Posted inଖେଳ

ଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ

ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଆରମ୍ଭ କରିିଛି। ଆଣ୍ଟିଗୁଆଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୧୯୦ ରନ୍‌କୁ ସଫଳତାର ସହ ଡିଫେଣ୍ଡ କରି ପାରିଛି। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ସିରିଜ୍‌ରେ ଭାରତ ଏ’ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ’ ୨୨ ରନ୍‌ ମଧ୍ୟରେ ୩ ଉଇକେଭାରତ ଏ’କୁ ଜିତାଇଲେ ଆୟାର, ଖଲିଲ
ନୂଆଦିଲ୍ଲୀ,୧୨।୭- ଭାରତ ଏ’ ଦଳ ଶ୍ରେୟାସ ଆୟାର ଓ ଖଲିଲ ଅହମ୍ମଦଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ୬୫ ରନ୍‌ର ବିଜୟ ସହ ତା’ର ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଆରମ୍ଭ କରିିଛି। ଆଣ୍ଟିଗୁଆଠାରେ ଖେଳାଯାଇଥିବା ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୧୯୦ ରନ୍‌କୁ ସଫଳତାର ସହ ଡିଫେଣ୍ଡ କରି ପାରିଛି। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ସିରିଜ୍‌ରେ ଭାରତ ଏ’ ୧-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ’ ୨୨ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରେୟାସ ଆୟାର ଓ ହନୁମା ବିହାରୀ ୪ର୍ଥ ଉଇକେଟ ଲାଗି ଦଳୀୟ ସ୍କୋରରେ ୯୫ ରନ୍‌ ଯୋଡ଼ିଥିଲେ। ବିହାରୀ ୩୪ ଓ ଆୟାର ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କ୍ରମାଗତ ଉଇକେଟ ପତନ ଘଟିବାରୁ ଦଳ ୪୮.୫ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପାଇଁ ରୋଷ୍ଟନ ଚେଜ ୪ ଓ ଆକିମ ଜର୍ଡାନ ୩ ଉଇକେଟ ନେଇଥିଲେ। ଜବାବରେ ଜୋନାଥନ କାର୍ଟର (୪୧*) ଓ ରବମାନ ପାଓ୍ବେଲ (୪୧)ଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅନ୍ୟକୌଣସି ଖେଳାଳି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ଘରୋଇ ଦଳ ୩୫.୫ ଓଭରରେ ୧୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟ ଦଳ ଲାଗି ଖଲିଲ ଅହମ୍ମଦ ୩ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୧୪ ତାରିଖରେ ଆଣ୍ଟିଗୁଆସ୍ଥିତ ସାଇ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଖେଳାଯିବ।
ଟ ହରାଇ ସଙ୍କଟରେ ପଡ଼ିଥିଲା। ଶ୍ରେୟାସ ଆୟାର ଓ ହନୁମା ବିହାରୀ ୪ର୍ଥ ଉଇକେଟ ଲାଗି ଦଳୀୟ ସ୍କୋରରେ ୯୫ ରନ୍‌ ଯୋଡ଼ିଥିଲେ। ବିହାରୀ ୩୪ ଓ ଆୟାର ୭୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କ୍ରମାଗତ ଉଇକେଟ ପତନ ଘଟିବାରୁ ଦଳ ୪୮.୫ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପାଇଁ ରୋଷ୍ଟନ ଚେଜ ୪ ଓ ଆକିମ ଜର୍ଡାନ ୩ ଉଇକେଟ ନେଇଥିଲେ। ଜବାବରେ ଜୋନାଥନ କାର୍ଟର (୪୧*) ଓ ରବମାନ ପାଓ୍ବେଲ (୪୧)ଙ୍କ ବ୍ୟତୀତ ଓ୍ବେଷ୍ଟଇଣ୍ଡିଜ ଏ’ ଦଳର ଅନ୍ୟକୌଣସି ଖେଳାଳି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଫଳରେ ଘରୋଇ ଦଳ ୩୫.୫ ଓଭରରେ ୧୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟ ଦଳ ଲାଗି ଖଲିଲ ଅହମ୍ମଦ ୩ ଉଇକେଟ ନେଇଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୧୪ ତାରିଖରେ ଆଣ୍ଟିଗୁଆସ୍ଥିତ ସାଇ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?