ରଭୁ ମାର୍ଫତ ଟ୍ରଷ୍ଟବୋର୍ଡ ଥାଇ ମଧ୍ୟ ତାହାକୁ ପ୍ରଭାବଶାଳୀ ବ୍ୟକ୍ତି ଭୋଗ ଦଖଲ କରୁଛନ୍ତି। ଏସବୁର ଟିକସ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନାମରେ ଗଡୁଛି। ଭୁବନେଶ୍ୱର ମୌଜା ୟୁନିଟ୍‌ ୨୭ ଅନ୍ତର୍ଗତ ଖତିଆନା ନଂ. ୨୮୮ରେ ମୋଟ ୧୬୭ ଗୋଟି ପ୍ଲଟ ୧୯ ଏକର ୮ ଡିସିମିଲ ରେକର୍ଡ ଭୁକ୍ତ ହୋଇଛି। ମାତ୍ର କେତୋଟି ମନ୍ଦିର ବିଜେ ସ୍ଥଳୀ ଛାଡି ଦେଲେ ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ସେଥିମଧ୍ୟରୁ ପ୍ଲଟ ନଂ. ୧୯୭୭, ୧୦୩ ଡିସିମିଲ ହୋଇଥିବାବେଳେ ରଥକାଠ ଅନୁକୂଳ ସମ୍ବନ୍ଧରେ ଥାଇ ମଧ୍ୟ ଜଣେ ବ୍ୟକ୍ତି ଏଠାରେ ଘର ନିର୍ମାଣ କରିଛନ୍ତି। ଉକ୍ତ ସ୍ଥାନରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଭୂସମ୍ପତ୍ତି ବୋଲି ଗୋଟିଏ ବୋର୍ଡ ମାରି ନିଜର କାର୍ଯ୍ୟ ସାରି ଦେଇଛନ୍ତି। ପୂର୍ବରୁ ୨ ଏକରରୁ ଊର୍ଦ୍ଧ୍ୱ ଶ୍ରୀପଞ୍ଚମୀ ପଡିଆ ରହିଥିବା ସ୍ଥଳେ ଏବେ ପ୍ଲଟ ନଂ. ୧୯୮୦ ମାତ୍ର ୫ ଡିସିମିଲ ଶ୍ରୀଲିଙ୍ଗରାଜଙ୍କ ଭୋଗ ଲାଗି ପୀଠ ରହିଛି। ଏହି ୨୮୮ ଖାତାରେ ଖଜଣା ବାବଦକୁ ୩୦୯୪ ଟଙ୍କା ଓ ସେସ୍‌ ବାବଦକୁ ୯୪୫ ଟଙ୍କା ୪୪ ପଇସା ଏପରି ମୋଟ ୪୦୪୦ଟଙ୍କା ୩୪ ପଇସା ଟିକସ୍‌ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଗଡୁଥିବାବେଳେ ଏହା ଜବରଦଖଲକାରୀଙ୍କ ଭୋଗ ଦଖଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?