ଭିତ୍ତିଭୂମି ଅଗ୍ରଗତିର ସମୀକ୍ଷା କଲା ଜିଲା ପ୍ରଶାସନ

ରସୁଲପୁର,୧୪।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧିନସ୍ଥ ଅଭିବକ୍ତ ବ୍ରହ୍ମବରଦା ପଞ୍ଚାୟତରେ ଦୀର୍ଘ ୨୪ବର୍ଷ ପରେ ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ମୁସଲିମ୍‌ ଧର୍ମ ସମ୍ମିଳନୀକୁ ସଫଳତାର ସହ ଶେଷ ହେବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ୍‌ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ। ଏଠିକାର ହିନ୍ଦୁ-ମୁସଲିମ୍‌ ମଧ୍ୟରେ ଥିବା ଭାଇଚାରା ଭାବ ଅକ୍ଷୁର୍ଣ୍ଣ ରହିବ ବୋଲି ଗୁରୁବାର ଇଜ୍‌ତମା ସ୍ଥଳ ପରିଦର୍ଶନ କରିବାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ମତ ପ୍ରକାଶ ପାଇଛି। ଏହି ଧର୍ମ ସମ୍ମିଳନୀ ପାଇଁ ସାରା ଓଡ଼ିଶାର ୪ଟି ସ୍ଥାନ ମଧ୍ୟରୁ ବିଶ୍ୱ ମୁସ୍‌ଲିମ୍‌ ସଂଗଠନ ଏହି ସ୍ଥାନକୁ ବାଛିଥିବାରୁ ଜିଲା ପ୍ରଶାସନ କୃତଜ୍ଞତା ଜଣାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିବାକୁ ଅନୁରୋଧ କରିଛି।
ଚଳିତ ମାସ ୨୯ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ଏହି ଧର୍ମ ସମ୍ମିଳନୀ ଅନୁଷ୍ଠିତ ହେବ। ତେଣୁ ସମ୍ମିଳନୀ ସ୍ଥଳର ଭିତ୍ତିଭୂମି ସଜାଡ଼ିବା ଦିଗରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ଦଳ ଭିତ୍ତିଭୂମି ବିକାଶର ସମୀକ୍ଷା କରିବା ସହ ବ୍ରହ୍ମବରଦା ଅଞ୍ଚଳର ମୁରବୀଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳଙ୍କ ସହ ଏସ୍‌ପି ଚରଣ ସିଂ ମୀନା, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରସଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଏସଡିପିଓ-ଯାଜପୁର ରୋଡ୍‌ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁଶାନ୍ତ କୁମାର ନାୟକ, ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ପ୍ରମୁଖଙ୍କ ସମେତ ବହୁ ସରକାରୀ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଇଜ୍‌ତମାସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ପାଇଁ ରହିବା, ଖାଇବା, ପାନୀୟଜଳ, ଶୌଚାଳୟ, ଆଇନ୍‌ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍‌ ନିୟନ୍ତ୍ରଣ ଫର୍ମୁଲା, ଗାଡି ପାର୍କିଂ, ସମ୍ମିଳନୀ ମଞ୍ଚ, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଆଦିକୁ ଗୁଡିକର ସ୍ଥିତି ପରଖିବା ସହ ତାର ଅଗ୍ରତିର ସମୀକ୍ଷା କରାଯାଇଥିଲା। ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଉପାୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଲମି ଇଜ୍‌ତମା କମିଟିର ସଭାପତି ଜାବିର ଅଲ୍ଲୀ, ସମ୍ପାଦକ ବାମ୍‌ ଖାଁ, କମିଟି ସଭ୍ୟ ଜୁଲଫୁକର ଅଲ୍ଲୀ, ଅଲ୍‌ ଓଡିଶା ଇଜ୍‌ତମା କମିଟିର ମୁଖ୍ୟ ମହମ୍ମଦ ମୋକିମ୍‌, ବ୍ରହ୍ମବରଦା ଅଂଚଳର ମୁରବୀ ଯାଜପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବ୍ରହ୍ମବରଦା ସରପଂଚ ବିଜୟ ଦାସ, ସମିତି ସଭ୍ୟ ଅଟଳ ଦାସ, ମହେଶ୍ୱରପୁର ସରପଞ୍ଚ ଅମୂଲ୍ୟ ପାତ୍ର, ପୁର୍ବତନ ସରପଞ୍ଚ ବିପିନ ବିହାରୀ ଦେଓ, ପୁର୍ବତନ ସରପଞ୍ଚ ଅକ୍ତର ଅଲି, ସମାଜସେବୀ ଭିକାରି ବଶ୍ୱାଳ, ଶିକ୍ଷାବିତ୍‌ ଅଲ୍ଲାଉଦିନ ଖାଁ, ଅବୁ ସଏମା, ସେକ ସଫିକ୍‌ ପ୍ରମୁଖ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?