ଭିତ୍ତିଭୂମି ଅଗ୍ରଗତିର ସମୀକ୍ଷା କଲା ଜିଲା ପ୍ରଶାସନ

ରସୁଲପୁର,୧୪।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧିନସ୍ଥ ଅଭିବକ୍ତ ବ୍ରହ୍ମବରଦା ପଞ୍ଚାୟତରେ ଦୀର୍ଘ ୨୪ବର୍ଷ ପରେ ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ମୁସଲିମ୍‌ ଧର୍ମ ସମ୍ମିଳନୀକୁ ସଫଳତାର ସହ ଶେଷ ହେବାକୁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ୍‌ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ। ଏଠିକାର ହିନ୍ଦୁ-ମୁସଲିମ୍‌ ମଧ୍ୟରେ ଥିବା ଭାଇଚାରା ଭାବ ଅକ୍ଷୁର୍ଣ୍ଣ ରହିବ ବୋଲି ଗୁରୁବାର ଇଜ୍‌ତମା ସ୍ଥଳ ପରିଦର୍ଶନ କରିବାପରେ ଜିଲା ପ୍ରଶାସନ ପକ୍ଷରୁ ଏହି ମତ ପ୍ରକାଶ ପାଇଛି। ଏହି ଧର୍ମ ସମ୍ମିଳନୀ ପାଇଁ ସାରା ଓଡ଼ିଶାର ୪ଟି ସ୍ଥାନ ମଧ୍ୟରୁ ବିଶ୍ୱ ମୁସ୍‌ଲିମ୍‌ ସଂଗଠନ ଏହି ସ୍ଥାନକୁ ବାଛିଥିବାରୁ ଜିଲା ପ୍ରଶାସନ କୃତଜ୍ଞତା ଜଣାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିବାକୁ ଅନୁରୋଧ କରିଛି।
ଚଳିତ ମାସ ୨୯ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ଏହି ଧର୍ମ ସମ୍ମିଳନୀ ଅନୁଷ୍ଠିତ ହେବ। ତେଣୁ ସମ୍ମିଳନୀ ସ୍ଥଳର ଭିତ୍ତିଭୂମି ସଜାଡ଼ିବା ଦିଗରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ଦଳ ଭିତ୍ତିଭୂମି ବିକାଶର ସମୀକ୍ଷା କରିବା ସହ ବ୍ରହ୍ମବରଦା ଅଞ୍ଚଳର ମୁରବୀଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳଙ୍କ ସହ ଏସ୍‌ପି ଚରଣ ସିଂ ମୀନା, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରସଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଏସଡିପିଓ-ଯାଜପୁର ରୋଡ୍‌ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁଶାନ୍ତ କୁମାର ନାୟକ, ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ପ୍ରମୁଖଙ୍କ ସମେତ ବହୁ ସରକାରୀ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଇଜ୍‌ତମାସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସେମାନଙ୍କ ପାଇଁ ରହିବା, ଖାଇବା, ପାନୀୟଜଳ, ଶୌଚାଳୟ, ଆଇନ୍‌ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍‌ ନିୟନ୍ତ୍ରଣ ଫର୍ମୁଲା, ଗାଡି ପାର୍କିଂ, ସମ୍ମିଳନୀ ମଞ୍ଚ, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଆଦିକୁ ଗୁଡିକର ସ୍ଥିତି ପରଖିବା ସହ ତାର ଅଗ୍ରତିର ସମୀକ୍ଷା କରାଯାଇଥିଲା। ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଉପାୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଲମି ଇଜ୍‌ତମା କମିଟିର ସଭାପତି ଜାବିର ଅଲ୍ଲୀ, ସମ୍ପାଦକ ବାମ୍‌ ଖାଁ, କମିଟି ସଭ୍ୟ ଜୁଲଫୁକର ଅଲ୍ଲୀ, ଅଲ୍‌ ଓଡିଶା ଇଜ୍‌ତମା କମିଟିର ମୁଖ୍ୟ ମହମ୍ମଦ ମୋକିମ୍‌, ବ୍ରହ୍ମବରଦା ଅଂଚଳର ମୁରବୀ ଯାଜପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ବ୍ରହ୍ମବରଦା ସରପଂଚ ବିଜୟ ଦାସ, ସମିତି ସଭ୍ୟ ଅଟଳ ଦାସ, ମହେଶ୍ୱରପୁର ସରପଞ୍ଚ ଅମୂଲ୍ୟ ପାତ୍ର, ପୁର୍ବତନ ସରପଞ୍ଚ ବିପିନ ବିହାରୀ ଦେଓ, ପୁର୍ବତନ ସରପଞ୍ଚ ଅକ୍ତର ଅଲି, ସମାଜସେବୀ ଭିକାରି ବଶ୍ୱାଳ, ଶିକ୍ଷାବିତ୍‌ ଅଲ୍ଲାଉଦିନ ଖାଁ, ଅବୁ ସଏମା, ସେକ ସଫିକ୍‌ ପ୍ରମୁଖ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri