ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼ ଘଟଣା ସୋମବାର ବିବାଦୀୟ ହୋଇପଡିଛି। ଡାକ୍ତରମାନେ ନିଜ ସୀମାସରହଦ ଭୁଲି ଆଇନକୁ ହାତକୁ ନେବାକୁ ପଛାଇ ନ ଥିବା ଏକ ଭିଡିଓ ଭାଇରାଲରୁ ସ୍ପଷ୍ଟ ହୋଇଛି। ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ଼ ମରାଯାଇନି ବରଂ ତାଙ୍କୁ ଭେଟିବାକୁ ଯାଇଥିବା ରୋଗୀଙ୍କ ଦୁଇ ସମ୍ପର୍କୀୟଙ୍କୁ ଡାକ୍ତର ପାଟ୍ଟଯୋଶୀ ତାଙ୍କ ଡାକ୍ତରୀ ଛାତ୍ରଙ୍କ ସହ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ବୁର୍ଲା ଥାନାରେ ସୋମବାର ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅପରପକ୍ଷରେ ଓଡ଼ିଶା ଡାକ୍ତରୀ ସଂଘ(ଓମ୍‌ସା) ଖୁବ୍‌ ଶୀଘ୍ର ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପଠାଇ ଘଟଣାର ତଦନ୍ତ କରିବ ବୋଲି ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ଲଇକେରା ରେଙ୍ଗାଳବେଡା ଗ୍ରାମର ଠଣସୁନ୍ଦର ବେହେରା ଅସୁସ୍ଥତା ଯୋଗୁ ଭିମ୍‌ସାର ଆସିଥିଲେ। ଡାକ୍ତର ପାଟ୍ଟଯୋଶୀ କିନ୍ତୁ ତାଙ୍କୁ ଭିମ୍‌ସାରରେ ଚିକିତ୍ସିତ ନ ହେବାକୁ ପରାମର୍ଶ ଦେଇ ନିକଟସ୍ଥ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହେବାକୁ କହିଥିଲେ। ସେଠାରେ ଉତ୍ତମ ଚିକିତ୍ସା କରାଯାଇ ପାରିବ। ସେ ସେଠାକୁ ଯାଇ ଚିକିତ୍ସା କରିବେ ବୋଲି କହିଥିଲେ। ଏଣୁ ଇଚ୍ଛା ନ ଥିଲେ ବି ବାଧ୍ୟବାଧକତା ଯୋଗୁ ଠଣସୁନ୍ଦର ଗତ ୧୫ ତାରିଖରେ ସମଲେଶ୍ୱରୀ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରତିଶ୍ରୁତି ଅନୁସାରେ ପ୍ରତିଦିନ ଡାକ୍ତର ପାଟ୍ଟଯୋଶୀ ଠଣସୁନ୍ଦରଙ୍କୁ ଚିକିତ୍ସା ଲାଗି ସମଲେଶ୍ୱରୀ ନର୍ସିଂହୋମ୍‌ ଆସୁଥିଲେ। ଇତିମଧ୍ୟରେ ଠଣସୁନ୍ଦରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିଲା। ସେ ନର୍ସିଂହୋମରୁ ଡିସ୍‌ଚାର୍ଜ କରିଦେବାକୁ ଡାକ୍ତର ପାଟ୍ଟଯୋଶୀଙ୍କୁ କହିଥିଲେ। ସେ କିନ୍ତୁ ଡିସଚାର୍ଜର ନାଁ ଗନ୍ଧ ଧରୁ ନ ଥିଲେ। ଏଣେ ନର୍ସିଂହୋମ୍‌ରେ ରହିବା ଦ୍ୱାରା ଠଣସୁନ୍ଦରଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିଲା। ରବିବାର ମଧ୍ୟାହ୍ନ ସାଢେ ୧୨ଟାରେ ଡାକ୍ତର ପାଟ୍ଟଯୋଶୀ ନର୍ସିଂହୋମକୁ ଆସିଥିଲେ। ଏହି ସମୟରେ ଠଣସୁନ୍ଦରଙ୍କ ପୁଅ ମୁକେଶ ତାଙ୍କୁ ଭେଟି ବାପାଙ୍କୁ ଡିସ୍‌ଚାର୍ଜ କରିବାକୁ ଅନୁରୋଧ କରିଥିଲେ। ହେଲେ ଡାକ୍ତର ପାଟ୍ଟଯୋଶୀ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରି ହତ୍ୟା ଧମକ ଦେଇଥିଲେ। ଏହାପରେ ସେଠାରୁ ଭିମ୍‌ସାରକୁ ଡ୍ୟୁଟିରେ ଚାଲି ଯାଇଥିଲେ। ଏହି ଖବର ପାଇବା ପରେ ଠଣସୁନ୍ଦରଙ୍କ ଶାଳକଙ୍କ ପୁଅ (ପୁତୁରା) ଝସକେତନ ରାଉତ ଆସି ପହଞ୍ଚି ଥିଲେ। ମୁକେଶଙ୍କ ସହ ସେ ଭିମ୍‌ସାର ଯାଇ ଡାକ୍ତର ପାଟ୍ଟଯୋଶୀଙ୍କୁ ଭେଟି ଡିସ୍‌ଚାର୍ଜ ପାଇଁ ଅନୁରୋଧ କରିଥିଲେ। ହେଲେ ସେଠାରେ ଡାକ୍ତର ପାଟ୍ଟଯୋଶୀ ଓ ଉପସ୍ଥିତ ଜୁନିୟର ଡାକ୍ତରମାନେ ସଂଘବଦ୍ଧଭାବେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଠଣସୁନ୍ଦର ଅଭିଯୋଗ କରିଛନ୍ତି॥ ଏଣୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଠଣସୁନ୍ଦର ବୁର୍ଲା ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ଡାକ୍ତରମାନଙ୍କ ବିରୋଧରେ ଏକ ମାମଲା (ନଂ.୪୬୦/୧୯) ମଧ୍ୟ ରୁଜୁ ହୋଇଛି। ହେଲେ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନାହିଁ। ସୂଚନାଯୋଗ୍ୟ, ରବିବାର ଡାକ୍ତର ପାଟ୍ଟଯୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ରୋଗୀ ଠଣସୁନ୍ଦରଙ୍କ ପୁଅ ମୁକେଶ ଓ ପୁତୁରା ଝସକେତନ ଜେଲ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri