ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ବିବାଦୀୟ ହୋଇପଡିଛି। ଡାକ୍ତରମାନେ ନିଜ ସୀମାସରହଦ ଭୁଲି ଆଇନକୁ ହାତକୁ ନେବାକୁ ପଛାଇ ନ ଥିବା ଏକ ଭିଡିଓ ଭାଇରାଲରୁ ସ୍ପଷ୍ଟ ହୋଇଛି। ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ଼ ମରାଯାଇନି ବରଂ ତାଙ୍କୁ ଭେଟିବାକୁ ଯାଇଥିବା ରୋଗୀଙ୍କ ଦୁଇ ସମ୍ପର୍କୀୟଙ୍କୁ ଡାକ୍ତର ପାଟ୍ଟଯୋଶୀ ତାଙ୍କ ଡାକ୍ତରୀ ଛାତ୍ରଙ୍କ ସହ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ବୁର୍ଲା ଥାନାରେ ସୋମବାର ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଓଡ଼ିଶା ଡାକ୍ତରୀ ସଂଘ(ଓମ୍‌ସା) ଖୁବ୍‌ ଶୀଘ୍ର ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପଠାଇ ଘଟଣାର ତଦନ୍ତ କରିବ ବୋଲି ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ଲଇକେରା ରେଙ୍ଗାଳବେଡା ଗ୍ରାମର ଠଣସୁନ୍ଦର ବେହେରା ଅସୁସ୍ଥତା ଯୋଗୁ ଭିମ୍‌ସାର ଆସିଥିଲେ। ଡାକ୍ତର ପାଟ୍ଟଯୋଶୀ କିନ୍ତୁ ତାଙ୍କୁ ଭିମ୍‌ସାରରେ ଚିକିତ୍ସିତ ନ ହେବାକୁ ପରାମର୍ଶ ଦେଇ ନିକଟସ୍ଥ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ସେଠାରେ ଉତ୍ତମ ଚିକିତ୍ସା କରାଯାଇ ପାରିବ। ସେ ସେଠାକୁ ଯାଇ ଚିକିତ୍ସା କରିବେ ବୋଲି କହିଥିଲେ। ଏଣୁ ଇଚ୍ଛା ନ ଥିଲେ ବି ବାଧ୍ୟବାଧକତା ଯୋଗୁ ଠଣସୁନ୍ଦର ଗତ ୧୫ ତାରିଖରେ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରତିଶ୍ରୁତି ଅନୁସାରେ ପ୍ରତିଦିନ ଡାକ୍ତର ପାଟ୍ଟଯୋଶୀ ଠଣସୁନ୍ଦରଙ୍କୁ ଚିକିତ୍ସା ଲାଗି ସମଲେଶ୍ୱରୀ ନର୍ସିଂହୋମ୍‌ ଆସୁଥିଲେ। ଇତିମଧ୍ୟରେ ଠଣସୁନ୍ଦରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା। ସେ ନର୍ସିଂହୋମରୁ ଡିସ୍‌ଚାର୍ଜ କରିଦେବାକୁ ଡାକ୍ତର ପାଟ୍ଟଯୋଶୀଙ୍କୁ କହିଥିଲେ। ସେ କିନ୍ତୁ ଡିସଚାର୍ଜର ନାଁ ଗନ୍ଧ ଧରୁ ନ ଥିଲେ। ଏଣେ ନର୍ସିଂହୋମ୍‌ରେ ରହିବା ଦ୍ୱାରା ଠଣସୁନ୍ଦରଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିଲା। ରବିବାର ମଧ୍ୟାହ୍ନ ସାଢେ ୧୨ଟାରେ ଡାକ୍ତର ପାଟ୍ଟଯୋଶୀ ନର୍ସିଂହୋମକୁ ଆସିଥିଲେ। ଏହି ସମୟରେ ଠଣସୁନ୍ଦରଙ୍କ ପୁଅ ମୁକେଶ ତାଙ୍କୁ ଭେଟି ବାପାଙ୍କୁ ଡିସ୍‌ଚାର୍ଜ କରିବାକୁ ଅନୁରୋଧ କରିଥିଲେ। ହେଲେ ଡାକ୍ତର ପାଟ୍ଟଯୋଶୀ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରି ହତ୍ୟା ଧମକ ଦେଇଥିଲେ। ଏହାପରେ ସେଠାରୁ ଭିମ୍‌ସାରକୁ ଡ୍ୟୁଟିରେ ଚାଲି ଯାଇଥିଲେ। ଏହି ଖବର ପାଇବା ପରେ ଠଣସୁନ୍ଦରଙ୍କ ଶାଳକଙ୍କ ପୁଅ (ପୁତୁରା) ଝସକେତନ ରାଉତ ଆସି ପହଞ୍ଚି ଥିଲେ। ମୁକେଶଙ୍କ ସହ ସେ ଭିମ୍‌ସାର ଯାଇ ଡାକ୍ତର ପାଟ୍ଟଯୋଶୀଙ୍କୁ ଭେଟି ଡିସ୍‌ଚାର୍ଜ ପାଇଁ ଅନୁରୋଧ କରିଥିଲେ। ହେଲେ ସେଠାରେ ଡାକ୍ତର ପାଟ୍ଟଯୋଶୀ ଓ ଉପସ୍ଥିତ ଜୁନିୟର ଡାକ୍ତରମାନେ ସଂଘବଦ୍ଧଭାବେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଠଣସୁନ୍ଦର ଅଭିଯୋଗ କରିଛନ୍ତି॥ ଏଣୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଠଣସୁନ୍ଦର ବୁର୍ଲା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ଡାକ୍ତରମାନଙ୍କ ବିରୋଧରେ ଏକ ମାମଲା (ନଂ.୪୬୦/୧୯) ମଧ୍ୟ ରୁଜୁ ହୋଇଛି। ହେଲେ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ। ସୂଚନାଯୋଗ୍ୟ, ରବିବାର ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ରୋଗୀ ଠଣସୁନ୍ଦରଙ୍କ ପୁଅ ମୁକେଶ ଓ ପୁତୁରା ଝସକେତନ ଜେଲ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀଙ୍କ ଚନ୍ଦନ ପୋଖରୀରେ ଆଣ୍ଠୁଏ ପାଣି, ମେଳାରେ ସମସ୍ୟା ଭୋଗିବେ ବ୍ୟବସାୟୀ, ଅସନ୍ତୋଷ ପ୍ରକାଶ କରି…

ମହାକାଳପଡ଼ା,୧୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା…

ଆମେରିକା-ଇରାନ ଶାନ୍ତି ଆଲୋଚନା ମଧ୍ୟରେ ଆସିଲା ଏହି ବ୍ୟକ୍ତିଙ୍କର ଗୋଟିଏ ଫୋନ କଲ୍‌, ସବୁ ହୋଇଗଲା ଓଲଟପାଲଓ!

ଇସଲାମାବାଦ,୧୩।୪: ଇରାନ ଦାବି କରିଛି ଯେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦ୍ୱାରା ଆମେରିକାର ଉପରାଷ୍ଟ୍ରପତି…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri