ଭିସୁଟ୍‌ ଅଧ୍ୟାପକ ଆନ୍ଦୋଳନର ଅନ୍ତ

ସମ୍ବଲପୁର,୧୪।୮(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଅଧ୍ୟାପକଙ୍କ ଆନ୍ଦୋଳନର ମଙ୍ଗଳବାର ଅନ୍ତ ଘଟିଛି। କୁଳସଚିବ ମଙ୍ଗଳବାର ଚିଠି ନଂ-୫୪୨, ତା ୧୩।୮।୧୯ ଅନୁଯାୟୀ ଆନ୍ଦୋଳନରତ ଅଧ୍ୟାପକ ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ଭିସୁଟ୍‌ ପରିସରରେ ଆନ୍ଦୋଳନ କଲେ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ନୋଟିସ୍‌ କରାଯାଇଛି। ପ୍ରତିଦିନ ଭଳି ଅଧ୍ୟାପକମାନେ ମଙ୍ଗଳବାର କୁଳପତିଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରି ନ ଥିଲେ। କ୍ୟାମ୍ପସ୍‌ ନିକଟରେ ଥିବା ଏକ କମ୍ୟୁନିଟି ସେଣ୍ଟରରେ ସେମାନେ ବୈଠକ କରିଥିଲେ। ସେମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଏଥିରେ ନିନ୍ଦା କରାଯାଇ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ନିଲମ୍ବିତ ଅଧ୍ୟାପକମାନଙ୍କୁ ଭିସୁଟ ପରିସରକୁ ଯିବାକୁ ବାରଣ କରାଯାଇଥିଲା। ସେମାନେ ମୁଖ୍ୟ ଗେଟ୍‌ରେ ଥିବା ସିକ୍ୟୁରିଟି ରୁମ୍‌ରେ ଉପସ୍ଥାନ ଖାତାରେ ଦସ୍ତଖତ କରିଥିଲେ। ସେପଟେ କୁଳପତି ପ୍ରଫେସର ଅଟଳ ଚୌଧୁରୀ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଆନ୍ଦୋଳନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଅନ୍ୟ ସମସ୍ୟା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ କୁଳାଧିପତିଙ୍କ ସହ ନିର୍ଦ୍ଦିଷ୍ଟ କେଉଁ ବିଷୟ ଉପରେ ଆଲୋଚନା ହେଲା ସେ ନେଇ କୁଳପତି ଚୌଧୁରୀ ଗଣମାଧ୍ୟମକୁ କିଛି ସୂଚନା ଦେବାକୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ, ଆନ୍ଦୋଳନ କରୁଥିବା ଅଧ୍ୟାପକଙ୍କ ବିରୋଧରେ ଗତ ୧୦ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଚିଠିରେ ଏ ନେଇ ଅବଗତ କରାଯାଇଥିଲା। ଅଧ୍ୟାପକ ସଂଘ ସଭାପତି ପୁଷ୍ପରାଜ ଦାସଙ୍କୁ ବହିଷ୍କାର, ସମ୍ପାଦକ ପ୍ରଦୀପ ଦାସ ଏବଂ ଉପସଭାପତି ପାଣ୍ଡବ ପାତ୍ରଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟ ୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ସଭାପତି ଦାସଙ୍କ ବହିଷ୍କାର ଆଦେଶକୁ କୋହଳ କରାଯାଇ ନିଲମ୍ବନରେ ପରିଣତ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳିତ ଆଚରଣ, ଅଧ୍ୟାପକଙ୍କୁ ପ୍ରଭାବିତ କରି ଆନ୍ଦୋଳନ କରିବା, କୁଳପତିଙ୍କ ବିରୋଧରେ ନାରାବାଜି, ଗଣମାଧ୍ୟମ ଆଗରେ ବିଶ୍ୱବିଦ୍ୟାଳୟ ଓ କୁଳପତିଙ୍କ ବିରୋଧରେ ମନ୍ତବ୍ୟ ଦେବା ଯୋଗୁ ଶିକ୍ଷାନୁଷ୍ଠାନର ଗାରିମା ନଷ୍ଟ ହେଉଛି। ଶିକ୍ଷାଦାନ ଓ ଖାତାଦେଖା କାର୍ଯ୍ୟରେ ଅବହେଳା କରାଯାଉଥିବାରୁ ଏହାର ପ୍ରଭାବ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଉପରେ ପଡୁଛି। ଏହି କାରଣରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri