Posted inଫୁରସତ

ଭାରତରେ ୬ଥର ପାଳନ କରାଯାଏ ନବବର୍ଷ

ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ ବର୍ଷକରେ ୬ ଥର ନୂଆବର୍ଷ ପାଳନ କରାଯାଏ। ଏଠାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ଏମିତି କିଛି ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ।

ଇସାଇ ନବବର୍ଷ
ଜାନୁୟାରୀ ୧ ତାରିଖକୁ ଇସାଇ ଧର୍ମର ଲୋକେ ନବବର୍ଷ ପାଳନ କରନ୍ତି। ପ୍ରଥମ କରି ୧୫୮୨ରେ ନବବର୍ଷ ପାଳନ କରାଯାଇଥିବା ବେଳେ ଏହି ବର୍ଷଠାରୁ ଇସାଇମାନେ ନୂଆବର୍ଷ ପାଳନ କରି ଆସୁଛନ୍ତି। ଇସାଇଙ୍କର ଏହି କ୍ୟାଲେଣ୍ଡରକୁ ଗ୍ରେଗୋରିୟନ କ୍ୟାଲେଣ୍ଡର କୁହାଯାଏ।

ପାର୍ସୀ ନବବର୍ଷ
ପାର୍ସି ସମୁଦାୟର ଲୋକେ ନବରୋଜରୁ ନୂଆବର୍ଷ ପାଳନ କରିଥାଆନ୍ତି। ଅଗଷ୍ଟ ୧୯ ତାରିଖରେ ଏହା ପାଳନ କରାଯାଇଥାଏ। ତେଣୁ ଅଗଷ୍ଟ ୧୯ ପରେ ତାଙ୍କର ନବବର୍ଷ ଗଣନା କରାଯାଏ। ପ୍ରାୟ ୩ହଜାର ବର୍ଷ ପୂର୍ବେ ଶାହ ଜାମସେଦଜୀ ଏହା ପାଳନ କରିଥିଲେ। ସେବେଠାରୁ ପାର୍ସି ସମ୍ପ୍ରଦାୟର ଲୋକେ ଏହାକୁ ନୂଆବର୍ଷ ଭାବେ ପାଳନ କରୁଛନ୍ତି।

ପଞ୍ଜାବୀ ନବବର୍ଷ
ବୈଶାଖୀରୁ ପଞ୍ଜାବୀମାନେ ନୂଆବର୍ଷ ପାଳନ କରିଥାଆନ୍ତି। ଏହା ଏପ୍ରିଲ ମାସରେ ପଡିଥାଏ। ଶିଖ ନାନକଶାହି କ୍ୟାଲେଣ୍ଡର ଅନୁଯାୟୀ ବୈଶାଖୀ ପର୍ବ ସମୟରେ ହିଁ ପଞ୍ଜାବି ମାନେ ନୂଆବର୍ଷ ପାଳନ କରିଥାଆନ୍ତି।

ହିନ୍ଦୁ ନବବର୍ଷ
ଚୈତ୍ରମାନ ଶୁକ୍ଳ ପ୍ରତିପଦ ତିଥିରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। କୁହାଯାଏ ଏହିଦିନ ବ୍ରହ୍ମା ସୃଷ୍ଟି ସଂରଚନା କରିଥିଲେ ତେଣୁ ଚୈତ୍ର ମାସରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। ଅନ୍ୟପଟେ ଚୈତ୍ରମାସ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ମଧ୍ୟ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ।

ତେଲଗୁ ନବବର୍ଷ
ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତି ବା ପୋଙ୍ଗଲକୁ ନୂଆବର୍ଷ ଭାବେ ପାଳନ କରନ୍ତି। ଘରେ ଇଷ୍ଟଦେବଙ୍କୁ ପୂଜା କରିବା ସହ ଏମାନେ ନୂଆବର୍ଷକୁ ସ୍ବାଗତ କରିଥାଆନ୍ତି।

ଜୈନ ନବବର୍ଷ
ଜୈନ ସମ୍ପ୍ରଦାୟର ଲୋକେ ଦୀପାବଳି ପରଦିନକୁ ନୂଆବର୍ଷ ଭାବେ ପାଳନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri