ଭୁବନେଶ୍ୱରରେ ଖୁନ୍ଦି ହୋଇଗଲେଣି ପଶ୍ଚିମବଙ୍ଗ ଶ୍ରମିକ: ସୀମାରେ ନାହିଁ ଯାଞ୍ଚ, ଜଟିଳ କରିବ କରୋନା ସ୍ଥିତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ଭୁବନେଶ୍ୱରକୁ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଶ୍ରମିକଙ୍କ ଧାଡ଼ି ଛୁଟୁଛି। ଏବେ ସହରରେ ନିର୍ମାଣ ଓ ଅନ୍ୟ କାମଧନ୍ଦା ଆରମ୍ଭ ହୋଇଥିବାରୁ କଣ୍ଟ୍ରାକ୍ଟରମାନେ ପଶ୍ଚିମବଙ୍ଗରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ସବୁଆଡେ ପଶ୍ଚିମବଙ୍ଗ ଶ୍ରମିକ ଖୁନ୍ଦି ହୋଇଗଲେଣି। ପଶ୍ଚିମବଙ୍ଗରେ କରୋନା ହୁହୁ ହୋଇ ମାଡ଼ି ଚାଲିଥିବାରୁ ଏହି ଶ୍ରମିକଙ୍କ ମଧ୍ୟରେ କିଏ ସଂକ୍ରମିତ ତାହା ଜାଣିବା ମୁସ୍କିଲ୍‌। ଗୋଟିଏ ପକ୍ଷରେ ଏମାନଙ୍କ ପାଇଁ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହୁଥିବାବେଳେ ଅନ୍ୟପକ୍ଷରେ ସ୍ଥାନୀୟ ଶ୍ରମିକ କାମଧନ୍ଦା ନ ପାଇ ଦୁର୍ବିଷହ ଜୀବନ ବିତାଉଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ମେଦିନପୁରର ୧୬ଜଣ ଶ୍ରମିକ ବାଲେଶ୍ୱର ଦେଇ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଜଣେ ନିର୍ମାଣ କଣ୍ଟ୍ରାକ୍ଟର ସେମାନଙ୍କୁ ଆସିବାକୁ ବାଧ୍ୟ କରିଥିବା ଓ ସୀମାରେ କିଛି ବି ଯାଞ୍ଚ କରାଯାଇ ନ ଥିବା ସେମାନେ କହିଛନ୍ତି। ତେବେ ଶ୍ରମିକମାନେ ଶୁକ୍ରବାର ରାତିରେ ଶହୀଦନଗରରେ ପହଞ୍ଚତ୍ଥିବା ଜାଣିବା ପରେ ସ୍ଥାନୀୟ ଲୋକେ ବିଏମ୍‌ସିକୁ ଅଭିଯୋଗ କରିଥିଲେ। ଶହୀଦ ନଗରର ରିଙ୍କୁ ସାହୁ କହିଛନ୍ତି, ବମିଖାଲ ଓଭରବ୍ରିଜ୍‌ ପାର୍ଶ୍ୱରେ ଏକ ନୂଆ ବିଲ୍ଡିଂର ନିର୍ମାଣ କାମ ବନ୍ଦ ରହିଥିଲା। ଶୁକ୍ରବାର ରାତିରେ ହଠାତ୍‌ ସେଠାରେ କୋଳାହଳ ଶୁଭିଲା। କେତେଜଣ ଶ୍ରମିକ ରାସ୍ତା ଉପରେ ବୁଲାବୁଲି କରୁଥିବା ଦେଖି ପଚାରିବାରୁ ସେମାନେ ପଶ୍ଚିମବଙ୍ଗରୁ ଆସି ପହଞ୍ଚତ୍ଥିବା କହିଥିଲେ। ଖବର ପାଇବା ପରେ ବିଏମ୍‌ସି ଜୋନାଲ କାର୍ଯ୍ୟାଳୟର ଜଣେ କର୍ମଚାରୀ ଶନିବାର ସକାଳେ ସେଠାକୁ ଆସି ଘଟଣା ବିଷୟରେ ପଚାରି ବୁଝିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଶଟ୍‌ ଡାଉନ୍‌ ପାଇଁ କେହି ବି ସେମାନଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ବର୍ତ୍ତମାନ ସମସ୍ତ ଜୋନ୍‌ରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ଉପରେ ବିଏମ୍‌ସି ନଜର ରଖିଥିବା ଅଧିକାରୀ ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଣିକି ବିଏମ୍‌ସି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ କେବଳ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେତେକ କଣ୍ଟ୍ରାକ୍ଟର ଉକ୍ତ ନିୟମକୁ ବେଖାତିର କରି ପଶ୍ଚିମବଙ୍ଗ, ଛତିଶଗଡ଼ ସମେତ ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ଆଣୁଛନ୍ତି। ଏନେଇ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଏହି ଘଟଣାକୁ ନେଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଶନିବାର ଆଲୋଚନା ହୋଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଉକ୍ତ କଣ୍ଟ୍ରାକ୍ଟରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?