ଭିସୁଟ୍‌ ଅଧ୍ୟାପକ ଆନ୍ଦୋଳନର ଅନ୍ତ

ସମ୍ବଲପୁର,୧୪।୮(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଅଧ୍ୟାପକଙ୍କ ଆନ୍ଦୋଳନର ମଙ୍ଗଳବାର ଅନ୍ତ ଘଟିଛି। କୁଳସଚିବ ମଙ୍ଗଳବାର ଚିଠି ନଂ-୫୪୨, ତା ୧୩।୮।୧୯ ଅନୁଯାୟୀ ଆନ୍ଦୋଳନରତ ଅଧ୍ୟାପକ ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ଭିସୁଟ୍‌ ପରିସରରେ ଆନ୍ଦୋଳନ କଲେ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ନୋଟିସ୍‌ କରାଯାଇଛି। ପ୍ରତିଦିନ ଭଳି ଅଧ୍ୟାପକମାନେ ମଙ୍ଗଳବାର କୁଳପତିଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରି ନ ଥିଲେ। କ୍ୟାମ୍ପସ୍‌ ନିକଟରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ସେମାନେ ବୈଠକ କରିଥିଲେ। ସେମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଏଥିରେ ନିନ୍ଦା କରାଯାଇ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ନିଲମ୍ବିତ ଅଧ୍ୟାପକମାନଙ୍କୁ ଭିସୁଟ ପରିସରକୁ ଯିବାକୁ ବାରଣ କରାଯାଇଥିଲା। ସେମାନେ ମୁଖ୍ୟ ଗେଟ୍‌ରେ ଥିବା ସିକ୍ୟୁରିଟି ରୁମ୍‌ରେ ଉପସ୍ଥାନ ଖାତାରେ ଦସ୍ତଖତ କରିଥିଲେ। ସେପଟେ କୁଳପତି ପ୍ରଫେସର ଅଟଳ ଚୌଧୁରୀ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଆନ୍ଦୋଳନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ କୁଳାଧିପତିଙ୍କ ସହ ନିର୍ଦ୍ଦିଷ୍ଟ କେଉଁ ବିଷୟ ଉପରେ ଆଲୋଚନା ହେଲା ସେ ନେଇ କୁଳପତି ଚୌଧୁରୀ ଗଣମାଧ୍ୟମକୁ କିଛି ସୂଚନା ଦେବାକୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ, ଆନ୍ଦୋଳନ କରୁଥିବା ଅଧ୍ୟାପକଙ୍କ ବିରୋଧରେ ଗତ ୧୦ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଚିଠିରେ ଏ ନେଇ ଅବଗତ କରାଯାଇଥିଲା। ଅଧ୍ୟାପକ ସଂଘ ସଭାପତି ପୁଷ୍ପରାଜ ଦାସଙ୍କୁ ବହିଷ୍କାର, ସମ୍ପାଦକ ପ୍ରଦୀପ ଦାସ ଏବଂ ଉପସଭାପତି ପାଣ୍ଡବ ପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟ ୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ସଭାପତି ଦାସଙ୍କ ବହିଷ୍କାର ଆଦେଶକୁ କୋହଳ କରାଯାଇ ନିଲମ୍ବନରେ ପରିଣତ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳିତ ଆଚରଣ, ଅଧ୍ୟାପକଙ୍କୁ ପ୍ରଭାବିତ କରି ଆନ୍ଦୋଳନ କରିବା, କୁଳପତିଙ୍କ ବିରୋଧରେ ନାରାବାଜି, ଗଣମାଧ୍ୟମ ଆଗରେ ବିଶ୍ୱବିଦ୍ୟାଳୟ ଓ କୁଳପତିଙ୍କ ବିରୋଧରେ ମନ୍ତବ୍ୟ ଦେବା ଯୋଗୁ ଶିକ୍ଷାନୁଷ୍ଠାନର ଗାରିମା ନଷ୍ଟ ହେଉଛି। ଶିକ୍ଷାଦାନ ଓ ଖାତାଦେଖା କାର୍ଯ୍ୟରେ ଅବହେଳା କରାଯାଉଥିବାରୁ ଏହାର ପ୍ରଭାବ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଉପରେ ପଡୁଛି। ଏହି କାରଣରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?