Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)-
ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌ ସ୍ଥାନ ପାଇଛନ୍ତି। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ, ବ୍ୟାଟ୍ସମ୍ୟାନ ରଷ୍ଟନ ଚେଜ୍‌ ଓ ଅଲରାଉଣ୍ଡର କେମୋ ପଲ୍‌ ମଧ୍ୟ ୧୪ ଜଣିଆ ଦଳକୁ ଡାକରା ପାଇଛନ୍ତି। ଅଗଷ୍ଟ ୮ରେ ଗୁୟାନାର ନ୍ୟାଶନାଲ ଷ୍ଟାଡିୟମରେ ପ୍ରଥମ ଏବଂ ୧୧ ଓ ୧୪ ତାରିଖରେ ତ୍ରିନିଦାଦସ୍ଥିତ କୁଇନ୍ସପାର୍କ ଓଭାଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ।
ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗେଲ୍‌ ବିଶ୍ୱକପ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରି ଭାରତ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ତେବେ କାନାଡ଼ାରେ ଜିଟି୨୦ ଖେଳିବାରେ ବ୍ୟସ୍ତ ରହିବା କାରଣରୁ ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଖେଳି ପାରିବେ ନାହିଁ। ଆଗାମୀ ଦିନିକିଆ ସିରିଜ ଅବସରରେ ଗେଲ୍‌ ୨ଟି ରେକର୍ଡର ଅଧିକାରୀ ହେବା ସମ୍ଭାବନା ରହିଛି। ”କ୍ରିସ୍‌ ଜଣେ ମୂଲ୍ୟବାନ ଖେଳାଳି। ତାଙ୍କ ନିକଟରେ ଅନେକ ଜ୍ଞାନ ଏବଂ ଅଭିଜ୍ଞତା ରହିଛି। ଡ୍ରେସିଂ ରୁମ୍‌ରେ ତାଙ୍କ ଉପସ୍ଥିତି ଅନ୍ୟ ଖେଳାଳିଙ୍କ ପାଇଁ ଉପଯୋଗୀ ହେବ। ତାଙ୍କୁ ଦଳରେ ନିଆଯାଇଥିବାରୁ ମୁଁ ଖୁସି“ ବୋଲି ଓ୍ବେଷ୍ଟଇଣ୍ଡିଜ ଦଳର ଆନ୍ତରିଣ କୋଚ୍‌ ଫ୍ଲୟଡ ରିଫର ପ୍ରକାଶ କରିଛନ୍ତି। କ୍ୟାମ୍ପବେଲ, ଚେଜ୍‌ ଓ ପଲ୍‌ ରହିଥିବାରୁ ଦଳ ବେଶ୍‌ ସନ୍ତୁଳିତ ହୋଇପାରିଛି ବୋଲି ସେ କହିଛନ୍ତି। ଡାରେନ ବ୍ରାଭୋ, ଶାନନ ଗାବ୍ରିଏଲ, ଆଶଲେ ନର୍ସ କିନ୍ତୁ ଦଳରେ ସ୍ଥାନ ପାଇନାହାନ୍ତି। ଏମାନଙ୍କ ବ୍ୟତୀତ ଗତ ବିଶ୍ୱକପ ଖେଳିଥିବା ସମସ୍ତ ଖେଳାଳି ଦଳରେ ରହିଛନ୍ତି। ଆମେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠନ କରିଛୁ। କେମୋ, ଜନ୍‌ ଓ ରଷ୍ଟନ ପ୍ରତ୍ୟାବର୍ତ୍ତନ କରି ଭଲ କଥା। ଭାରତ ବିପକ୍ଷ ସିରିଜକୁ ଦୃଷ୍ଟିରେ ରଖି ଆମେ ନିଜକୁ ପ୍ରସ୍ତୁତ କରିଛୁ। ବିଶ୍ୱକପ ଖେଳିଥିବା ଅନେକ ଖେଳାଳିଙ୍କୁ ଆମେ ଅପରିବର୍ତ୍ତିତ ରଖିଛୁ। ଆମେ ଏବେ ସିରିଜ ଖେଳିବାକୁ ବ୍ୟଗ୍ର ବୋଲି ରିଫର ପ୍ରକାଶ କରିଛନ୍ତି।
ଓ୍ବେଷ୍ଟଇଣ୍ଡିଜ ଦଳ:
ଜାସନ ହୋଲ୍ଡର(ଅଧିନାୟକ), କ୍ରିସ୍‌ ଗେଲ୍‌, ଜନ୍‌ କ୍ୟାମ୍ପବେଲ, ଇଭିନ ଲିଓ୍ବିସ, ସାଇ ହୋପ୍‌, ଶିମରନ ହେଟମେର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କେମୋ ପଲ୍‌, ଶେଲଡନ କୋଟ୍ରେଲ, ଓଶାନେ ଥୋମାସ, କେମର ରୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri