ଏଇ ଭାରତରେ

ଜଳର ଅନ୍ୟ ନାମ ଜୀବନ। କାରଣ ଜଳ ବିନା ଜୀବନ ବଞ୍ଚତ୍ବା ଅସମ୍ଭବ। ଆମ ଦେଶର କେଉଁ ଅଞ୍ଚଳରେ ପ୍ରଚୁର ପରିମାଣରେ ଜଳ ମିଳୁଥିବା ବେଳେ କୌଣସି ଅଞ୍ଚଳରେ ଏହା ଅତି ଦୁର୍ଲଭ ପଦାର୍ଥ ରୂପେ ବିକ୍ରି ହୋଇଥାଏ। ଜଳ ବିନା ମଣିଷର ଅବସ୍ଥା ଦୟନୀୟ ହୋଇଯାଇଥାଏ। କାରଣ ପିଇବାଠୁ ଆରମ୍ଭ କରି ଲୁଗାପଟା ସଫା, ଗାଧୋଇବା, ବାସନ ଧୁଆ ଏବଂ ପାଇଖାନା ଯିବା ପର୍ଯ୍ୟନ୍ତ ଜଳର ଆବଶ୍ୟକତା ରହିଛି। ତେଣୁ ସଙ୍କଟ ସମୟରେ ଜଳର ସୁଷମ ବଣ୍ଟନ କରାଯିବା ସହିତ ନଷ୍ଟ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ମାଠିଆଏରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ମାଠିଆ ପିଛି ୫୦ଟଙ୍କା। ଏପରି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ର ବସ୍ତର ଜିଲାରେ। ଏଠାକାର ଦରଭା ବ୍ଲକ୍‌ର ଲେଣ୍ଡ୍ରି ଗାଁରେ ଜଳସଙ୍କଟ ଲାଗି ରହିଛି। ଲୋକେ ପିଇବା ପାଣିର ସୁବଣ୍ଟନ ପାଇଁ ଏକ ନିୟମ ଜାରି କରିଛନ୍ତି। ପ୍ରତି ପରିବାରକୁ ମାଠିଆଏ ପାଣି ଦିଆଯିବ। ଏହାଠାରୁ ଅଧିକ ପାଣିନେଲେ ମାଠିଆ ପିଛା ୫୦ ଟଙ୍କା ଦେବାକୁ ପଡ଼ିବ। ଲୋକେ ପାଣି ପାଇଁ ଅତିରିକ୍ତ ଦେୟ ଦେଉଥିଲେ ବି ପକେଟକୁ ଅତ୍ୟନ୍ତ ବାଧୁଛି। ଅପରପକ୍ଷରେ ଅଯଥା ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଲାଗି ଏହା ଦଣ୍ଡାଦେଶ ସଦୃଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri