ଭୀମ ଭୋଇ ଓ ଶ୍ରୀଜଗନ୍ନାଥ

ଡ. ଉଦ୍ଧବ ଚରଣ ନାୟକ
ସନ୍ଥ ସାଧକ ଭୀମ ଭୋଇ ଥିଲେ ସ୍ବାଭିମାନୀ। ‘ସତ୍ୟ’ ଥିଲା ତାଙ୍କର ଉଦ୍‌ବୋଧନ ଓ ‘ଅହିଂସା’ ଥିଲା ତାଙ୍କର ଅସ୍ତ୍ର। ଜଣେ ସଦାଚାରୀ ସନ୍ଥ ଭାବରେ ସେ ଥିଲେ ସୁପରିଚିତ। ସତ୍ୟ ସମ୍ପର୍କରେ ସେ କହିଥିଲେ-”ସତ୍ୟରେ ତରିବି, ସତ୍ୟରେ ମରିବି, ଏହି ଆଜ୍ଞା ମତେ ହେଉ, କହେ ଭୀମ ଭୋଇ ଏ ମର୍ତ୍ତ୍ୟମଣ୍ଡଳେ ଯଶ ଅପଯଶ ଥାଉ।“ ସତ୍ୟ ସମ୍ପର୍କରେ ସେ ବାରମ୍ବାର କହୁଥିଲେ, ”ସତ୍ୟ ଧର୍ମ ଧର, ସତ୍ୟ କର୍ମ କର, ସତ୍ୟେ କର ଗୁରୁସେବା, ପ୍ରସନ୍ନ ହୋଇବେ ଅଲେଖ ଦେବତା ନିଶ୍ଚୟ ମୁକତି ଦେବା।“ ସେହିପରି ଅହିଂସା ସମ୍ପର୍କରେ ସେ କହି ଯାଇଛନ୍ତି- ”ଅହିଂସା ଧର୍ମକୁ ଆଶ୍ରା ଯେବେ କର ଅହିଂସାରେ କର ଦୃଢ଼। ଗୁରୁସେବା କରି ହିଂସାବନ୍ଦୀ ହେଲେ ଶୂନ୍ୟରୁ ପଡ଼ିବ ମାଡ଼।“
ଜଣେ ସତ୍ୟନିଷ୍ଠ, ଅହିଂସାବାଦୀ ସନ୍ଥଙ୍କୁ କେତେଜଣ ବ୍ୟକ୍ତି ଜଗନ୍ନାଥ ଧର୍ମ ବିରୋଧୀ ତଥା ତାଙ୍କର ଅନୁଗାମୀମାନେ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ଦାରୁଦେବତାମାନଙ୍କୁ ପୋଡ଼ି ଭସ୍ମ କରିଦେବା ପାଇଁ ଚେଷ୍ଟା କରିଥିଲେ ବୋଲି କହନ୍ତି। ଏପରିକି ଓଡ଼ିଶାର ତତ୍କାଳୀନ ପ୍ରମୁଖ ଖବରକାଗଜ ‘ଉତ୍କଳଦୀପିକା’ରେ ଏହି ମର୍ମରେ ତା୧୩ା୩ା୧୮୮୧ରିଖ ଓ ତା୨୬ା୩ା୧୮୮୧ ଏବଂ ବଙ୍ଗଳାର ‘ସୁଲଭ ସମାଚାର’୧୨୮୮ ସାଲ (୧୮୮୧ ମସିହା) କାର୍ତ୍ତିକ ୨୧ ଦିନ ସଂଖ୍ୟାରେ ଖବରମାନ ପ୍ରକାଶ ପାଇଥିଲା। ଖବରକାଗଜଗୁଡ଼ିକରେ ଉଲ୍ଲେଖ ଥିଲା ୧୮୮୧ ମସିହା ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଷୋଳ ଜଣ ସ୍ତ୍ରୀପୁରୁଷ ଉଲଗ୍ନ ଅବସ୍ଥାରେ ଭାତହାଣ୍ଡି ହାତରେ ଧରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିବା ନିମନ୍ତେ ଉଦ୍ୟତ ହେଉଥିଲେ। ମନ୍ଦିର ଆରକ୍ଷୀ ଓ ଏହି ଦଳର ବ୍ୟକ୍ତିମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଦଳର ସର୍ଦ୍ଦାର ଦଶାରାମ ଚଟାଣରେ ପଡିଯାଇ ଆଘାତପ୍ରାପ୍ତ ହୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ। ହେଲେ ଏହି ଘଟଣାରେ କୌଣସି ମହିମା ଧର୍ମାବଲମ୍ବୀ ବା ଭୀମ ଭୋଇଙ୍କ ଶିଷ୍ୟମାନେ ସମ୍ପୃକ୍ତ ନ ଥିବା ଜଣାଯାଏ। ତତ୍କାଳୀନ ସରକାରୀ ରେକର୍ଡପତ୍ର ଯଥା ପୁରୀ କଲେକ୍ଟର, ଏସ୍‌ପି ଓ ସିଭିଲ ସର୍ଜନଙ୍କ ରିପୋର୍ଟରେ ଏହାର କୌଣସି ପ୍ରମାଣ ମଧ୍ୟ ମିଳେନାହିଁ। ତତ୍କାଳୀନ ବ୍ରିଟିଶ ଅଧିକାରୀ ମି. ସି.ଇ. ବକ୍‌ଲ୍ୟାଣ୍ଡ ତାଙ୍କ ରଚିତ ‘ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ଅଧୀନରେ ବଙ୍ଗଳା (୧୯୦୧) ପୁସ୍ତକରେ ଏହି ଘଟଣା ଉଲ୍ଲେଖ କରିଛନ୍ତି। ସେଥିରେ ସେ ଭୀମ ଭୋଇଙ୍କ ନାମ କି ତାଙ୍କ ଶିଷ୍ୟମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପରିବେଷଣ କରିନାହାନ୍ତି। ହେଲେ ଏହି ଘଟଣାରେ ଭୀମ ଭୋଇଙ୍କ ଶିଷ୍ୟମାନଙ୍କ ନାମ କାହିଁକି ଉଲ୍ଲେଖ କରାଗଲା? ଏହା ଆଲୋଚନାର ବିଷୟ।
ମହିମା ଧର୍ମର ମୁଖ୍ୟ ପ୍ରଚାରକ ଭୀମ ଭୋଇ ମୂର୍ତ୍ତିପୂଜା ଓ ବ୍ରାହ୍ମଣ୍ୟ ଧର୍ମର ଥିଲେ ଘୋର ବିରୋଧୀ। ଏହାର ଅର୍ଥ ନୁହେଁ ଯେ, ସେ ହିନ୍ଦୁଧର୍ମର ପୂଜିତ ମୂର୍ତ୍ତିସବୁକୁ ଧ୍ୱଂସ କରିଦେବେ। ଭୀମ ଭୋଇଙ୍କ ସାହିତ୍ୟ ଅନୁଧ୍ୟାନ କଲେ ଜଣାଯାଏ, ସେଥିରେ ବିଷ୍ଣୁ ଓ ଜଗନ୍ନାଥଙ୍କର ବିଭିନ୍ନ ଅବତାର ସମ୍ପର୍କରେ ଅତ୍ୟନ୍ତ ଉଚ୍ଚକୋଟୀର ବର୍ଣ୍ଣନା ରହିଛି। ସ୍ବରଚିତ ଗ୍ରନ୍ଥରେ ଭୀମ ଭୋଇ ‘ଜଗନ୍ନାଥ’ ନାମର ବିଶେଷତ୍ୱ ସମ୍ପର୍କରେ ଖୁବ୍‌ ତାତ୍ତ୍ୱିକ ବୟାନ ରଖିଛନ୍ତି। ଶ୍ରୀଜଗନ୍ନାଥ ଓ ବିଷ୍ଣୁଙ୍କ ଅବତାର ସମ୍ପର୍କରେ ଭୀମ ଭୋଇ ‘ସ୍ତୁତି ଚିନ୍ତାମଣି’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି- ପ୍ରଭୁ ନୀଳାଚଳରେ ବିଜେ କରିଥିବା ହେତୁ ତାଙ୍କର ନାମ ନୀଳଗିରି ଜଗନ୍ନାଥ। ସେ ମୌନ ଭାବେ ଦାରୁପ୍ରତିମା ମୂର୍ତ୍ତି ଭାବରେ ଅବସ୍ଥାନ କରିଛନ୍ତି। ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ମନେକରି ସେ କହିଛନ୍ତି- ଶିରରେ ମୟୂର ଚୂଳ ଦେଇ ଢଳି ଢଳି ନାଚନ୍ତି, ଆଦ୍ୟ ବୃନ୍ଦାବନରେ ବିହାର କରିଥିବାରୁ ତାଙ୍କର ନାମ ବନମାଳୀ। ଗିରିବରକୁ ଛତ୍ରାକାରରେ ଧାରଣ କରିଥିବାରୁ ତାଙ୍କ ନାମ ‘ଗିରିଧାରୀ’। ତାଙ୍କ ଯଶ ବଖାଣିବାରେ କାହାର ସାମର୍ଥ୍ୟ ନାହିଁ। ତାଙ୍କର ନାମ କୋଟିଏ ଇତ୍ୟାଦି। ସେହିପରି ବିଷ୍ଣୁଙ୍କର ଦଶ ଅବତାରର ବର୍ଣ୍ଣନା ତାଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ ଗ୍ରନ୍ଥରେ ସୁନ୍ଦର ଭାବରେ ବର୍ଣ୍ଣିତ।
ଭୀମ ଭୋଇ ଗୁରୁ ମହିମା ଗୋସେଇଁଙ୍କ ମହାପ୍ରୟାଣ ପରେ ତାଙ୍କୁ ଶ୍ରୀପୁରୁଷୋତ୍ତମର ନାରାୟଣଙ୍କ ସହ ସମାନ ଭାବି ମୁକ୍ତ କଣ୍ଠରେ ଗାଇଛନ୍ତି- ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ ପ୍ରଭୁ କାହିଁ ରହିଲେ ତେଜିଲେ ତିନିଦାରୁଙ୍କୁ। ମହିମା ଗୋସେଇଁ ଗୁରୁ ସେହି ଅବା ମହାପ୍ରଭୁ ତହିଁ କରିଥିଲୁ ଆଶ ଶୂନ୍ୟ ହେଲେ ଦେଖୁ ଦେଖୁ॥
ଏହା ବ୍ୟତୀତ ଭୀମ ଭୋଇ ଅଲେଖ ଶୂନ୍ୟ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଯେଉଁ ସ୍ତୁତି ଗାନ କରିଛନ୍ତି ତାହା ମଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ପ୍ରଯୁଜ୍ୟ- ପାଦପାଣି ନାହିଁ ତାଙ୍କୁ ଧରିବ କିଏ? ଏମନ୍ତ ବ୍ରହ୍ମ ସ୍ବରୂପ ଦେଖା ନ ଯାଏ। ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା ନର ଦେହଧରି ତାଙ୍କୁ କଳିବା ନୋହେ। ତାଙ୍କ ପରି ଶାନ୍ତ ପଣେ ତ୍ରିଭୁବନେ ନାହିଁ ଜଣେ ନିନ୍ଦା ସ୍ତୁତି ହାନି ଲାଭ ସକଳ ସହେ।
ଏହିସବୁ ତଥ୍ୟରୁ ଆମେ ଜାଣିପାରୁଛେ ଯେ, ଭୀମ ଭୋଇ ଶ୍ରୀଜଗନ୍ନାଥଙ୍କୁ ବେଶ୍‌ ଭଲ ଭାବରେ ମାନୁଥିଲେ। ଓଡ଼ିଶାର ଚିରପୂଜ୍ୟ ଜଗନ୍ନାଥଙ୍କୁ ଅଶେଷ ଭକ୍ତି ମଧ୍ୟ କରୁଥିଲେ। ସେସବୁ କଥା ଏଠାରେ ଏକ କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରିବା ସମ୍ଭବ ନୁହେଁ। ଆଜି ଭୀମ ଭୋଇଙ୍କ ପବିତ୍ର ଜନ୍ମତିଥିରେ ତାଙ୍କ ପ୍ରତି ଶ୍ରଦ୍ଧା ଜଣାଇବା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କର ପ୍ରଧାନ କର୍ତ୍ତବ୍ୟ।
(୧୮ା୫ ଭୀମ ଭୋଇ ଜୟନ୍ତୀ ଉପଲକ୍ଷେ)
ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର, ମୋ- ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri